Advertisment

୫% ଲୋକଙ୍କ ପାଖରେ ଦେଶର ୬୨% ସମ୍ପତ୍ତି, ଅନ୍ୟମାନେ ଜଳକା

ନୂଆଦିଲ୍ଲୀ: ଦେଶର ଧନୀମାନଙ୍କ ସମ୍ପତ୍ତି ବଢ଼ି ଚାଲିଥିବା ବେଳେ ଗିରବ ଲୋକଙ୍କ ସମ୍ପତ୍ତି କମି ଚାଲିଛି। ଦେଶର ମୋଟ ସମ୍ପତ୍ତିର ଅଧାରୁ ଅଧିକ କେବଳ କିଛି ହାତ ଗଣତି ଧନୀ ଲୋକଙ୍କ ପାଖରେ ରହିଛି। ଅନ୍ୟାମାନେ କେବଳ ଜୀବନ ବଞ୍ଚିବାକୁ ସଂଘର୍ଷ କରି ଚାଲିଛନ୍ତି। ୨୧ ଜଣ ଭାରତୀୟ କୋଟିପତିଙ୍କ ପାଖରେ ଯେତିକି ସମ୍ପତ୍ତି ରହିଛି, ତା’ଠାରୁ କମ ସମ୍ପତ୍ତି ୭୦୦ ନିୟୁତ ବା ୭୦ କୋଟି ଭାରତୀୟଙ୍କ ପାଖରେ ଅଛି। ଅକ୍ସଫାମ ଇଣ୍ଡିଆ ପକ୍ଷରୁ ଏପରି […]

ଅଦ୍ୟତନ ହୋଇଛି
୫% ଲୋକଙ୍କ ପାଖରେ ଦେଶର ୬୨% ସମ୍ପତ୍ତି, ଅନ୍ୟମାନେ ଜଳକା

Wealth

Advertisment

ନୂଆଦିଲ୍ଲୀ: ଦେଶର ଧନୀମାନଙ୍କ ସମ୍ପତ୍ତି ବଢ଼ି ଚାଲିଥିବା ବେଳେ ଗିରବ ଲୋକଙ୍କ ସମ୍ପତ୍ତି କମି ଚାଲିଛି। ଦେଶର ମୋଟ ସମ୍ପତ୍ତିର ଅଧାରୁ ଅଧିକ କେବଳ କିଛି ହାତ ଗଣତି ଧନୀ ଲୋକଙ୍କ ପାଖରେ ରହିଛି। ଅନ୍ୟାମାନେ କେବଳ ଜୀବନ ବଞ୍ଚିବାକୁ ସଂଘର୍ଷ କରି ଚାଲିଛନ୍ତି।

Advertisment

୨୧ ଜଣ ଭାରତୀୟ କୋଟିପତିଙ୍କ ପାଖରେ ଯେତିକି ସମ୍ପତ୍ତି ରହିଛି, ତା’ଠାରୁ କମ ସମ୍ପତ୍ତି ୭୦୦ ନିୟୁତ ବା ୭୦ କୋଟି ଭାରତୀୟଙ୍କ ପାଖରେ ଅଛି। ଅକ୍ସଫାମ ଇଣ୍ଡିଆ ପକ୍ଷରୁ ଏପରି ରିପୋର୍ଟ ଦିଆଯାଇଛି। ସେହିପରି ମହାମାରୀ କରୋନା ଦେଶରେ ପ୍ରବେଶ କରିବା ପରଠାରୁ କୋଟିପତିଙ୍କ ସମ୍ପତ୍ତିର ମୂଲ୍ୟ ୧୨୧% ବୃଦ୍ଧି ପାଇଛି। ସେମାନେ ଦୈନିକ ୩,୬୦୮ କୋଟି ଟଙ୍କା ଆୟ କରିଛନ୍ତି।

