Advertisment

ବିଶ୍ୱକୁ ୟୁକ୍ରେନର ଅବଦାନ: ହ୍ୱାଟସଆପରୁ ପେ’ପାଲ

କିଭ୍‌: ୟୁକ୍ରେନ ଏବେ ଯୁଦ୍ଧର କରୁଣ ବିଭୀଷିକା ମଧ୍ୟ ଦେଇ ଗତି କରୁଛି। ଗୁରୁବାରରୁ ରୁଷ କ୍ରମାଗତ ଭାବେ ୟୁକ୍ରେନ ଉପରେ ହମଲା କରୁଥିବାରୁ ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି। ଏସବୁ ଭିତରେ ଆକାର ଦୃଷ୍ଟିରୁ ୟୁରୋପର ଦ୍ୱିତୀୟ ବଡ଼ ଦେଶ ୟୁକ୍ରେନର ବିଶ୍ୱ ପ୍ରତି ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଥିବା ଅବଦାନ ସମ୍ପର୍କରେ ସୂଚନା ମିଳିଛି। ୟୁକ୍ରେନ ଅନେକ ବଡ଼ବଡ଼ ଟେକ୍ନୋଲୋଜି ଅନେକ କମ୍ପାନୀକୁ ନୂଆ ଜୀବନ ଦେଇଛି। ସେହିପରି ୟୁକ୍ରେନର ଅନେକ ଲୋକ ବିଶ୍ୱର […]

ଅଦ୍ୟତନ ହୋଇଛି
ବିଶ୍ୱକୁ ୟୁକ୍ରେନର ଅବଦାନ: ହ୍ୱାଟସଆପରୁ ପେ’ପାଲ

Ukraine

Advertisment

କିଭ୍‌: ୟୁକ୍ରେନ ଏବେ ଯୁଦ୍ଧର କରୁଣ ବିଭୀଷିକା ମଧ୍ୟ ଦେଇ ଗତି କରୁଛି। ଗୁରୁବାରରୁ ରୁଷ କ୍ରମାଗତ ଭାବେ ୟୁକ୍ରେନ ଉପରେ ହମଲା କରୁଥିବାରୁ ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି। ଏସବୁ ଭିତରେ ଆକାର ଦୃଷ୍ଟିରୁ ୟୁରୋପର ଦ୍ୱିତୀୟ ବଡ଼ ଦେଶ ୟୁକ୍ରେନର ବିଶ୍ୱ ପ୍ରତି ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଥିବା ଅବଦାନ ସମ୍ପର୍କରେ ସୂଚନା ମିଳିଛି।

Advertisment

ୟୁକ୍ରେନ ଅନେକ ବଡ଼ବଡ଼ ଟେକ୍ନୋଲୋଜି ଅନେକ କମ୍ପାନୀକୁ ନୂଆ ଜୀବନ ଦେଇଛି। ସେହିପରି ୟୁକ୍ରେନର ଅନେକ ଲୋକ ବିଶ୍ୱର ପରିଚୟ ହାସଲ କରିଥିବା ବିଭିନ୍ନ ପ୍ଲାଟଫର୍ମର ମୂଳରେ ରହିଛନ୍ତି। ରୁଷ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିନଠାରୁ ୟୁକ୍ରେନର ଅନେକ ସରକାରୀ ଓ ବ୍ୟାଙ୍କିଂ ୱେବସାଇଟ ସାଇବର ହମଲାର ଶିକାର ହେଉଛନ୍ତି।

ଫେସବୁକ ଓ ଟ୍ୱିଟର ଭଳି କମ୍ପାନୀ ୟୁକ୍ରେନବାସୀଙ୍କ ସୋଶାଲ ମିଡିଆ ପ୍ରୋଫାଇଲର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଫିଚର ଲଞ୍ଚ କରିଛନ୍ତି। ତେବେ ଏପରି ସାଇବର ଆଟାକ ପଛରେ ବିଶ୍ୱ ପ୍ରତି ଟେକ୍ନୋଲୋଜି କ୍ଷେତ୍ରରେ ୟୁକ୍ରେନର ଅବଦାନ ଗୋଟିଏ କାରଣ। ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ୟୁକ୍ରେନ ସବୁଠାରୁ ଆଗରେ ବୋଲି କୁହାଯାଏ। ତେଣୁ ୟୁକ୍ରେନ ଉପରେ ରୁଷର ସାଇବର ଆଟାକ ପୂରା ବିଶ୍ୱରେ ପ୍ରଭାବ ପକାଇବାର ମଧ୍ୟ ଆଶଙ୍କା ରହିଛି।

