ଦୀପାବଳି ଅଫର ଘୋଷଣା କଲା Xiaomi କମ୍ପାନୀ: ୧ ଟଙ୍କାରେ ପାଇବେ ୨୧ ହଜାର ଟଙ୍କା ମୂଲ୍ୟର ଫୋନ୍‌

ନୂଆଦିଲ୍ଲୀ: ସ୍ମାର୍ଟ ଫୋନ୍ ନିର୍ମାଣକାରୀ କମ୍ପାନୀ Xiaomi ପକ୍ଷରୁ ଦୀପାବଳି ସେଲ୍‌ ଅଫର ଘୋଷଣା କରାଯାଇଛି । ଏହି ସେଲ୍‌ର ଆୟୋଜନ କମ୍ପାନୀର ଅଫିସିଆଲ୍‌ ୱେବସାଇଟ୍‌ ପକ୍ଷରୁ କରାଯାଇଛି। ଏହି ସେଲର ଆରମ୍ଭ ଅପରାହ୍ନ ୪ଟାରୁ ହେବ।  ତେବେ ପ୍ରଥମ ଦିନ ଗ୍ରାହକଙ୍କୁ  Xiaomiର Poco F1 ସ୍ମାର୍ଟ ଫୋନ୍‌ ୧ ଟଙ୍କାରେ କିଣିବାକୁ ମଉକା ମିଳିବ। Poco F1 ବି ଏକ ଉଚ୍ଚମାନର ସ୍ମାର୍ଟ ଫୋନ୍‌।  ଏହି ସ୍ମାର୍ଟ ଫୋନ୍‌ର ମୂଲ୍ୟ ୨୦.୯୯୯ ଟଙ୍କାରୁ ଆରମ୍ଭ ହେଉଛି। […]

j-22

Tapas Behera
  • Published: Tuesday, 23 October 2018
  • , Updated: 31 October 2018, 03:25 PM IST

ନୂଆଦିଲ୍ଲୀ: ସ୍ମାର୍ଟ ଫୋନ୍ ନିର୍ମାଣକାରୀ କମ୍ପାନୀ Xiaomi ପକ୍ଷରୁ ଦୀପାବଳି ସେଲ୍‌ ଅଫର ଘୋଷଣା କରାଯାଇଛି । ଏହି ସେଲ୍‌ର ଆୟୋଜନ କମ୍ପାନୀର ଅଫିସିଆଲ୍‌ ୱେବସାଇଟ୍‌ ପକ୍ଷରୁ କରାଯାଇଛି। ଏହି ସେଲର ଆରମ୍ଭ ଅପରାହ୍ନ ୪ଟାରୁ ହେବ।  ତେବେ ପ୍ରଥମ ଦିନ ଗ୍ରାହକଙ୍କୁ  XiaomiPoco F1 ସ୍ମାର୍ଟ ଫୋନ୍‌ ୧ ଟଙ୍କାରେ କିଣିବାକୁ ମଉକା ମିଳିବ। Poco F1 ବି ଏକ ଉଚ୍ଚମାନର ସ୍ମାର୍ଟ ଫୋନ୍‌।  ଏହି ସ୍ମାର୍ଟ ଫୋନ୍‌ର ମୂଲ୍ୟ ୨୦.୯୯୯ ଟଙ୍କାରୁ ଆରମ୍ଭ ହେଉଛି।

ହେଲେ ୧ ଟଙ୍କା ମିଳିବାକୁ ଥିବା ଫୋନ୍‌କୁ ନେଇ କମ୍ପାନୀ ପକ୍ଷରୁ ସର୍ତ୍ତ ରହିଛି। ସାଓମି ପକ୍ଷରୁ କୁହାଯାଇଛି ଯେ, ଅଫର ବାବଦରେ କେବଳ ୧୦ଟି Poco F1 ଉପଲବ୍ଧ ରହିବ। ଡ୍ୟୁଆଲ୍‌ ସିମ୍‌ ସପୋର୍ଟ ଥିବା Poco F1 ଆଣ୍ଡ୍ରଏଡ୍‌ ୮.୧ ଓରିଓ ବେସ୍‌ଡ MIUI 9.6ରେ ଚାଲିବ। ଅନ୍ୟ ବିଶେଷତ୍ୱ ମଧ୍ୟରେ 6.18 ଇଞ୍ଚ୍‌ର ଡିସ୍‌ପ୍ଲେ ଏବଂ 2.D କର୍ଭଡ୍‌ ଗରିଲା ଗ୍ଲାସ୍‌ ୩ ଉପଲବ୍ଧ ହେବ।

ସେହିପରି ଏଥିରେ Qualcomm Snapdragon 845 processor ଓ 6GB and 8GB RAM ଅପ୍ସନ୍‌ ରହିବ। ରିଅର ୧୨ ମେଗାପିକ୍ସେଲ ଏବଂ ଫ୍ରଣ୍ଟ୍‌ ୫ ମେଗାପିକ୍ସେଲ କ୍ୟାମେରା ଆଦି ସୁବିଧା ରହିଛି। ସେହିପରି ଏହି ସ୍ମାର୍ଟ ଫୋନ୍‌ 64GB / 128GB / 256GB of ଷ୍ଟୋରେଜ୍‌ ସହ  256GBର କାର୍ଡ଼ ଉପଲବ୍ଧ ହେବ।

ଏଥିରେ 4G +, VoLTE, Wi-Fi 802.11ac ଏବଂ ବ୍ଲୁ-ଟୁଥ୍‌ v5.0, USB Type-C ଉପଲବ୍ଧ ହେବ।  ତେବେ ଏବାବଦରେ ସବିଶେଷ ତଥ୍ୟ ଜାଣିବାକୁ ଚାହୁଁଥିଲେ ଆପଣ କମ୍ପାନୀର ଅଫିସିଆଲ ୱେବ୍‌ସାଇଟ୍‌କୁ ଯାଇ ଭିଜିଟ୍‌ କରିପାରିବେ।

Related story