ଲିକ୍‌ ହେଲା One Plus 6 ର ଲୁକ୍‌: iPhone X ର କପି ପରି ଲାଗୁଛି

ବହୁ ଦିନର ବ୍ୟବଧାନ ପରେ ଆପଲ୍‌ କମ୍ପାନୀ ଏକ ନୂଆ ପ୍ରକାରର ଡିଜାଇନ ସହ iPhone X ଲଞ୍ଚ କରିଛି। ପୂର୍ବ ପରି ଧୀରେ ଧୀରେ ଅନ୍ୟ କମ୍ପାନୀମାନେ iPhone X ପରି ଦେଖାଯାଉଥିବା ସ୍ମାର୍ଟଫୋନ୍‌ ବଜାରକୁ ଛାଡିବାକୁ କାମ ଆରମ୍ଭ କରିଦେଇଛନ୍ତି। କେବଳ ଛୋଟ କମ୍ପାନୀ ଏପରି କରୁନାହାଁନ୍ତି। ଆପୋ, ଭିବୋ ଓ ଏସୁସ ପରି ବଡ଼ କମ୍ପାନୀ ମଧ୍ୟ ଏପରି ପ୍ରକ୍ରିୟାରେ ସାମିଲ ହୋଇସାରିଥିଲେ। ଏବେ ଏହି ପ୍ରକ୍ରିୟାରେ One Plus ସାମିଲ ହୋଇଛି। […]

OnePlus_6_notch

Rakesh Mallick
  • Published: Thursday, 29 March 2018
  • , Updated: 29 March 2018, 06:36 PM IST

ବହୁ ଦିନର ବ୍ୟବଧାନ ପରେ ଆପଲ୍‌ କମ୍ପାନୀ ଏକ ନୂଆ ପ୍ରକାରର ଡିଜାଇନ ସହ iPhone X ଲଞ୍ଚ କରିଛି। ପୂର୍ବ ପରି ଧୀରେ ଧୀରେ ଅନ୍ୟ କମ୍ପାନୀମାନେ iPhone X ପରି ଦେଖାଯାଉଥିବା ସ୍ମାର୍ଟଫୋନ୍‌ ବଜାରକୁ ଛାଡିବାକୁ କାମ ଆରମ୍ଭ କରିଦେଇଛନ୍ତି। କେବଳ ଛୋଟ କମ୍ପାନୀ ଏପରି କରୁନାହାଁନ୍ତି। ଆପୋ, ଭିବୋ ଓ ଏସୁସ ପରି ବଡ଼ କମ୍ପାନୀ ମଧ୍ୟ ଏପରି ପ୍ରକ୍ରିୟାରେ ସାମିଲ ହୋଇସାରିଥିଲେ। ଏବେ ଏହି ପ୍ରକ୍ରିୟାରେ One Plus ସାମିଲ ହୋଇଛି। ନିକଟରେ One Plus 6 ଲଞ୍ଚ ହେବାକୁ ଯାଉଛି। ରିପୋର୍ଟ ମୁତାବକ ଏଥିରେ iPhone X ପରି Notch ଦିଆଯାଇଛି। ଏହାର ଲୁକ୍‌ ଲିକ୍‌ ହୋଇ ସାରିଛି। ଯାହା iPhone X ର Notch ପରି ଦେଖାଯାଉଛି।

କ’ଣ ଏହି Notch

ଆପଲ ଏଥର Oleed bezel lace display ସହ iPhone X ଲଞ୍ଚ କରିଛି। ଡିସ୍‌ପ୍ଲେର ସବୁଠାରୁ ଉପର ସେଣ୍ଟରରେ ଏକ ଖାଲି ସ୍ଥାନ ରହିଛି, ଯାହାର ଡିସ୍‌ପ୍ଲେ ସହ କୌଣସି ସମ୍ପର୍କ ନାହିଁ।  ଏଥିରେ ଫ୍ୟଣ୍ଟ କ୍ୟାମେରା ଓ ଫେସ୍‌ ଆଇଡି ପାଇଁ ବିଭିନ୍ନ ପ୍ରକାର ସେନସର ଦିଆଯାଇଛି ଓ ଏହା ପୂରା ଇୟରପିସ୍‌।

One Plus ସିଇଓ କାର୍ଲ ପେଈ କହିଛନ୍ତି, “One Plus 6 ଦିଆଯାଇଥିବା Notch, iPhone X ତୁଳନାରେ ଛୋଟ। ହେଲେ ଏହା ଏସେନସିଆଲ ଫୋନଠାରୁ ବଡ଼। One Plus 6 ରେ Chin (ତଳେ bezel) ମଧ୍ୟ ଦିଆଯିବ। କାରଣ ଆଣ୍ଡ୍ରୋଏଡ ଫୋନ ନିର୍ମାତାଙ୍କ ପାଇଁ Chin ଦେବା ନିହାତି ଜରୁରୀ।

ସୂଚନାଯୋଗ୍ୟ, ଆପଲ୍‌ କୌଣସି iPhone ଲଞ୍ଚ କରିବା ପରେ ଅନ୍ୟ ସ୍ମାର୍ଟଫୋନ୍‌ କମ୍ପାନୀ ମାନେ ଏହାକୁ ଫଲୋ କରିଥାନ୍ତି। ସାମସଙ୍ଗ ପରି ବଡ଼ କମ୍ପାନୀ ବିରୋଧରେ ପେଣ୍ଟେଟକୁ ନେଇ ଆପଲ୍‌ ମାମଲା କରି ବିଜୟ ହୋଇଛି ଓ ବଡ଼ ଧରଣର ଅର୍ଥ ଆଦାୟ କରିଛି।

Related story