Advertisment

ଦରଦାମରୁ ମିଳିବନି ଆଶ୍ୱସ୍ତି, ମୁଦ୍ରାସ୍ଫୀତି ୬.୯୫% ଛୁଇଁଲା

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ ମହଙ୍ଗା ମାଡ଼ରୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିବାର ସମ୍ଭାବନା ନାହିଁ। ଖାଦ୍ୟ ସାମଗ୍ରୀ ଓ ତୈଳ ଦର ମହଙ୍ଗା ହେବାର ପ୍ରଭାବ ଖୁଚୁରା ମୁଦ୍ରାସ୍ପୀତି ଉପରେ ପଡ଼ିଛି। ମାର୍ଚ୍ଚ ମାସରେ ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ପାଇ ୬.୯୫%ରେ ପହଞ୍ଚି ଯାଇଛି। ଫେବୃଆରୀ ମାସରେ ଗ୍ରାହକ ଦର ସୂଚକାଙ୍କ (ସିପିଆଇ) ଉପରେ ଆଧାରିତ ମୁଦ୍ରାସ୍ଫୀତି ୬.୦୭% ଥିଲା। ମାର୍ଚ୍ଚ ମାସରେ ଖାଦ୍ୟ ଓ ପାନୀୟ ସାମଗ୍ରୀର ମୂଲ୍ୟ ପ୍ରାୟ ୭.୬୮% ବଢ଼ିଛି। ପୂର୍ବମାସରେ ଏହା […]

ଦରଦାମରୁ ମିଳିବନି ଆଶ୍ୱସ୍ତି, ମୁଦ୍ରାସ୍ଫୀତି ୬.୯୫% ଛୁଇଁଲା

Retail

Advertisment

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ ମହଙ୍ଗା ମାଡ଼ରୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିବାର ସମ୍ଭାବନା ନାହିଁ। ଖାଦ୍ୟ ସାମଗ୍ରୀ ଓ ତୈଳ ଦର ମହଙ୍ଗା ହେବାର ପ୍ରଭାବ ଖୁଚୁରା ମୁଦ୍ରାସ୍ପୀତି ଉପରେ ପଡ଼ିଛି। ମାର୍ଚ୍ଚ ମାସରେ ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ପାଇ ୬.୯୫%ରେ ପହଞ୍ଚି ଯାଇଛି।

Advertisment

ଫେବୃଆରୀ ମାସରେ ଗ୍ରାହକ ଦର ସୂଚକାଙ୍କ (ସିପିଆଇ) ଉପରେ ଆଧାରିତ ମୁଦ୍ରାସ୍ଫୀତି ୬.୦୭% ଥିଲା। ମାର୍ଚ୍ଚ ମାସରେ ଖାଦ୍ୟ ଓ ପାନୀୟ ସାମଗ୍ରୀର ମୂଲ୍ୟ ପ୍ରାୟ ୭.୬୮% ବଢ଼ିଛି। ପୂର୍ବମାସରେ ଏହା ୫.୮୫% ଥିଲା। ଏହାକୁ ମିଶାଇ କ୍ରମାଗତ ତୃତୀୟ ଥର ପାଇଁ ଆରବିଆଇର ସୀମା ଠାରୁ ମାସିକ ମୁଦ୍ରାସ୍ଫୀତି ଯଥେଷ୍ଟ ଅଧିକ ରହିଛି।

ଆରବିଆଇ ସବୁବେଳେ ଖାଦ୍ୟ ସାମଗ୍ରୀର ଖୁଚୁରା ମୁଦ୍ରାସ୍ଫୀତି ୨ରୁ ୬% ରଖିବା ଉପରେ ଗୁରୁତ୍ୱ ଦେଇଥାଏ। ଏହାଦ୍ୱାରେ ଅର୍ଥନୀତି ଉପରେ ଦରମଦାର ବୃଦ୍ଧିର ପ୍ରଭାବ କମ ହୁଏ। କିନ୍ତୁ ମୁଦ୍ରାସ୍ଫୀତି ବୃଦ୍ଧି ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।

Advertisment

ନାଇଟ ଫ୍ରାଙ୍କ ଇଣ୍ଡିଆର ନିର୍ଦ୍ଦେଶକ ବିବେକ ରାଠୀ କହିଛନ୍ତି “ମାର୍ଚ୍ଚ ୨୦୨୨ରେ ଖୁଚୁରା ମୁଦ୍ରାସ୍ଫୀତି ୬.୯୫%ରେ ପହଞ୍ଚିଛି। ତୈଳ, ଗ୍ୟାସ ଓ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧିର ପ୍ରଭାବ ଯୋଗୁ ଏପରି ଘଟିଛି।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe