ଓଡ଼ିଶା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବାଣିଜ୍ୟ ମେଳା ଜାନୁଆରୀ ୮ରୁ

ଭୁବନେଶ୍ୱର: ଆସନ୍ତା ବର୍ଷ ଜାନୁଆରୀ ୮ ତାରିଖରୁ ଭୁବନେଶ୍ୱରର ୟୁନିଟ-୩ ସ୍ଥିତ ଉଡକୋ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ହେବ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ବାଣିଜ୍ୟ ମେଳା। ଏହା ଜାନୁଆରୀ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତିଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ବସିଥିବା ଏକ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏହି ମେଳା ପାଇଁ ସକ୍ରିୟତାର ସହିତ ପ୍ରସ୍ତୁତି କରିବାକୁ ମୁଖ୍ୟ ଶାସନ […]

MSME

Rakesh Mallick
  • Published: Saturday, 31 October 2015
  • , Updated: 31 October 2015, 04:06 PM IST

ଭୁବନେଶ୍ୱର: ଆସନ୍ତା ବର୍ଷ ଜାନୁଆରୀ ୮ ତାରିଖରୁ ଭୁବନେଶ୍ୱରର ୟୁନିଟ-୩ ସ୍ଥିତ ଉଡକୋ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ହେବ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ବାଣିଜ୍ୟ ମେଳା। ଏହା ଜାନୁଆରୀ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତିଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ବସିଥିବା ଏକ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏହି ମେଳା ପାଇଁ ସକ୍ରିୟତାର ସହିତ ପ୍ରସ୍ତୁତି କରିବାକୁ ମୁଖ୍ୟ ଶାସନ ସଚିବ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମେଳା ପାଇଁ ୯୯ ଲକ୍ଷ ଟଙ୍କାର ବଜେଟ୍ ରଖାଯାଇଛି।

ଉପଲବ୍ଧ ତଥ୍ୟରୁ ଜଣାପଡ଼ିଛି ଯେ ଓଡ଼ିଶା ବାଣିଜ୍ୟ ମେଳାର ପ୍ରସିଦ୍ଧି ବର୍ଷ ପରେ ବର୍ଷ ବଢ଼ି ଚାଲିଛି। ୨୦୧୩ରେ ଏହି ମେଳାକୁ ୧.୪୦ ଲକ୍ଷ ଲୋକ ଆସିଥିଲେ। ୨୦୧୪ରେ ୨.୬୭ ଲକ୍ଷ ଲୋକ ବାଣିଜ୍ୟ ମେଳା ଦେଖିବାକୁ ଆସିଥିବା ବେଳେ ୨୦୧୫ରେ ଆସିଥିଲେ ୨.୫୦ ଲକ୍ଷ ଲୋକ। ସେହିପରି ମେଳାରେ ବ୍ୟବସାୟ ମଧ୍ୟ ବର୍ଷ ପରେ ବର୍ଷ ବଢ଼ି ଚାଲିଛି। ଗତବର୍ଷ ଏହି ମେଳାରେ ୮୦ କୋଟି ଟଙ୍କାର ବ୍ୟବସାୟ ହୋଇଥିଲା। ସେହିପରି ୨୦୧୪ରେ ୩୦ କୋଟି ଓ ୨୦୧୩ରେ ୨୦ କୋଟି ଟଙ୍କାର ବ୍ୟବସାୟ ହୋଇଥିଲା।

ସୂଚନାଯୋଗ୍ୟ, ୨୦୧୩ରୁ  ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଏହି ମେଳା ଆୟୋଜନ କରି ଆସୁଛି।

Related story