ATM
ନୂଆଦିଲ୍ଲୀ: ବିଭିନ୍ନ ସମୟରେ ଏଟିଏମରେ ଟଙ୍କା ନଥିବାରୁ ଲୋକମାନେ ସମସ୍ୟାରେ ପଡ଼ୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ନୂଆ ନିୟମ ଘୋଷଣା କରିଛି ଆରବିଆଇ। ଯଦି କୌଣସି ଏଟିଏମରେ ଟଙ୍କା ନଥିବ, ତା’ହେଲେ ଆରବିଆଇ ଉକ୍ତ ବ୍ୟାଙ୍କ ଉପରେ ଜୋରିମାନା ଲାଗୁ କରିବ।
ଅକ୍ଟୋବର ୧ରୁ ଏହି ନିୟମ ଲାଗୁ ହେବ। ଏହାପୂର୍ବରୁ ଟଙ୍କା ଅଭାବ ସମସ୍ୟାକୁ ଦୂର କରିବା ପାଇଁ ଆରବିଆଇ ସମସ୍ତ ବ୍ୟାଙ୍କ ଓ ଘରୋଇ ଏଟିଏମ ଅପରେଟରମାନଙ୍କୁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ କହିଛି। ଏଟିଏମରେ କେତେ ପରିମାଣର ଟଙ୍କା ରହିଛି ଓ ଏହା କେବେ ଖାଲି ହେବ, ତା’କୁ ଆକଳନ କରି ସମସ୍ୟା ସୃଷ୍ଟି ହେବା ପୂର୍ବରୁ ସାମାଧାନ କରିବାକୁ ନୂଆ ମେକାନିଜିମ ଆପଣାଇବାକୁ ଆରବିଆଇ ପରାମର୍ଶ ଦେଇଛି।
ଆରବିଆଇର ଘୋଷଣା ଅନୁଯାୟୀ, ଅକ୍ଟୋବର ୧ରୁ ନୂଆ ନିୟମ କାର୍ଯ୍ୟକାରୀ ହେବ। ଯଦି ୧୦ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ କୌଣସି ଏଟିଏମ୍ରେ ଟଙ୍କା ନଥିବ, ତା’ହେଲେ ବ୍ୟାଙ୍କଗୁଡ଼ିକ ଉପରେ ଜୋରିମାନା ଲାଗୁ କରାଯିବ। ମାସକରେ ୧୦ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଏଟିଏମ୍ରେ ଟଙ୍କା ନରହିଲେ ପ୍ରତି ଏଟିଏମ୍ ପାଇଁ ବ୍ୟାଙ୍କକୁ ୧୦ ହଜାର ଟଙ୍କା ଲେଖାଏ ଫାଇନ ଦେବାକୁ ପଡ଼ିବ।
ଘରୋଇ ଏଟିଏମ୍ ଅପରେଟର ବା ହ୍ୱାଇଟ୍ ଲାବେଲ୍ ଏଟିଏମ୍ ଯଦି ଠିକଣା ସମୟରେ ଟଙ୍କା ଭର୍ତ୍ତି କରିବାରେ ବିଫଳ ହୁଅନ୍ତି, ତା’ହେଲେ ବି ବ୍ୟାଙ୍କ ଉପରେ ଫାଇନ ଲାଗିବ। ଏହି ଫାଇନ ଅର୍ଥକୁ ବ୍ୟାଙ୍କ ପକ୍ଷରୁ ଘରୋଇ ଏଟିଏମ ଅପରେଟରମାନଙ୍କ ଠାରୁ ଆଦାୟ କରାଯିବ।
ଆରବିଆଇ କହିଛି, କେନ୍ଦ୍ରୀୟ ବ୍ୟାଙ୍କର ଇସ୍ୟୁ ବିଭାଗକୁ ଟଙ୍କା ନଥିବାରୁ ଏଟିଏମ କେତେ ସମୟ ବନ୍ଦ ହୋଇ ରହୁଛି, ତା’ର ତଥ୍ୟ ବ୍ୟାଙ୍କଗୁଡ଼ିକ ପ୍ରଦାନ କରିବେ। ଏଥିପାଇଁ ଏକ ସିଷ୍ଟମ ଜେନେରେଟଡେ ଷ୍ଟେଟମେଣ୍ଟର ବ୍ୟବସ୍ଥା କରିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/08/ATM.jpg)