ନାଲକୋକୁ କୋଇଲା ଚିନ୍ତା

Ordigital Desk
  • Published: Friday, 20 October 2017
  • , Updated: 20 October 2017, 10:03 PM IST
<p>ଭୁବନେଶ୍ୱର: ନାଲକୋକୁ ଘାରିଛି କୋଇଲା ଚିନ୍ତା। ଆବଶ୍ୟକ ପରିମାଣରେ କୋଇଲା ମିଳୁ ନଥିବାରୁ ଭରତପୁର ଖଣିରୁ ଉତ୍ପାଦନ ହ୍ରାସ ପାଇଛି। ବାହାର ରାଜ୍ୟରୁ କୋଇଲା ଆସିବା ବନ୍ଦ ହୋଇଯିବା ପରେ ଆଲୁମିନିୟମ ଉତ୍ପାଦନରେ ଗୁରୁତର ବାଧା ଉପୁଜିବା ଆଶଙ୍କା ସୃଷ୍ଟି ହୋଇଛି। ସେହିପରି କୋଇଲା ଅଭାବରୁ ନାଲକୋର ନିଜସ୍ୱ ପାଓ୍ୱାର ପ୍ଲାଣ୍ଟର ୩ଟି ୟୁନିଟ୍ ବନ୍ଦ କରିବାକୁ ପଡିଛି। ତୁରନ୍ତ କୋଇଲା ସମସ୍ୟାର ସମାଧାନ କରା ନଗଲେ ଉତ୍ପାଦନରେ ଗୁରୁତର ବାଧା ସୃଷ୍ଟି ହେବା ସହ ପ୍ଲାଣ୍ଟ ପ୍ରତି ବିପଦ ରହିଥିବା ଶ୍ରମିକମାନେ କହିଛନ୍ତି।</p> <p>ନାଲକୋ ପାଇଁ ଦୈନିକ ୧୭ ହଜାର ୫ଶହ ମେଟ୍ରିକ୍ ଟନ୍ କୋଇଲା ଦରକାର। କୋଇଲା ଯୋଗାଉଥିବା ତାଳଚେର ଭରତପୁର ଖଣିରୁ ମାତ୍ର ୧୩ ହଜାର ମେଟ୍ରିକ୍ ଟନ୍ ଆସୁଛି। ସେହିପରି ଛତିଶଗଡ଼, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରୁ ଆସୁଥିବା ଲିଙ୍କେଜ୍ କୋଇଲା ବି ମିଳୁନାହିଁ। ଫଳରେ ଏଭଳି ସ୍ଥିତି ଉପୁଜିଛି। କୋଇଲା ଅଭାବ ପାଇଁ ନିଜସ୍ୱ ପାଓ୍ୱାର ପ୍ଲାଣ୍ଟ ବା ସିପିପିର ୧୨୦ ମେଗାଓ୍ୱାଟ୍ କ୍ଷମତା ବିଶିଷ୍ଟ ୩ଟି ୟୁନିଟ୍ ବନ୍ଦ ହୋଇଯାଇଛି। କମ୍ପାନୀ କର୍ତ୍ତୃପକ୍ଷ ଗ୍ରୀଡକୋଠାରୁ ୧୨୦ ମେଗାଓ୍ୱାଟ୍&nbsp; ବିଦ୍ୟୁତ୍&zwnj; ଆଣି କାମ ଚଳାଉଛନ୍ତି। ଏହାବାଦ ଆହୁରି ୨୪୦ ମେଗାଓ୍ୱାଟ୍ ବିଦ୍ୟୁତ୍&zwnj; ନିଅଣ୍ଟ ପଡୁଛି। ବିଦ୍ୟୁତ୍&zwnj; ଅଭାବରୁ ସ୍ମେଲଟର ପ୍ଲାଣ୍ଟର&nbsp; ୯୬୦ ପଟ୍ ବଦଳରେ ଏବେ ୮୭୫ଟି ପଟ୍ ଚାଲୁଛି। ପଟ୍ ଲାଇନ୍ ଚଲାଇବାକୁ ୧୮୦ କିଲୋ ଆମ୍ପିୟର ବିଦ୍ୟୁତ୍&zwnj; ଆବଶ୍ୟକ ଥିବା ବେଳେ ଏବେ ଏହାକୁ ତା&rsquo;ଠାରୁ ଯଥେଷ୍ଟ କମରେ ଚଲାଇବାକୁ ପଡୁଛି।</p> <p>ସୂଚନାଯୋଗ୍ୟ, ନାଲକୋ ଷ୍ଟକ୍ ୟାର୍ଡରେ ୫ ଲକ୍ଷ ମେଟ୍ରିକ୍ ଟନ୍ କୋଇଲା ରହିବା ଲାଗି ବ୍ୟବସ୍ଥା ରହିଛି। ଏବେ ମାତ୍ର ୭୦ ହଜାର ମେଟ୍ରିକ୍ ଟନ୍ କୋଇଲା ଗଚ୍ଛିତ ଅଛି। ତେଣୁ ଜରୁରୀ ପରିସ୍ଥିତି ସୃଷ୍ଟି ହେଲେ ଗଚ୍ଛିତ କୋଇଲା ଏକ ସପ୍ତାହ ପାଇଁ ମଧ୍ୟ ଯଥେଷ୍ଟ ନୁହେଁ। କୋଇଲା ସଂକଟର ସମାଧାନ ନେଇ ନାଲକୋ କର୍ମଚାରୀ ସଂଘ ଖଣି, କୋଇଲା ଓ ରେଳ ମନ୍ତ୍ରାଳୟର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏଯାଏଁ କୌଣସି ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ ହୋଇଛି।</p> <p>କେନ୍ଦ୍ର ସରକାର ୨ ମାସ ତଳେ ଆଣିଥିବା ନୂଆ କୋଇଲା ନୀତି ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା କୁହାଯାଉଛି। ଏହି ନୀତି ଅନୁସାରେ ସରକାର କେବଳ ପାଓ୍ୱାର ପ୍ଲାଣ୍ଟକୁ କୋଇଲା ଦେବେ ଓ ନିଜସ୍ୱ ପାଓ୍ୱାର ପ୍ଲାଣ୍ଟକୁ କୋଇଲା ଯୋଗାଣ କରିବେ ନାହିଁ।</p>

Related story