୬ ଟଙ୍କା ବଢ଼ିଲା ଅଣସବସିଡ଼ି ଗ୍ୟାସ ସିଲିଣ୍ଡର ଦାମ

ନୂଆଦିଲ୍ଲୀ: ଗ୍ୟାସ ସିଲିଣ୍ଡରର ଦାମ ପୁଣି ବଢିଛି । ୪ ମାସ ଭିତରେ ତିନୋଟି ପର୍ଯ୍ୟାୟରେ  ଅଣ ସବସିଡ଼ି ସିଲିଣ୍ଡର ଗ୍ୟାସର ଦାମ ୧୧ଟଙ୍କାରୁ ଅଧିକ ବୃଦ୍ଧି ହୋଇଛି। ବୁଧବାର ସବସିଡ଼ିଯୁକ୍ତ ଏଲପିଜି ସିଲିଣ୍ଡର ଗ୍ୟାସର ଦାମ ଦିଲ୍ଲୀରେ ୨୮ ପଇସା ଏବଂ ମୁମ୍ୱାଇରେ ୨୯ ପଇସା ବୃଦ୍ଧି ହୋଇଛି। ସେହିପରି ବିନା ସବସିଡ଼ି ଗ୍ୟାସ ସିଲିଣ୍ଡର ଦର ୬ ଟଙ୍କା ବଢ଼ିଛି। ଏବେ ଦିଲ୍ଲୀରେ ବିନା ସବସିଡ଼ି ସିଲିଣ୍ଡର ଗ୍ୟାସ(୧୪.୨) ଲିଟରର ଦାମ ୭୧୨.୫୦ ପଇସା […]

gas

Subhransu Sekhar
  • Published: Wednesday, 01 May 2019
  • , Updated: 01 May 2019, 11:37 AM IST

ନୂଆଦିଲ୍ଲୀ: ଗ୍ୟାସ ସିଲିଣ୍ଡରର ଦାମ ପୁଣି ବଢିଛି । ୪ ମାସ ଭିତରେ ତିନୋଟି ପର୍ଯ୍ୟାୟରେ  ଅଣ ସବସିଡ଼ି ସିଲିଣ୍ଡର ଗ୍ୟାସର ଦାମ ୧୧ଟଙ୍କାରୁ ଅଧିକ ବୃଦ୍ଧି ହୋଇଛି।

ବୁଧବାର ସବସିଡ଼ିଯୁକ୍ତ ଏଲପିଜି ସିଲିଣ୍ଡର ଗ୍ୟାସର ଦାମ ଦିଲ୍ଲୀରେ ୨୮ ପଇସା ଏବଂ ମୁମ୍ୱାଇରେ ୨୯ ପଇସା ବୃଦ୍ଧି ହୋଇଛି। ସେହିପରି ବିନା ସବସିଡ଼ି ଗ୍ୟାସ ସିଲିଣ୍ଡର ଦର ୬ ଟଙ୍କା ବଢ଼ିଛି। ଏବେ ଦିଲ୍ଲୀରେ ବିନା ସବସିଡ଼ି ସିଲିଣ୍ଡର ଗ୍ୟାସ(୧୪.୨) ଲିଟରର ଦାମ ୭୧୨.୫୦ ପଇସା ହୋଇଛି।

ଏହା ପୂର୍ବରୁ ଏପ୍ରିଲ ୧ ତାରିଖରେ ଗ୍ୟାସ ସିଲିଣ୍ଡର ରେଟ୍ ବଢ଼ିଥିଲା। ବିନା ସବସି଼ଡ଼ି ଗ୍ୟାସ ସିଲିଣ୍ଡରର ଦାମ ୫ ଟଙ୍କା ପ୍ରତି ଲିଟର ବଢ଼ିଥିବା ବେଳେ ସବସିଡ଼ି ସିଲିଣ୍ଡର ଗ୍ୟାସର ଦାମ ୨୫ ପଇସା ବଢ଼ିଥିଲା। ତେବେ ମାର୍ଚ୍ଚ ୧ ତାରିଖରେ ସବସିଡ଼ି ସିଲିଣ୍ଡର ଗ୍ୟାସର ଦାମ ୪୯୫ ଟଙ୍କା ଥିବା ବେଳେ ଅଣ ସବସିଡ଼ି ସିଲିଣ୍ଡର ଗ୍ୟାସର ଦାମ ୭୦୧ ଟଙ୍କା ୫୦ ପଇସା ଥିଲା।

ସବସିଡ଼ି ଗ୍ୟାସ ରେଟ୍

ଦିଲ୍ଲୀ ୪୯୬.୧୪ ପଇସା
କୋଲକାତା ୪୯୯.୨୯ ପଇସା
ମୁମ୍ୱାଇ ୪୯୩.୮୬ ପଇସା
ଚେନ୍ନାଇ ୪୮୪.୦୨ ପଇସା

ବିନା ସବସିଡ଼ି ସିଲିଣ୍ଡର ଗ୍ୟାସ ରେଟ୍
ଦିଲ୍ଲୀ ୭୧୨.୫୦ ପଇସା
କୋଲକାତା ୭୩୮.୫୦ ପଇସା
ମୁମ୍ୱାଇ ୬୫୪.୫୦ ପଇସା
ଚେନ୍ନାଇ ୭୨୮ ଟଙ୍କା

Related story