'ହ୍ୱାଟ୍ସଆପ୍‌'ର ସୁରକ୍ଷା ପାଇଁ ଆସିବ ନୂଆ ଫିଚର୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଇନ୍‌ଷ୍ଟାଣ୍ଟ୍‌ ମେସେଜିଂ ଆପ୍‌ ‘ହ୍ୱାଟ୍ସଆପ୍‌’ ଆଣିବ ଆଉ ଏକ ନୂଆ ଫିଚର୍‌। ଏବେ ‘ହ୍ୱାଟ୍ସଆପ୍‌’ରେ ମିଳିବ ଫିଙ୍ଗର୍‌ ପ୍ରିଣ୍ଟ୍‌ ଅଥେଣ୍ଟିକେଶନ୍‌। ସୂଚନା ମୁତାବକ. ହ୍ୱାଟ୍ସଆପ୍’ ଗୁଗଲ୍‌ ପ୍ଲେ ଭିଟା ପ୍ରୋଗ୍ରାମ୍‌ ଜରିଆରେ ଏକ ନୂଆ ଅପଡେଟ୍‌ ଆଣିଛି। ଯେଉଁଥିରେ ଏହି ଫିଚର୍‌ ସାମିଲ ହୋଇଛି। ଶୁଣିବାକୁ ମିଳୁଛି ଯେ କମ୍ପାନୀ iPhone ୟୁଜର୍ସଙ୍କ ପାଇଁ ଫେସ୍‌ ଆଇଡି ଓ ଟଚ୍‌ ଆଇଡି ଫିଚର୍ ପ୍ରସ୍ତୁତ କରିସାରିଛି। ହେଲେ, ଏବେ ଏହାକୁ ସ୍ଟେବଲ ଅପ୍‌ଡେଟ୍‌ରେ ଦିଆଯାଇନାହିଁ। ଏହାପରେ […]

whatsaap

Chinmayee Roy
  • Published: Thursday, 10 January 2019
  • , Updated: 10 January 2019, 07:36 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଇନ୍‌ଷ୍ଟାଣ୍ଟ୍‌ ମେସେଜିଂ ଆପ୍‌ 'ହ୍ୱାଟ୍ସଆପ୍‌' ଆଣିବ ଆଉ ଏକ ନୂଆ ଫିଚର୍‌। ଏବେ 'ହ୍ୱାଟ୍ସଆପ୍‌'ରେ ମିଳିବ ଫିଙ୍ଗର୍‌ ପ୍ରିଣ୍ଟ୍‌ ଅଥେଣ୍ଟିକେଶନ୍‌। ସୂଚନା ମୁତାବକ. ହ୍ୱାଟ୍ସଆପ୍' ଗୁଗଲ୍‌ ପ୍ଲେ ଭିଟା ପ୍ରୋଗ୍ରାମ୍‌ ଜରିଆରେ ଏକ ନୂଆ ଅପଡେଟ୍‌ ଆଣିଛି। ଯେଉଁଥିରେ ଏହି ଫିଚର୍‌ ସାମିଲ ହୋଇଛି।

ଶୁଣିବାକୁ ମିଳୁଛି ଯେ କମ୍ପାନୀ iPhone ୟୁଜର୍ସଙ୍କ ପାଇଁ ଫେସ୍‌ ଆଇଡି ଓ ଟଚ୍‌ ଆଇଡି ଫିଚର୍ ପ୍ରସ୍ତୁତ କରିସାରିଛି। ହେଲେ, ଏବେ ଏହାକୁ ସ୍ଟେବଲ ଅପ୍‌ଡେଟ୍‌ରେ ଦିଆଯାଇନାହିଁ। ଏହାପରେ କମ୍ପାନୀ ଏବେ ଆଣ୍ଡ୍ରଏଡ୍ ଫୋନ୍‌ ପାଇଁ ଅଥେଣ୍ଟିକେଶନ୍‌ ଫିଚର୍‌ ଉପରେ କାମ କରୁଛି।

ସୂଚନା ଅନୁଯାୟୀ, ଏହି ନୂଆ ଫିଚର୍‌ ଆସିବା ପରେ 'ହ୍ୱାଟ୍ସଆପ୍‌'ରେ ଏକ ନୂଆ ସେକ୍ସନ୍‌ ଯୋଡ଼ି ହୋଇଯିବ, ଯେଉଁଠି ୟୁଜର୍‌ ଫିଙ୍ଗର୍‌ ପ୍ରିଣ୍ଟ୍‌ ଫିଚର୍‌କୁ ଏନବଲ୍ କରିପାରିବେ। ଏହା ଠିକ୍‌ iOSରେ ଦିଆଯାଇଥିବା ଫିଚର୍‌ ଭଳି ହେବ। ଏହା ଜରିଆରେ ଆପଣ ଏହି ଆପ୍‌କୁ ଲକ୍‌ କରିପାରିବେ। ଏହାପରେ 'ହ୍ୱାଟ୍ସଆପ୍‌' ଅନ୍‌ କରିବା ଲାଗି ଆପଣଙ୍କୁ ନିଜ ଫିଙ୍ଗର ପ୍ରିଣ୍ଟ୍‌ ସ୍କାନ୍‌ କରିବାକୁ ପଡ଼ିବ।

ଫିଙ୍ଗର୍‌ ପ୍ରିଣ୍ଟ୍‌ ଡ୍ୟାସ୍‌ବୋର୍ଡ଼ରେ ୩ଟି ଅପ୍‌ଶନ୍‌ ରହିଛି- ଫିଙ୍ଗରପ୍ରିଣ୍ଟ, କ୍ୟାନ୍‌ସଲ୍ ଓ ଡିଭାଇସ୍ କ୍ରିଡେନ୍‌ସିଆଲ୍‌। ଯଦି ଭୁଲ୍‌ରେ ବି 'ହ୍ୱାଟ୍ସଆପ୍' ଆପଣଙ୍କ ଫିଙ୍ଗର ପ୍ରିଣ୍ଟ ରିଡ୍‌ ନ କରିପାରେ, ତେବେ ଡିଭାଇସ୍‌ର ପାସ୍‌ୱର୍ଡ଼ରେ ଆପଣ ଏହାକୁ ଓପନ୍‌ କରିପାରିବେ। ହେଲେ ଏହି ଅପ୍‌ଡେଟ୍‌ କେବେ ଜାରି ହେବ, ସେ ନେଇ କମ୍ପାନୀ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ଦେଇନାହିଁ।

Related story