Advertisment

ୟୁକ୍ରେନରେ ଅନେକ ବଡ଼ବଡ଼ ଟେକ୍ନିକାଲ ଷ୍ଟାର୍ଟଅପ ରହିଛି ଓ ବିଭିନ୍ନ ଟେକ୍ନୋଲୋଜି କମ୍ପାନୀ ୟୁକ୍ରେନକୁ ନିଜର ଘର ଭାବେ ବିବେଚନା କରି ଅଫିସ କରିଛନ୍ତି। ବିଶ୍ୱ ସ୍ତରରେ ୟୁକ୍ରେନ ଆଇଟି ସେକ୍ଟରର ପାଇଁ ଅନେକ ଲୋକଙ୍କୁ ପଠାଇଛି। ଏହାକୁ ଆଇଟି କ୍ଷେତ୍ରର ଆଉଟ ସୋରସିଂ ହବ ବୋଲି କୁହାଯାଏ।

ଟେକ୍ନିକାଲ ଷ୍ଟାର୍ଟଅପ ଓ ଆଇଟି କମ୍ପାନୀ ବ୍ୟତୀତ ଏକାଧିକ ଟେକ୍ନୋଲୋଜି କମ୍ପାନୀର ମୂଳ ୟୁକ୍ରେନର ମୂଳ ବାସିନ୍ଦାଙ୍କ ସହ ଜଡ଼ିତ। ଏହା ମଧ୍ୟରୁ ଗୋଟିଏ ହେଲା ହ୍ୱାଟସଆପ। ଏହାକୁ ପ୍ରଥମେ ୟୁକ୍ରେନରେ ଜନ୍ମିତ ଜାନ କୋଉମ ୨୦୦୯ ମସିହା ଜାନୁଆରୀ ମାସରେ ବାହାର କରିଥିଲେ। ପ୍ରଥମେ ଏହାକୁ ଷ୍ଟାଟସ ଦେଖିବା ଆପ୍‌ ଭାବେ ଲଞ୍ଚ କରାଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ ଏହା ସବୁଠାରୁ ବଡ଼ ସୋଶାଲ ମେସେଜିଂ ଆପ୍‌ରେ ପରିଣତ ହୋଇଛି। ୨୦୧୪ ମସିହାରେ ଫେସବୁକ କମ୍ପାନୀ ଏହି ଆପ୍‌କୁ ୧୯ ବିଲିୟନ ଡଲାର ଦେଇ କିଣି ନେଇଥିଲା।

ହ୍ୱାଟସଆପ ଭଳି ଫିନଟେକ କମ୍ପାନୀ ପେପାଲକୁ ମଧ୍ୟ ୟୁକ୍ରେନର ଇମିଗ୍ରାଣ୍ଟ ମାକ୍ସ ଲେଭଚିନ ପ୍ରତିଷ୍ଠା କରିଥିଲେ। ୧୯୯୮ରେ ଏହା ପ୍ରାଥମିକ ଭାବେ କନଫିନିଟି ପରେ ଏକ୍ସ.କମ ଭାବେ ୧୯୯୯ରେ ଲଞ୍ଚ ହୋଇଥିଲା। ୨୦୦୨ ମସିହା ଡିସେମ୍ବର ମାସରେ ମାକ୍ସ ପେପାଲରୁ ଦୂରେଇ ଯାଇଥିଲା। ଏହାର କିଛି ମାସ ପୂର୍ବରୁ ହିଁ ଏହାର ମାଲିକାନା ସତ୍ତ୍ୱ ଇ-ବେ ନିକଟକୁ ଯାଇଥିଲା।
୨୦୧୨ରେ ମାକ୍ସ ଆମେରିକା ଭିତ୍ତିକ buy-now pay-later (BNPL) ପ୍ଲାଟଫର୍ମ ପ୍ରତିଷ୍ଠା କରିଥିଲେ। ଏହି ୪୬ ବର୍ଷୀୟ ଉଦ୍ୟୋଗୀ ଜଣଙ୍କ Thank You for Smoking ଫିଲ୍ମର ପ୍ରଯୋଜନା କରିଛନ୍ତି। ଏହାବାଦ ସୋଶାଲ ଆପ୍‌ ଡେଭଲପର Slide.com ଓ ଫିନଟେକ ଷ୍ଟାର୍ଟଅପ ଷ୍ଟୁଡିୟ ଏଚଭିଏଫର ସହ ପ୍ରତିଷ୍ଠାତା ଭାବେ ମଧ୍ୟ ମାକ୍ସ ପରିଚିତ।

