ଅନ‌୍‍ଲାଇନରେ ପ୍ରକାଶ ପାଇବ ସରକାରୀ ବିଜ୍ଞପ୍ତି

ନୂଆଦିଲ୍ଲୀ: ଏଣିକି ସରକାରୀ ବିଜ୍ଞପ୍ତିଗୁଡ଼ିକ କେବଳ ଅନ‌୍‍ଲାଇନରେ ପ୍ରକାଶ ପାଇବ। ଫଳରେ ବାର୍ଷିକ ସରକାର ପାଖାପାଖି ୭ କୋଟି ଟଙ୍କା ସଞ୍ଚୟ କରିପାରିବେ। ସୂଚନା ପ୍ରଯୁକ୍ତି ଆଇନ ୨୦୦୦ର ଧାରା ୮ରେ ଥିବା ବ୍ୟବସ୍ଥା ଅନୁସାରେ ମୋଦି ସରକାର ଗେଜେଟ‌୍‍ଗୁଡ଼ିକ ଇ-ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତମାସ ପହିଲାରୁ ଏହା ଆରମ୍ଭ କରାଯାଇଛି। ସରକାରଙ୍କ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ସରକାରୀ ୱେବ‌୍‍ସାଇଟର କେବଳ ଗେଜେଟ‌୍‍ ଅଫ‌୍‍ ଇଣ୍ଡିଆ ଅପଲୋଡ କରାଯିବ। ସହରାଞ୍ଚଳ ବିକାଶ […]

govt

Rakesh Mallick
  • Published: Friday, 02 October 2015
  • , Updated: 02 October 2015, 03:09 PM IST

ନୂଆଦିଲ୍ଲୀ: ଏଣିକି ସରକାରୀ ବିଜ୍ଞପ୍ତିଗୁଡ଼ିକ କେବଳ ଅନ‌୍‍ଲାଇନରେ ପ୍ରକାଶ ପାଇବ। ଫଳରେ ବାର୍ଷିକ ସରକାର ପାଖାପାଖି ୭ କୋଟି ଟଙ୍କା ସଞ୍ଚୟ କରିପାରିବେ। ସୂଚନା ପ୍ରଯୁକ୍ତି ଆଇନ ୨୦୦୦ର ଧାରା ୮ରେ ଥିବା ବ୍ୟବସ୍ଥା ଅନୁସାରେ ମୋଦି ସରକାର ଗେଜେଟ‌୍‍ଗୁଡ଼ିକ ଇ-ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତମାସ ପହିଲାରୁ ଏହା ଆରମ୍ଭ କରାଯାଇଛି। ସରକାରଙ୍କ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ସରକାରୀ ୱେବ‌୍‍ସାଇଟର କେବଳ ଗେଜେଟ‌୍‍ ଅଫ‌୍‍ ଇଣ୍ଡିଆ ଅପଲୋଡ କରାଯିବ। ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ଅଧୀନ ପ୍ରକାଶନ ବିଭାଗ ଉକ୍ତ ୱେବ‌୍‍ସାଇଟରେ ବିଜ୍ଞପ୍ତି ଗୁଡ଼ିକର ରକ୍ଷଣାବେକ୍ଷଣ କରିବ। ଆବଶ୍ୟକ ବେଳେ ଏହି ବିଜ୍ଞପ୍ତିଗୁଡ଼ିକୁ ଉପଲବ୍ଧ କରାଯିବ ।

ଅନ୍ୟପକ୍ଷରେ ସରକାରଙ୍କ ଦ୍ୱାରା ଗେଜେଟ‌୍‍ଗୁଡ଼ିକର ଛାପା, ବିକ୍ରି ଓ ହାର୍ଡ କପି ଚଳିତମାସ ୧ରୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଛି। ବ୍ୟବହାରକାରୀମାନେ ମାଗଣାରେ ଏହି ବିଭିନ୍ନ ଗେଜେଟ‌୍‍କୁ ଡାଉନ‌ଲୋଡ୍ କରିପାରିବେ। ପ୍ରକାଶନ ବିଭାଗର କହିବାନୁଯାୟୀ ସରକାରୀ ଗେଜେଟ‌୍‍ର ଛାପା, ବିକ୍ରି ଓ କପିରେ ବର୍ଷକୁ ୭ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ।

Related story