ନୂଆଦିଲ୍ଲୀ: ଭାରତରେ ଲଞ୍ଚ୍ ହୋଇଛି Oppo Reno ସିରିଜ୍ର ତିନୋଟି ନୂଆ ସ୍ମାର୍ଟଫୋନ୍। କମ୍ପାନୀ ବୁଧବାର Reno2, Reno2Z ଓ Reno2F ସ୍ମାର୍ଟଫୋନ୍କୁ ଏଠାରେ ଲଞ୍ଚ୍ କରିଛି। ଏହିଫୋନ୍ ଗୁଡ଼ିକର ବିଶେଷତ୍ତ୍ୱ ହେଉଛି, ଏଗୁଡ଼ିକର ପଛରେ କ୍ୱାଡ୍ କ୍ୟାମେରା ସେଟ୍ଅପ୍ ଦିଆଯାଇଛି।
Reno2ର ମୂଲ୍ୟ ୩୬ ହଜାର ୯୯୦ ଟଙ୍କାରୁ ଆରମ୍ଭ ହୋଇଥିବାବେଳେ Reno 2Zର ମୂଲ୍ୟ ୨୯ ହଜାର ୯୯୦ ଟଙ୍କା ରହିଛି। Reno2Zର ବିକ୍ରି ସେପ୍ଟେମ୍ବର ୬ରୁ ଆରମ୍ଭ ହେବାକୁ ଥିବା ବେଳେ Reno2ର ବିକ୍ରି ସେପ୍ଟେମ୍ବର ୨୦ରୁ ଆରମ୍ଭ ହେବ। Reno 2F ଏବେ ବିକ୍ରି ପାଇଁ ଉପଲବ୍ଧ ହେବ ନାହିଁ। ନଭେମ୍ବର ମାସରୁ ଏହାର ବିକ୍ରି ଆରମ୍ଭ ହେବ। ତେବେ ଏହାର ଦାମ୍ ଘୋଷଣା କରାଯାଇ ନାହିଁ।
Reno2ରେ ଥିବା ସୁବିଧା
ଏଥିରେ ୨୦:୯ର ଏସ୍ପେକ୍ଟ ରେସିଓ ସହ ୬.୫୫ ଇଞ୍ଚ୍ର ଡାଇନାମିକ୍ AMOLED ସ୍କ୍ରିନ୍ ରହିଛି। ଏହି ଫୋନ୍ରେ କ୍ୱାଲ୍କମ୍ ସ୍ନାପଡ୍ରାଗନ୍ ୭୩୦ଜି ପ୍ରୋସେସର୍ ସହ ୯.୦ ପାଇ ବେସ୍ଡ ColorOS 6.1ର ଅପେରେଟିଂ ସିଷ୍ଟମ୍ ଦିଆଯାଇଛି। Oppo Reno2କୁ ୮ଜିବି ରାମ୍ ଓ ୨୫୬ ଷ୍ଟୋରେଜ୍ ସହ ଲଞ୍ଚ୍ କରାଯାଇଛି। ଏହି ଫୋନ୍ଟି ଓଶିୟନ ବ୍ଲୁ ଓ ସ୍ୟୁମିନସ୍ ବ୍ଲାକ୍ କଲର୍ରେ ମିଳିବ।
ଅନ୍ୟ ଦୁଇ ଫୋନ୍ରେ ଥିବା ସୁବିଧା
କମ୍ପାନୀ Oppo Reno2 ସହ କମ୍ପାନୀ Reno2Z ଓ Reno2F ମଧ୍ୟ ଲଞ୍ଚ୍ କରିଛି, ଯେଉଁଥିରେ ଯଥାକ୍ରମେ MediaTek Helio P90 ଓ MediaTek Helio P70 ପ୍ରୋସେସର୍ ଦିଆଯାଇଛି, ଯାହା ୯.୦ ପାଇ ବେସ୍ଡ ColorOS 6.1ର ଅପେରେଟିଂ ସିଷ୍ଟମ୍ରେ ଚାଲେ। ଫଟୋ ଉଠାଇବା ପାଇଁ ଏ ଦୁଇ ଫୋନ୍ର ପଛରେ କ୍ୱାଡ୍ କ୍ୟାମେରା ସେଟ୍ଅପ୍ ଦିଆଯାଇଛି। ଏହି ଦୁଇଟିଯାକ ଫୋନ୍ରେ 4000mAhର ବ୍ୟାଟେରୀ ଦିଆଯାଇଛି।