ପାରାଦୀପ ତୈଳ ବିଶୋଧନାଗାରରେ ଟ୍ରାଏଲ ରନ ଭାବେ ଉତ୍ପାଦିତ ପଣ୍ୟ ପରିବହନକୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପାରାଦୀପ: ପାରାଦୀପ ତୈଳ ବିଶୋଧାନାଗାରରେ ଟ୍ରାଏଲ୍ ରନ୍ ଭାବେ ଉତ୍ପାଦିତ ହୋଇଥିବା ନୂତନ ଡିଜେଲ୍ ଓ ଉତ୍ପାଦିତ ତୈଳ ପଣ୍ୟ ପରିବହନ କାର୍ଯ୍ୟକ୍ରମକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି। ପ୍ରଥମ କରି ଏହି କାର୍ଯ୍ୟକ୍ରମରେ ନିୟୋଜିତ ହୋଇଥିବା ୨ଟି ଲରିରେ ତୈଳ ପରିବହନ କରାଯାଇଥିଲା। ଏହାକୁ କେନ୍ଦ୍ରମନ୍ତ୍ରୀ ପ୍ରଧାନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଆସନ୍ତା ଜାନୁୟାରୀ ସୁଦ୍ଧା ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ । ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକାର୍ପିତ […]

dharmendra

dharmendra

Rakesh Mallick
  • Published: Sunday, 22 November 2015
  • Updated: 23 November 2015, 03:47 AM IST

Sports

Latest News

ପାରାଦୀପ: ପାରାଦୀପ ତୈଳ ବିଶୋଧାନାଗାରରେ ଟ୍ରାଏଲ୍ ରନ୍ ଭାବେ ଉତ୍ପାଦିତ ହୋଇଥିବା ନୂତନ ଡିଜେଲ୍ ଓ ଉତ୍ପାଦିତ ତୈଳ ପଣ୍ୟ ପରିବହନ କାର୍ଯ୍ୟକ୍ରମକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି। ପ୍ରଥମ କରି ଏହି କାର୍ଯ୍ୟକ୍ରମରେ ନିୟୋଜିତ ହୋଇଥିବା ୨ଟି ଲରିରେ ତୈଳ ପରିବହନ କରାଯାଇଥିଲା। ଏହାକୁ କେନ୍ଦ୍ରମନ୍ତ୍ରୀ ପ୍ରଧାନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଆସନ୍ତା ଜାନୁୟାରୀ ସୁଦ୍ଧା ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ । ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକାର୍ପିତ କରିବାର କାର୍ଯ୍ୟକ୍ରମ ରହିଛି।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ନେଇ ଆଇଓସିଏଲ୍ ଅଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ପ୍ରଧାନ ସମୀକ୍ଷା କରିଥିଲେ। ସଭାସ୍ଥଳ, ହେଲିପ୍ୟାଡ୍, ପାର୍କିଂ ସ୍ଥାନ, ଟ୍ରାଫିକ୍ ବ୍ୟବସ୍ଥାକୁ ମଧ୍ୟ ଅନୁଧ୍ୟାନ କରିଥିଲେ ସେ। ଏହା ଏକ ଲୋକାଭିମୁଖୀ ପ୍ରକଳ୍ପ ହୋଇଥିବାରୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଦେଶ ଓ ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧି ଆଣିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ପ୍ରଧାନ ଦିନିକିଆ ଗସ୍ତରେ ଆଜି ପାରାଦୀପ ତୈଳ ବିଶୋଧନାଗାର ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରିଥିଲେ। ମନ୍ତ୍ରୀ ସ୍ଥାନୀୟ ଦୋଛକି ନିକଟରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସମ୍ୱର୍ଦ୍ଧନା ଦିଆଯାଇଥିଲା। ଦଳୀୟ କର୍ମୀଙ୍କ ଗହଣରେ ଏକ ଶୋଭାଯାତ୍ରାରେ ମନ୍ତ୍ରୀ ତୈଳ ବିଶୋଧନାଗାର ପ୍ରକଳ୍ପ ପରିସରରେ ପହଞ୍ଚି ଟ୍ରାଏଲ୍ ରନରେ ଉତ୍ପାଦିତ ପଣ୍ୟ ପରିବହନ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos