Advertisment

ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ମୁଦ୍ରାନୀତି ସମୀକ୍ଷା ବୈଠକର ନିଷ୍ପତ୍ତି ଘୋଷଣା କରିଛନ୍ତି। ଆରବିଆଇ ମୁଦ୍ରାନୀତି ସମୀକ୍ଷା ବୈଠକରେ କରୋନା ପାଇଁ କୌଣସି ପଲିସିରେ ପରିବର୍ତ୍ତନ କରିନାହାନ୍ତି। ଅର୍ଥାତ୍ ରେପୋ ଏବଂ ରିଭର୍ସ ରୋପୋ ରେଟକୁ ଅପରିବର୍ତ୍ତିତ ରଖିଛି ଆରବିଆଇ। ରେପୋ ରେଟ୍ ପୂର୍ବରୁ ୪ ପ୍ରତିଶତ ଥିବା ବେଳେ ରିଭର୍ସ ରୋପୋ ରେଟ୍ ୩.୩୫ ପ୍ରତିଶତ ରହିଛି। ମାର୍ଜିନାଲ ଷ୍ଟାଣ୍ଡିଂ ଫେସିଲିଟି (ଏମଏସଏଫ) ରେଟ୍ ମଧ୍ୟ ୪.୨୫ ପ୍ରତିଶତ ରଖି […]

ଅଦ୍ୟତନ ହୋଇଛି
ଆରବିଆଇର ଘୋଷଣା ପରେ ମ୍ୟୁଚୁଆଲ ଫଣ୍ଡ ନିବେଶକ ଆଶ୍ୱସ୍ତ!

RBI ANNOUNCES

Advertisment

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ମୁଦ୍ରାନୀତି ସମୀକ୍ଷା ବୈଠକର ନିଷ୍ପତ୍ତି ଘୋଷଣା କରିଛନ୍ତି। ଆରବିଆଇ ମୁଦ୍ରାନୀତି ସମୀକ୍ଷା ବୈଠକରେ କରୋନା ପାଇଁ କୌଣସି ପଲିସିରେ ପରିବର୍ତ୍ତନ କରିନାହାନ୍ତି। ଅର୍ଥାତ୍ ରେପୋ ଏବଂ ରିଭର୍ସ ରୋପୋ ରେଟକୁ ଅପରିବର୍ତ୍ତିତ ରଖିଛି ଆରବିଆଇ। ରେପୋ ରେଟ୍ ପୂର୍ବରୁ ୪ ପ୍ରତିଶତ ଥିବା ବେଳେ ରିଭର୍ସ ରୋପୋ ରେଟ୍ ୩.୩୫ ପ୍ରତିଶତ ରହିଛି। ମାର୍ଜିନାଲ ଷ୍ଟାଣ୍ଡିଂ ଫେସିଲିଟି (ଏମଏସଏଫ) ରେଟ୍ ମଧ୍ୟ ୪.୨୫ ପ୍ରତିଶତ ରଖି ଅପରିବର୍ତ୍ତିତ ରଖିଛି ଆରବିଆଇ। ଅର୍ଥାତ ଲୋକଙ୍କ ଇଏମଆଇ କିମ୍ୱା ରୁଣ ହାର ପୂର୍ବ ଭଳି ରହିବ। ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ।

Advertisment

ଏଥିସହ ଶକ୍ତିକାନ୍ତ ଦାସ କହିଛନ୍ତି, ୨୦୨୧ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର -୭.୩ ରହିଥିଲା। ସେହିପରି ଏପ୍ରିଲରେ ମହଙ୍ଗା ୪.୩ ପ୍ରତିଶତ ରହିଥିବାରୁ ଏହା ଦେଶବାସୀଙ୍କ ପାଇଁ ଟିକିଏ ଅଶାସ୍ତି। ତେବେ ମୌସୁମୀ ଯଦି ଭଲ ରହିବ ତାହେଲେ ଦେଶର ଅର୍ଥନୀତି ଆଉ ଟିକିଏ ସୁଧାର ଆସିବ। ଯେପର୍ଯ୍ୟନ୍ତ କରୋନା ଶେଷ ନହୋଇଛି ସେଯାଏ ମୁଦ୍ରା ନୀତି ଅପରିବର୍ତ୍ତତ ରହିବା ଆବଶ୍ୟକ। ନହେଲେ ଲୋକଙ୍କ ଉପରେ ଆର୍ଥିକ ବୋଝ ଅଧିକ ରହିବ।