ସ୍ନାନ ହେଉଛି ଫୋଟ ଶେୟାରିଂ ଆପ୍‌ ସ୍ନାପଚାଟର ମୂଳ କମ୍ପାନୀ। ଏହାକୁ ୨୦୧୫ରେ ୟୁକ୍ରେନ ଭିତ୍ତିକ ୟୁରି ମୋନାଷ୍ଟାୟାରଶିନ ପ୍ରତିଷ୍ଠା କରିଥିଲେ। ୟୁକ୍ରେନ ଇତିହାସରେ ଏହି ଡିଲ୍ ପାଇଁ ସବୁଠାରୁ ଅଧିକ ଅର୍ଥାତ ୧୧୩୦ କୋଟିରେ ଡିଲ ହୋଇଥିଲା। ସ୍ନାପର ବଡ଼ବଡ଼ ଅଫିସ ୟୁକ୍ରେନର କିଭ ଏବଂ ଓଡେଶ ଭଳି ସହରରେ ରହିଛି। MacPaw ଆପ୍ ଡେଭଲପରର ଘର ଭାବେ କିଭ୍ ପରିଚିତ। ସାରା ବିଶ୍ୱରେ ଏହାର ଆପ୍‌ଗୁଡ଼ିକର ବ୍ୟବହାରକାରୀଙ୍କ ସଂଖ୍ୟା ୩ କୋଟିରୁ ଅଧିକ। ଏହି କମ୍ପାନୀ macOS ୟୁଟିଲିଟି ଆପ CleanMyMac X ପାଇଁ ଜଣାଶୁଣା। ଏବେ ରୁଷ ଆକ୍ରମଣ କରିଥିଲେ ମଧ୍ୟ MacPawର ସବୁ ପ୍ରଡକ୍ଟ ଠିକ୍‌ ଭାବେ କାର୍ଯ୍ୟକ୍ଷମ ହେବ ବୋଲି କମ୍ପାନୀ କହିଛି।

ଟାଇପିଂରେ ସହାୟତା କରୁଥିବା Grammarly ନାମକ ବଡ଼ ଟେକ କମ୍ପାନୀ ୟୁକ୍ରେନରୁ ହିଁ ବାହାରିଛି। ୨୦୦୯ ମସିହାରେ ୟୁକ୍ରେନରେ ଜନ୍ମିତ ମାକ୍ସ ଲୟଟଭୟନ, ଆଲେକ୍ସ ଶେଭଚେନୋକ ଓ ଦିମିତ୍ରି ଲିଡର ପ୍ରତିଷ୍ଠା କରିଥିଲେ। ଏହାକୁ ବିଶ୍ୱରେ କଣ୍ଟେଣ୍ଟ କ୍ରିଏଟର ଭାବେ ବ୍ୟବହାର କରାଯାଉଛି। ଅବଶ୍ୟ Grammarlyର ମୁଖ୍ୟାଳୟ କାର୍ଲିଫର୍ଣ୍ଣିଆରେ ରହିଛି। କିନ୍ତୁ ଏହାର ପ୍ରାଥମିକ ଡେଭଲପର ଅଫିସ କିଭରେ ଚାଲିଛି।

ଏହା ବ୍ୟତୀତ ୟୁକ୍ରେନରେ ଗୁଗଲ, ଫେସବୁକ ଓ ମାଇକ୍ରୋସଫ୍ଟ ଭଳି ବଡ଼ବଡ଼ ଅଫିସର କମ୍ପାନୀ ରହିଛି। କଣ୍ଟେଣ୍ଟ ଡେଭଲପର ନେଟୱର୍କ ଓ ୱେବ ଭିତ୍ତିଭୂମି ସେବା ପ୍ରଦାନ କରୁଥିବା Cloudflareର ଡାଟା ସେଣ୍ଟର ୟୁକ୍ରେନରେ ପ୍ରତିଷ୍ଠା କରିଛି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe