ନୋକିଆ ବାନାନା ଫୋନ୍‌ର ମୂଲ୍ୟ କମିଲା

ନୂଆଦିଲ୍ଲୀ: ଗତବର୍ଷ ଭାରତରେ ଏଚ୍‌ଏମ୍‌ଡି ଗ୍ଲୋବାଲ୍‌ ନୋକିଆ ୟୁନିକ୍‌ ବାନାନା ଶେପ୍‌ର ୮୧୧୦ ଡିଭାଇସ୍‌ ମୋବାଇଲ୍ ଲଞ୍ଚ୍‌ କରିଥିଲା। ଏହି ୪ଜି ଫିଚର୍‌ ଫୋନର ମୂଲ୍ୟ ଭାରତରେ ୫୯୯୯ ଟଙ୍କା ରଖାଯାଇଥିଲା। ବର୍ତ୍ତମାନ ସୂଚନା ମିଳିଛି ଯେ, ଏହି ଫୋନ୍‌ର ମୂଲ୍ୟରେ ୧୦୦୦ଟଙ୍କା କମ୍‌ କରିଦିଆଯାଇଛି। ଇଚ୍ଛୁକ ଗ୍ରାହକ ନୋକିଆ ଅଫିସିଆଲ୍‌ ଷ୍ଟୋରରୁ ଏହି ଫିଚର୍‌ ଫୋନକୁ ୪୯୯୯ ଟଙ୍କାରେ କିଣି ପାରିବେ। ଏହି ଫୋନ୍‌ର ଡିଜାଇନ୍‌ ୧୯୯୬ରେ ଲଞ୍ଚ୍‌ ହୋଇଥିବା ନୋକିଆ ୮୧୧୦ ମଡେଲ୍‌ର ଓରିଜିନାଲ୍‌ […]

nn

Puspanjali Panda
  • Published: Tuesday, 12 March 2019
  • , Updated: 12 March 2019, 07:58 AM IST

ନୂଆଦିଲ୍ଲୀ: ଗତବର୍ଷ ଭାରତରେ ଏଚ୍‌ଏମ୍‌ଡି ଗ୍ଲୋବାଲ୍‌ ନୋକିଆ ୟୁନିକ୍‌ ବାନାନା ଶେପ୍‌ର ୮୧୧୦ ଡିଭାଇସ୍‌ ମୋବାଇଲ୍ ଲଞ୍ଚ୍‌ କରିଥିଲା। ଏହି ୪ଜି ଫିଚର୍‌ ଫୋନର ମୂଲ୍ୟ ଭାରତରେ ୫୯୯୯ ଟଙ୍କା ରଖାଯାଇଥିଲା।

ବର୍ତ୍ତମାନ ସୂଚନା ମିଳିଛି ଯେ, ଏହି ଫୋନ୍‌ର ମୂଲ୍ୟରେ ୧୦୦୦ଟଙ୍କା କମ୍‌ କରିଦିଆଯାଇଛି। ଇଚ୍ଛୁକ ଗ୍ରାହକ ନୋକିଆ ଅଫିସିଆଲ୍‌ ଷ୍ଟୋରରୁ ଏହି ଫିଚର୍‌ ଫୋନକୁ ୪୯୯୯ ଟଙ୍କାରେ କିଣି ପାରିବେ।

ଏହି ଫୋନ୍‌ର ଡିଜାଇନ୍‌ ୧୯୯୬ରେ ଲଞ୍ଚ୍‌ ହୋଇଥିବା ନୋକିଆ ୮୧୧୦ ମଡେଲ୍‌ର ଓରିଜିନାଲ୍‌ ଭର୍ସନ୍‌।
କିନ୍ତୁ ଏହାର ନୂଆ ଡିଜାଇନ୍‌ରେ କିଛି ପରିବର୍ତ୍ତନ କରାଯାଇଛି। ଏଥିରେ VoLTE କଲିଙ୍ଗ୍‌ ସପୋର୍ଟ ଓ କ୍ୱାଲାକମ୍‌ ୨୦୫ ମୋବାଇଲ୍‌ ଫ୍ଲାଟ୍‌ଫର୍ମ ଦିଆଯାଇଛି। ଏହା ସହିତ ଏହି ଫୋନ୍‌ KaiOS ଉପରେ ଚାଲୁଛି। ଏହା ହେଉଛି ସେହି ସଫ୍ଟୱେୟାର୍‌ ଯାହା ଜିଓଫୋନ୍‌ରେ ଦିଆଯାଇଛି।

ନୋକିଆର ଏହି ମଡେଲ୍‌ରେ ଏହିସବୁ ଫିଚର୍‌ ରହିଛି
୧.ଏହି ଫୋନ୍‌ରେ ୫୧୨ ଏମ୍‌ବିର ରାମ୍‌ ଓ ୪ ଜିବି ଇଣ୍ଟରନାଲ୍‌ ଷ୍ଟୋରେଜ୍‌ ରହିଛି। ଏହା ସହିତ ମେମୋରୀ କାର୍ଡ ସାହାଯ୍ୟରେ ଆପଣ ୬୪ ଜିବି ପର୍ଯ୍ୟନ୍ତ ଫୋନ୍‌ ଷ୍ଟୋରେଜ୍‌ ବୃଦ୍ଧି କରିପାରିବେ।
୨.ଫୋନ୍‌ରେ ୪:୩ ରେସିଓ ସହିତ ୨.୪ ଇଞ୍ଚ୍‌ର ଡିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ୍‌ ୨୪୦x୩୨୦ ରହିଛି।

୩. ଫଟୋଗ୍ରାଫି ପାଇଁ ଫୋନ୍‌ରେ ୨ ମେଗା ପିକ୍ସେଲ୍‌ର ରିୟର୍‌ କ୍ୟାମେରା ରହିଛି। ଏହା ସହିତ କ୍ୟାମେରାରେ ଏଲ୍‌ଇଡି ଫ୍ଲାସ୍‌ ମଧ୍ୟ ରହିଛି।
୪.ଏହି ଫୋନ୍‌ଟି ଆପଣ ବ୍ଲାକ୍‌ ଓ ୟେଲୋ ରଙ୍ଗରେ ପାଇପାରିବେ।

୫. କନେକ୍ଟିଭିଟି ପାଇଁ ଆପଣ ଏଥିରେ ୱାଇ-ଫାଇ, ବ୍ଲୁ ଟୁଥ୍‌, ଜିପିଏସ୍‌ ଓ ମାଇକ୍ରୋ ୟୁଏସ୍‌ବି ସପୋର୍ଟ ପାଇପାରିବେ।
୬. ବ୍ୟାଟେରୀ କାପାସିଟି ୧୫୦୦ଏମ୍‌ଏଏଚ୍‌ ରହିଛି। ଯାହା ନୋକିଆର ଦାବି ଅନୁସାରେ ୬୦୦ ଘଣ୍ଟାର ଷ୍ଟାଣ୍ଡବାଏ ସପୋର୍ଟ ଦେବ।
୭. ଏହା ସହିତ ଫୋନ୍‌ରେ ଆପଣ ଫେସବୁକ ଓ ଟ୍ୱିଟର୍‌ ମଧ୍ୟ ଚଲାଇ ପାରିବେ।

Related story