ଆରବିଆଇ ଚଳିତ ଆର୍ଥିକ ବର୍ଷ (୨୦୨୧-୨୨)ରେ ଦେଶର ଜିଡିପି ୧୦.୫ ପ୍ରତିଶତରୁ କମାଇ ୯.୫ ପ୍ରତିଶତ ରହିବ ବୋଲି ଆକଳନ କରିଛନ୍ତି। ମୁଦ୍ରାସ୍ଫୀତି ହାର ଉପରେ ଦାସ କହିଛନ୍ତି ଯେ ପ୍ରଥମ ତିନି ମାସ ମୁଦ୍ରାସ୍ଫୀତି ହାର ୫.୨୦ ପ୍ରତିଶତ, ଦ୍ୱିତୀୟ ତ୍ରୟମାସରେ ୫.୪ ପ୍ରତିଶତ, ତୃତୀୟ ତ୍ରୟମାସରେ ୪.୭ ଏବଂ ଚତୁର୍ଥ ତ୍ରୟମାସରେ ୫.୩ ପ୍ରତିଶତ ରହିପାରେ ବୋଲି ଆରବିଆଇ ଆକଳନ କରିଛି।

Advertisment

ସେହିପରି ଦର ଦାମର ଚାପ କମାଇବା ପାଇଁ ସରକାରଙ୍କ ପଦକ୍ଷେପ ଯୁକ୍ତିଯୁକ୍ତ ବୋଲି ଶକ୍ତିକାନ୍ତ ଦାସ କହିଛନ୍ତି। ଚାହିଦା କମ୍ ହେତୁ ମୂଲ୍ୟ ଚାପ ରହିଛି। ଅଶୋଧିତ ସାମଗ୍ରୀ ଏବଂ ଲଜିଷ୍ଟିକ ମୂଲ୍ୟ ବଢୁଥିବାରୁ ଦରଦାମ ବୃଦ୍ଧି ହେଉଛି ବୋଲି ଆରବିଆଇ ଗଭର୍ଣ୍ଣର କହିଛନ୍ତି। ଏପରି ସ୍ଥିତିରେ ରେପୋ ଓ ରିଭର୍ସ ରେପୋ ରେଟ୍ ଅପରିବର୍ତ୍ତିତ ରହିବା ଜରୁରୀ  ବୋଲି ସେ କହିଛନ୍ତି।

କରୋନା ମାଡରେ ଦେଶର ପର୍ଯ୍ୟଟନ ଶିଳ୍ପ ମଧ୍ୟ ପ୍ରଭାବିତ ରହିଛି। ଏହାରୁ ସୁଧାର କରିବା ପାଇଁ ଆରବିଆଇ ପ୍ରୟାସ କରୁଛି। ତେଣୁ ବ୍ୟାଙ୍କ ମାଧ୍ୟମରେ ଏହି କ୍ଷେତ୍ରଗୁଡିକୁ ରିଲିଫ ଦିଆଯିବ ବୋଲି ଦାସ କହିଛନ୍ତି। ୧୫ ହଜାର କୋଟି ଟଙ୍କାର ନଗଦ ବ୍ୟବସ୍ଥା ବ୍ୟାଙ୍କକୁ ଯିବ। ସେହିରି ୧୬ ହଜାର କୋଟିର ଲିକ୍ୱିଡିଟି ସୁବିଧା ଏମଏସଏମଇ ପାଇଁ ପ୍ରସ୍ତୁତ ହେବ ବୋଲି ଶକ୍ତିକାନ୍ତ କହିଛନ୍ତି।

ଆରବିଆଇର ମୁଦ୍ରାନୀତି କମିଟି ଚଳିତ ସପ୍ତାହର ବୁଧବାର ପାଖରୁ ଆରମ୍ଭ ହୋଇଥିଲା। ପ୍ରତି ଦୁଇ ମାସରେ ମୁଦ୍ରା ନୀତି ସମୀକ୍ଷା ବୈଠକ ଅନୁଷ୍ଠିତ ହୁଏ। ଏପ୍ରିଲରେ ଅନୁଷ୍ଠିତ ଶେଷ ଏମପିସି ବୈଠକରେ ଆରବିଆଇ ପ୍ରମୁଖ ସୁଧ ହାରରେ କୌଣସି ପରିବର୍ତ୍ତନ କରିନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe