ଓଡ଼ିଶାର ରୁଗ୍ଣ ଶିଳ୍ପାନୁଷ୍ଠାନଗୁଡ଼ିକର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ଆବଶ୍ୟକୀୟ ପଦକ୍ଷେପ ନେବେ: କଲରାଜ ମିଶ୍ରା

ଭୁବନେଶ୍ୱର: ଓଡ଼ିଶାର ରୁଗ୍ଣ ଶିଳ୍ପାନୁଷ୍ଠାନଗୁଡ଼ିକର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ଆବଶ୍ୟକୀୟ ପଦକ୍ଷେପ ନେବେ। ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ବୁଧବାର ଭୁବନେଶ୍ୱରରେ ପହଞ୍ଚିଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କେନ୍ଦ୍ର ମନ୍ତ୍ରୀ କଲରାଜ ମିଶ୍ରା କହିଛନ୍ତି ଏହି କଥା। ଏଠାରେ ପହଞ୍ଚିବା ପରେ ସେ ଦଳୀୟ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ସେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଥିଲେ ଯେ କେନ୍ଦ୍ରୀୟ ଯୋଜନାଗୁଡ଼ିକର ସଠିକ୍ କାର୍ଯ୍ୟକାରିତା ହେଉଛି ନା ନାହିଁ, ତାହା ଦେଖିବା ପାଇଁ ସେ […]

kalrajmisra

Rakesh Mallick
  • Published: Wednesday, 16 December 2015
  • , Updated: 16 December 2015, 03:46 PM IST

ଭୁବନେଶ୍ୱର: ଓଡ଼ିଶାର ରୁଗ୍ଣ ଶିଳ୍ପାନୁଷ୍ଠାନଗୁଡ଼ିକର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ଆବଶ୍ୟକୀୟ ପଦକ୍ଷେପ ନେବେ। ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ବୁଧବାର ଭୁବନେଶ୍ୱରରେ ପହଞ୍ଚିଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କେନ୍ଦ୍ର ମନ୍ତ୍ରୀ କଲରାଜ ମିଶ୍ରା କହିଛନ୍ତି ଏହି କଥା। ଏଠାରେ ପହଞ୍ଚିବା ପରେ ସେ ଦଳୀୟ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ସେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଥିଲେ ଯେ କେନ୍ଦ୍ରୀୟ ଯୋଜନାଗୁଡ଼ିକର ସଠିକ୍ କାର୍ଯ୍ୟକାରିତା ହେଉଛି ନା ନାହିଁ, ତାହା ଦେଖିବା ପାଇଁ ସେ ପୁଣି ଓଡ଼ିଶା ଆସିବେ। ମୁଖ୍ୟମନ୍ତ୍ରୀ, ଶିଳ୍ପ ମନ୍ତ୍ରୀ ଓ ସଂପୃକ୍ତ ଅଧିକାରୀମାନଙ୍କୁ ଭେଟି ଆଲୋଚନା କରିବେ।

କଲରାଜ ମିଶ୍ରା ଦଳୀୟ ଅଫିସ୍ ପରିଦର୍ଶନରେ ଆସିଥିବା ବେଳେ ଦଳର ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟର ପୂର୍ବତନ ଶିଳ୍ପ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ରହି ରାଜ୍ୟର ଶିଳ୍ପ ସ୍ଥିତି ସଂପର୍କରେ ତାଙ୍କୁ ଅବଗତ କରାଇଥିଲେ। ରାଜ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡ଼ିକ ଗୋଦାମ ଘର ପାଲଟି ଯାଇଛି ବୋଲି ଏହି ନେତା ଦ୍ୱୟ ତାଙ୍କୁ ଅବଗତ କରାଇଥିଲେ। ସେହିପରି ରାଜ୍ୟର ମାନବ ସମ୍ବଳକୁ ସଠିକ୍ ଭାବେ ପରିଚାଳନା କରାଗଲେ ସେମାନେ ରାଜ୍ୟ ତଥା ଦେଶର ବିକାଶରେ ପ୍ରମୁଖ ଭୂମିକା ନିଭାଇବେ ବୋଲି ଏହି ଦୁଇ ନେତା କେନ୍ଦ୍ର ମନ୍ତ୍ରୀଙ୍କୁ କହିଥିଲେ। ଉତ୍ତରରେ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ରାଜ୍ୟର ବିକାଶ ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ।

Related story