୨୦୨୧ରେ ମାତ୍ର ୫% ଭାରତୀୟ ଦେଶର ୬୨% ସମ୍ପତ୍ତିର ମାଲିକାନା ନିଜ ପାଖରେ ରଖିଥିଲେ। ଗରିବ ତାଲିକାରେ ଥିବା ୫୦% ଲୋକଙ୍କ ପାଖରେ ମାତ୍ର ୩% ସମ୍ପତ୍ତି ରହିଥିଲା। ଅକ୍ସଫାମ ଇଣ୍ଡିଆ ପକ୍ଷରୁ “Survival of the Richest: The India story” ନାଁରେ ରିପୋର୍ଟ ଜାରି କରାଯାଇଛି। ଏହି ରିପୋର୍ଟକୁ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ଥିବା ବିଶ୍ୱ ଅର୍ଥନୀତିକ ଫୋରମକୁ ସଂସ୍ଥା ପକ୍ଷରୁ ସୋମବାର ଦିଆଯାଇଛି।

Advertisment

ଏହି ରିପୋର୍ଟରେ କୁହାଯାଇଛି ଯେ ଭାରତରେ ଅରବପତିଙ୍କ ସଂଖ୍ୟା ବୃଦ୍ଧି ପାଇଛି। ୨୦୨୦ରେ ଏହି ସଂଖ୍ୟା ୧୦୨ ଥିବା ବେଳେ ୨୦୨୨ରେ ଏହା ୧୬୬ରେ ପହଞ୍ଚିଛି। ଦେଶର ୧୦୦ ଧନୀ ବ୍ୟକ୍ତିଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୬୬୦ ବିଲିୟନ ବା ୫୪.୧୨ ଲକ୍ଷ କୋଟି ଟଙ୍କା। କେନ୍ଦ୍ରୀୟ ବଜେଟରେ ହେଉଥିବା ବ୍ୟୟବରାଦ ପାଇଁ ଏମାନେ ୧୮ ମାସ କାଳ ସହଯୋଗ କରିପାରିବେ।

ରିପୋର୍ଟରେ ପରାମର୍ଶ ଦିଆଯାଇଛି ଯେ ଯଦି ଭାରତୀୟ କୋଟିପତିମାନେ ସେମାନଙ୍କ ମୋଟ ସମ୍ପତ୍ତିରୁ ୨% ଟିକସ ଆକାରରେ ଦେବେ, ତା’ହେଲେ ଅପପୁଷ୍ଟି ନିୟନ୍ତ୍ରଣ କ୍ଷେତ୍ରକୁ ଆସନ୍ତା ୩ ବର୍ଷ ପାଇଁ ୪୦,୪୨୩ କୋଟି ଟଙ୍କା ମିଳିପାରିବ। ଅକ୍ସଫାମ ଇଣ୍ଡିଆ ସିଇଓ ଅମିତାଭ ବେହାର କହିଛନ୍ତି, “ଗରିବ ଲୋକମାନେ ଅନୁପାତିକ ଦୃଷ୍ଟିରୁ ଅଧିକ ଟିକସ ଦେଉଛନ୍ତି।

ସେମାନେ ଜରୁରୀ ସାମଗ୍ରୀ ଓ ସେବା ପାଇଁ ଅଧିକ ଖର୍ଚ୍ଚ କରୁଛନ୍ତି। ତେଣୁ ଧନୀ ଲୋକମାନେ ସେମାନଙ୍କ ଭାଗ ଟିକସ ଆକାରରେ ଦେବା ଦରକାର। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଅନୁରୋଧ ଯେ ସେ ସମ୍ପତ୍ତି ଟିକସ ଲାଗୁ କରନ୍ତୁ। ଏହା ଅସମାନତାକୁ କାଉଣ୍ଟର କରିବାରେ ସହାୟତ ହେବ।”

ରିପୋର୍ଟରେ ଧନୀ ଓ ଗିରବଙ୍କ ମଧ୍ୟରେ ଥିବା ଅସମାନତାକୁ ମଧ୍ୟ ଦର୍ଶାଯାଇଛି। ୨୦୧୨ରୁ ୨୦୨୧ ମଧ୍ୟରେ ସୃଷ୍ଟି ହୋଇଥିବା ୪୦% ସମ୍ପତ୍ତି କେବଳ ଦେଶର ୧% ଲୋକଙ୍କ ପାଖକୁ ଯାଇଛି। ମାତ୍ର ୩% ସମ୍ପତ୍ତି ଗରିବ ଶ୍ରେଣୀରେ ଥିବା ୫୦% ଲୋକଙ୍କ ପାଖରେ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe