ନାଲକୋର ଆଜି ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ନବରତ୍ନ ଉଦ୍ୟୋଗ ନାଲକୋର ଆଜି ପ୍ରତିଷ୍ଠା ଦିବସ। ଆଜି ଓ ଆସନ୍ତାକାଲି ଦୁଇଦିନ ଧରି  କାର୍ଯ୍ୟକ୍ରମ ଚାଲିବ। ଆଜି ଉଦଘାଟନୀ ଅବସରରେ ହେବାକୁ ଥିବା ବକୃତାମାଳାରେ ମୁଖ୍ୟବକ୍ତା  ଭାବେ କେନ୍ଦ୍ରୀୟ ଭିଜିଲାନ୍ସ କମିଶନର କେ.ଭି ଚୌଧୁରୀ ଯୋଗ ଦେବେ। ”ଉତ୍ତମ ଶାସନ ନିମନ୍ତେ ପ୍ରତିରୋଧାତ୍ମକ ସତର୍କତା ଏକ ମୁଖ୍ୟ ମାଧ୍ୟମ” ଶୀର୍ଷକ ଆଲୋଚନାରେ ସେ ନିଜର ଅଭିଭାଷଣ ରଖିବେ। ନାଲକୋ ଭବନରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସଭାପତିତ୍ୱ […]

nalco

Rakesh Mallick
  • Published: Wednesday, 06 January 2016
  • , Updated: 06 January 2016, 05:57 AM IST

ଭୁବନେଶ୍ୱର: ନବରତ୍ନ ଉଦ୍ୟୋଗ ନାଲକୋର ଆଜି ପ୍ରତିଷ୍ଠା ଦିବସ। ଆଜି ଓ ଆସନ୍ତାକାଲି ଦୁଇଦିନ ଧରି  କାର୍ଯ୍ୟକ୍ରମ ଚାଲିବ। ଆଜି ଉଦଘାଟନୀ ଅବସରରେ ହେବାକୁ ଥିବା ବକୃତାମାଳାରେ ମୁଖ୍ୟବକ୍ତା  ଭାବେ କେନ୍ଦ୍ରୀୟ ଭିଜିଲାନ୍ସ କମିଶନର କେ.ଭି ଚୌଧୁରୀ ଯୋଗ ଦେବେ। ''ଉତ୍ତମ ଶାସନ ନିମନ୍ତେ ପ୍ରତିରୋଧାତ୍ମକ ସତର୍କତା ଏକ ମୁଖ୍ୟ ମାଧ୍ୟମ'' ଶୀର୍ଷକ ଆଲୋଚନାରେ ସେ ନିଜର ଅଭିଭାଷଣ ରଖିବେ। ନାଲକୋ ଭବନରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସଭାପତିତ୍ୱ କରିବେ। ଏହାପରେ ବିଭିନ୍ନ ଦିଗରେ ଉଲ୍ଲେଖନୀୟ କୃତୀତ୍ୱ ପାଇଁ ବିଶିଷ୍ଟ ବ୍ୟକ୍ତିଙ୍କୁ ନାଲକୋ କାଳିଦାସ ସମ୍ମାନରେ ସମ୍ମାନିତ କରାଯିବ।

Related story