Advertisment

ଜୁନରେ ଜିଏସଟି ଆଦାୟ ୫୬% ବଢ଼ିଲା, ସଂଗ୍ରହ ହେଲା ୧.୪୪ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ: ଜୁନ୍‌ ମାସରେ ଜିଏସ୍‌ଟି ସଂଗ୍ରହ ରେକର୍ଡ କରିଛି। ଗତବର୍ଷ ଜୁନ ତୁଳନାରେ ଚଳିତ ବର୍ଷ ଜୁନରେ ଜିଏସ୍‌ଟି ସଂଗ୍ରହ ୫୬% ଅଧିକ ହୋଇଛି। ଜୁନ୍ ମାସରେ ସମଗ୍ର ଦେଶରୁ ୧,୪୪,୬୧୬ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଛି। ଦେଶରେ ଚାଲିଥିବା ଟିକସ ଠକେଇ ଓ ନକଲି ବିଲ୍‌ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାରୁ ଜିଏସ୍‌ଟି ସଂଗ୍ରହ ବୃଦ୍ଧି ପାଇଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ୨୦୨୧ ଜୁନ୍‌ ମାସରେ ୯୨,୮୦୦ କୋଟି […]

ଜୁନରେ ଜିଏସଟି ଆଦାୟ ୫୬% ବଢ଼ିଲା, ସଂଗ୍ରହ ହେଲା ୧.୪୪ ଲକ୍ଷ କୋଟି ଟଙ୍କା

GST

Advertisment

ନୂଆଦିଲ୍ଲୀ: ଜୁନ୍‌ ମାସରେ ଜିଏସ୍‌ଟି ସଂଗ୍ରହ ରେକର୍ଡ କରିଛି। ଗତବର୍ଷ ଜୁନ ତୁଳନାରେ ଚଳିତ ବର୍ଷ ଜୁନରେ ଜିଏସ୍‌ଟି ସଂଗ୍ରହ ୫୬% ଅଧିକ ହୋଇଛି। ଜୁନ୍ ମାସରେ ସମଗ୍ର ଦେଶରୁ ୧,୪୪,୬୧୬ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଛି। ଦେଶରେ ଚାଲିଥିବା ଟିକସ ଠକେଇ ଓ ନକଲି ବିଲ୍‌ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାରୁ ଜିଏସ୍‌ଟି ସଂଗ୍ରହ ବୃଦ୍ଧି ପାଇଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ୨୦୨୧ ଜୁନ୍‌ ମାସରେ ୯୨,୮୦୦ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଥିଲା। ହେଲେ ବର୍ଷକ ଭିତରେ ଏହାର ପରିମାଣ ୫୬% ବୃଦ୍ଧି ପାଇଛି।

Advertisment

ଚଳିତ ବର୍ଷ ଜୁନ୍‌ରେ ସଂଗ୍ରହ ହୋଇଥିବା ଜିଏସ୍‌ଟି ଦ୍ୱିତୀୟ ସର୍ବାଧିକ। ୨୦୨୨ ଏପ୍ରିଲରେ ସର୍ବାଧିକ ୧,୬୭,୫୪୦ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଥିଲା। ସେହିପରି ୫ମଥର ପାଇଁ ଗୋଟିଏ ମାସରେ ଜିଏସ୍‌ଟି ସଂଗ୍ରହ ୧.୪୦ ଲକ୍ଷ କୋଟି ଟଙ୍କା ଉପରେ ରହିଛି। ଚଳିତ ବର୍ଷ ହିଁ ୪ର୍ଥ ଥର ପାଇଁ ୧.୪୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଜିଏସଟି ସଂଗ୍ରହ ହୋଇଛି।

ଶୁକ୍ରବାର ଅର୍ଥ ମନ୍ତ୍ରଣାଳୟ ଜାରି କରିଥିବା ରିପୋର୍ଟକୁ ସ୍ପଷ୍ଟ ହୋଇଛି ଯେ ଚଳିତ ବର୍ଷ ଜୁନ ମାସରେ ମୋଟ ୧,୪୪,୬୧୬ କୋଟି ଟଙ୍କାର ଜିଏସ୍‌ଟି ରାଜସ୍ୱ ଆସିଛି। ଏହା ମଧ୍ୟରେ କେନ୍ଦ୍ରୀୟ ଜିଏସଟିର ପରିମାଣ ୨୫,୩୦୬ କୋଟି ଓ ରାଜ୍ୟ ଜିଏସଟିର ପରିମାଣ ୩୨,୪୦୬ କୋଟି। ସେହିପରି ଆଇଜିଏସଟିର ପରିମାଣ ୭୫,୮୮୭ କୋଟି ଟଙ୍କା। ଏହା ମଧ୍ୟରେ ଆମଦାନୀ ଜିଏସଟିର ପରିମାଣ ୪୦,୧୦୨ କୋଟି ରହିଛି। ଏହାବାଦ ବିଭିନ୍ନ ଦ୍ରବ୍ୟରେ ଲାଗୁଥିବା ସେସରୁ ୧୧,୦୧୮ କୋଟି ଟଙ୍କା ଆଦାୟ କରାଯାଇଛି।

Advertisment

ମେ’ ମାସରେ ଜିଏସ୍‌ଟି ଆଦାୟ ହ୍ରାସ ପାଇଥିଲା। ମେ’ ମାସରେ ପୂରା ଦେଶରୁ ମୋଟ ୧,୪୦,୮୮୫ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଥିଲା। କିନ୍ତୁ ଏହା ଏପ୍ରିଲ ତୁଳନାରେ ୧୫% କମ। ଏପ୍ରିଲ ମାସରେ ରେକର୍ଡ ୧.୬୮ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା। ମାର୍ଚ୍ଚ ମାସରେ ୧,୪୨,୦୯୫ କୋଟି ଟଙ୍କା ଓ ଜାନୁଆରୀରେ ୧,୪୦,୯୮୬ କୋଟି ଟଙ୍କାର ଜିଏସ୍‌ଟି ରାଜସ୍ୱ ଆକାରରେ ମିଳିଥିଲା।

ଜାନୁଆରୀ ମାସର ଜିଏସ୍‌ଟି ସଂଗ୍ରହ ସେତେବେଳେ ନୂଆ ରେକର୍ଡ କରିଥିଲା। ହେଲେ ମାର୍ଚ୍ଚ ମାସର ଜିଏସ୍‌ଟି ସଂଗ୍ରହ ଏହି ରେକର୍ଡକୁ ଭାଙ୍ଗି ଥିଲା। ସେହିପରି ଏପ୍ରିଲରେ ପୁଣି ରେକର୍ଡ ୧.୬୮ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe