ନ୍ୟାସନାଲ ଟେକ୍ସଟାଇଲ୍ କର୍ପୋରେସନ ଘୋଟାଲାରେ ଏଫଆଇଆର୍ ରୁଜୁ କଲା ସିବିଆଇ

ନୂଆଦିଲ୍ଲୀ: ନ୍ୟାସନାଲ ଟେକ୍ସଟାଇଲ୍ କର୍ପୋରେସନ୍ (ଏନଟିସି)ର ୧୭୦୦ କୋଟି ଟଙ୍କାର ଜମି ଘୋଟାଲା ମାମଲାରେ ବୁଧବାର ଏଫଆଇଆର୍ ରୁଜୁ କରିଛି ସିବିଆଇ। ଏହି ମାମଲାରେ ପୂର୍ବତନ କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ଶଙ୍କରସିଂହ ଭାଗେଲା ଓ ଏନଟିସିର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ରନ ପିଲାଇଙ୍କ ବିରୁଦ୍ଧରେ ତଦନ୍ତ କରାଯିବ ବୋଲି ସିବିଆଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପିଲାଇଙ୍କ ସମେତ ଏହି ଜମି ଘୋଟାଲାରେ ଜଡ଼ିତ ଏକାଧିକ ଲୋକଙ୍କ ଘର […]

cbi

Rakesh Mallick
  • Published: Wednesday, 17 June 2015
  • , Updated: 17 June 2015, 09:36 AM IST

ନୂଆଦିଲ୍ଲୀ: ନ୍ୟାସନାଲ ଟେକ୍ସଟାଇଲ୍ କର୍ପୋରେସନ୍ (ଏନଟିସି)ର ୧୭୦୦ କୋଟି ଟଙ୍କାର ଜମି ଘୋଟାଲା ମାମଲାରେ ବୁଧବାର ଏଫଆଇଆର୍ ରୁଜୁ କରିଛି ସିବିଆଇ। ଏହି ମାମଲାରେ ପୂର୍ବତନ କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ଶଙ୍କରସିଂହ ଭାଗେଲା ଓ ଏନଟିସିର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ରନ ପିଲାଇଙ୍କ ବିରୁଦ୍ଧରେ ତଦନ୍ତ କରାଯିବ ବୋଲି ସିବିଆଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପିଲାଇଙ୍କ ସମେତ ଏହି ଜମି ଘୋଟାଲାରେ ଜଡ଼ିତ ଏକାଧିକ ଲୋକଙ୍କ ଘର ଉପରେ ସିବିଆଇ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ବେଳେ ଏନଟିସିର ଜମି ଡିଲ୍ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଛି। ଏହି ଘୋଟାଲା ସମୟରେ ପିଲାଇ ଏନଟିସିର ସଂପତ୍ତି ବିକ୍ରି କମିଟିର ଅଧ୍ୟକ୍ଷ ଥିଲେ। ଆଉ ଅଭିଯୋଗ ଅନୁଯାୟୀ ଘରୋଇ କଂପାନକୁ ଏନଟିସିର ସଂପତ୍ତି ବିକ୍ରି ବେଳେ ନିୟମ ଗୁଡ଼ିକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଥିଲା। ସରକାରଙ୍କ ଦ୍ୱାରା ପରିଚାଳିତ ଏହି କଂପାନୀର ସଂପତ୍ତି ଯେପରି କିଛି ନିର୍ଦ୍ଦିଷ୍ଟ କଂପାନୀ କିଣି ପାରିବେ ସେଥିପାଇଁ ବେଆଇନ ଭାବେ ଗାଇଡଲାଇନ୍ ପ୍ରସ୍ତୁତ କରାଯାଇଥିଲା ବୋଲି ଅଭିଯୋଗ ହୋଇଛି।

Related story