ନୂଆଦିଲ୍ଲୀ: Oppo ଭାରତରେ ଦୁଇଟି ନୂଆ ସ୍ମାର୍ଟଫୋନ୍ ଲଞ୍ଚ୍ କରିଛି। ସେଗୁଡ଼ିକ ହେଉଛି Oppo Find X2 ଓ Find X2 Pro। Oppo Find X2ରେ ପଞ୍ଚ୍ ହୋଲ୍ କଟଆଉଟ୍ ଓ ଅଲ୍ଟ୍ରାଭିଜନ୍ ଏବଂ Find X2 Proରେ ପେରିସ୍କୋପ-ସେଭ୍ ଡିସ୍ପ୍ଲେ ଦିଆଯାଇଛି। ସବୁଠୁ ଭଲ କଥା ହେଉଛି ଏହି ଦୁଇଟିଯାକ ଫୋନ୍ରେ 5G ସପୋର୍ଟ ରହିଛି।
Oppo Find X2ର ମୂଲ୍ୟ 12GB + 256GB ଭ୍ୟାରିୟାଣ୍ଟ ପାଇଁ ଭାରତୀୟ ମୁଦ୍ରାରେ ପାଖାପାଖି ୮୩ ହଜାର ୪୦୦ ଟଙ୍କା ରହିଛି। ସେହିପରି Oppo Find X2 Proର ମୂଲ୍ୟ 12GB + 512GB ଭ୍ୟାରିୟାଣ୍ଟ ପାଇଁ ଭାରତୀୟ ମୁଦ୍ରାରେ ପାଖାପାଖି ୧ଲକ୍ଷ ୧୦୦ଟଙ୍କା ରହିଛି। Oppo Find X2କୁ ଗ୍ରାହକ ବ୍ଲାକ୍ ଓ ଓସିୟନ୍ ଏବଂ Oppo Find X2 Proକୁ ବ୍ଲାକ୍ ଓ ଅରେଂଜ ରଙ୍ଗରେ କିଣି ପାରିବେ।
Oppo Find X2ର ଫିଚର:
- ଡିସ୍ପ୍ଲେ ସାଇଜ୍: ୬.୭ ଇଞ୍ଚ୍
- ଡିସ୍ପ୍ଲେ ଟାଇପ୍: ସୁପର୍ ଆମୋଲେଡ୍ QHD+ (1,440x3,168 ପିକ୍ସେଲ୍) ସହ ପେରିସ୍କୋପ-ସେଭ୍ ଡିସ୍ପ୍ଲେ
- ଆଣ୍ଡ୍ରଏଡ୍ ଭର୍ସନ: ଆଣ୍ଡ୍ରଏଡ୍ 10
- ପ୍ରୋସେସର୍: କ୍ୱାଲ୍କମ୍ ସ୍ନାପଡ୍ରାଗନ୍ 865
- ରାମ୍: 12 GB
- ଷ୍ଟୋରେଜ୍: 256GB
- ରିୟର କ୍ୟାମେରା: 48MP + 43MP + 13MP
- ଫ୍ରଣ୍ଟ କ୍ୟାମେରା: 32MP
- ବ୍ୟାଟେରୀ: 4200 mAh ସହ ଫାଷ୍ଟ ଚାର୍ଜିଂ ସପୋର୍ଟ
Oppo Find X2 Proର ଫିଚର:
- ଡିସ୍ପ୍ଲେ ସାଇଜ୍: ୬.୭ ଇଞ୍ଚ୍
- ଡିସ୍ପ୍ଲେ ଟାଇପ୍: ସୁପର୍ ଆମୋଲେଡ୍ QHD+ (1,440x3,168 ପିକ୍ସେଲ୍) ସହ ପଞ୍ଚ୍ ହୋଲ୍ କଟଆଉଟ୍ ଓ ଅଲ୍ଟ୍ରାଭିଜନ୍ ଡିସ୍ପ୍ଲେ
- ଆଣ୍ଡ୍ରଏଡ୍ ଭର୍ସନ: ଆଣ୍ଡ୍ରଏଡ୍ 10
- ପ୍ରୋସେସର୍: କ୍ୱାଲ୍କମ୍ SM8250 ସ୍ନାପଡ୍ରାଗନ୍ 865
- ରାମ୍: 12 GB
- ଷ୍ଟୋରେଜ୍: 256GB
- ରିୟର କ୍ୟାମେରା: 48MP + 13MP + 12MP
- ଫ୍ରଣ୍ଟ କ୍ୟାମେରା: 32MP
- ବ୍ୟାଟେରୀ: 4260 mAh ସହ ଫାଷ୍ଟ ଚାର୍ଜିଂ ସପୋର୍ଟ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।