ଭୁବନେଶ୍ୱର: ଓଡ଼ିଶାରେ ଆଉ ୪୦୦ଟି ଟାୱାର ବସାଇବ ରାଷ୍ଟ୍ରୟତ ଟେଲିକମ୍ ଉଦ୍ୟୋଗ ବିଏସଏନଏଲ୍। ଆସନ୍ତା ୩ ମାସ ମଧ୍ୟରେ କଂପାନୀ ଏହି ଟାୱାର ଗୁଡିକୁ ବସାଇବ। ବିଏସଏନଏଲର ଓଡିଶା ସର୍କଲ ସିଜିଏମ୍ ବିଜୟା ନନ୍ଦ ମିଶ୍ର ସୋମବାର ଏହି ସୂଚନା ଦେଇଛନ୍ତି। ଆଜି ଠାରୁ ବିଏସଏନଏଲର ଦେଶବ୍ୟାପି ଫ୍ରି ରୋମିଂ ସେବା ଆରମ୍ଭ ଅବସରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ସେ ଦେଇଥିଲେ ଏହି ସୂଚନା।
ସୂଚନାଯୋଗ୍ୟ, ଓଡିଶାରେ ବର୍ତ୍ତମାନ ବିଏସଏନଏଲର ୩୮୩୧ ଟି ଟାୱାର ରହିଛି। ସେଥିମଧ୍ୟରୁ ୨୭୩୧ଟି ଟୁଜି ଟାୱାର ହୋଇଥିବା ବେଳେ ୧୧୦୦ଟି ୩ ଜି ଟାୱାର।