ପତଞ୍ଜଳି ଅଟା ନୁଡୁଲସରେ ଏଫଏସଏସଏଆଇ ମଞ୍ଜୁରୀ ନ ଥିବା ଅଭିଯୋଗ

ନୂଆଦିଲ୍ଲୀ: ନିକଟରେ ବଜାରକୁ ଆସିଥିବା ଯୋଗ ଗୁରୁ ବାବା ରାମଦେବଙ୍କ ଦ୍ୱାରା ପ୍ରସ୍ତୁତ ‘ପତଞ୍ଜଳି ଅଟା ନୁଡୁଲସ୍’ ଏବେ ବିବାଦ ଘେରରେ। ପତଞ୍ଜଳି ନୁଡୁଲସ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫଏସଏସ୍‌ଏଆଇ)ର ମଞ୍ଜୁରୀ ନେଇ ନାହିଁ। କିନ୍ତୁ ନୁଡୁଲସର ପ୍ୟାକେଟରେ ଏଫଏସଏସଏଆଇର ଲାଇସେନ୍ସ ନମ୍ୱର ଲେଖାଯାଇଛି ବୋଲି ଅଭିଯୋଗ ହୋଇଛି। ଏହାର ଉତ୍ତରରେ ରାମଦେବ କହିଛନ୍ତି ,ଏଫଏସଏସଏଆଇ କରୁଥିବା ଅଭିଯୋଗକୁ ଆମେ ଖଣ୍ଡନ କରୁଛୁ। ଆମ ପାଖରେ ନୁଡୁଲସ୍ ତିଆରି କରିବାର ଲାଇସେନ୍ସ ରହିଛି। […]

Baba Ramdev

Rakesh Mallick
  • Published: Wednesday, 18 November 2015
  • , Updated: 18 November 2015, 09:00 AM IST

ନୂଆଦିଲ୍ଲୀ: ନିକଟରେ ବଜାରକୁ ଆସିଥିବା ଯୋଗ ଗୁରୁ ବାବା ରାମଦେବଙ୍କ ଦ୍ୱାରା ପ୍ରସ୍ତୁତ ‘ପତଞ୍ଜଳି ଅଟା ନୁଡୁଲସ୍’ ଏବେ ବିବାଦ ଘେରରେ। ପତଞ୍ଜଳି ନୁଡୁଲସ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫଏସଏସ୍‌ଏଆଇ)ର ମଞ୍ଜୁରୀ ନେଇ ନାହିଁ। କିନ୍ତୁ ନୁଡୁଲସର ପ୍ୟାକେଟରେ ଏଫଏସଏସଏଆଇର ଲାଇସେନ୍ସ ନମ୍ୱର ଲେଖାଯାଇଛି ବୋଲି ଅଭିଯୋଗ ହୋଇଛି।

ଏହାର ଉତ୍ତରରେ ରାମଦେବ କହିଛନ୍ତି ,ଏଫଏସଏସଏଆଇ କରୁଥିବା ଅଭିଯୋଗକୁ ଆମେ ଖଣ୍ଡନ କରୁଛୁ। ଆମ ପାଖରେ ନୁଡୁଲସ୍ ତିଆରି କରିବାର ଲାଇସେନ୍ସ ରହିଛି।

ଗତ ସୋମବାରରୁ ପତଞ୍ଜଳି ଆୟୁର୍ବେଦ୍ ‘ପୌଷ୍ଟିକ୍ ଇନଷ୍ଟେଣ୍ଟ୍’ ନୁଡୁଲସ୍ ବଜାରରେ ଉପଲବ୍ଧ ହେଉଛି । ଯାହା ନେସଲେ ମ୍ୟାଗି ବ୍ରାଣ୍ଡ୍ ନୁଡୁଲସର ପ୍ରତିଯୋଗୀ ଭାବେ ଉଭା ହୋଇଛି। ନେସଲେର  ଉତ୍ପାଦ ଭାରତୀୟ ବଜାରକୁ ୫ ମାସର ପ୍ରତିବନ୍ଧକ ପରେ ଗତ ସପ୍ତାହରେ ଫେରିଛି।

ପତଞ୍ଜଳି ବର୍ଷ ଶେଷ ମଧ୍ୟରେ ୫ଟି ନୂଆ ମ୍ୟାନିଫ୍ୟାକଚରିଂରିଙ୍ଗ ୟୁନିଟ୍ ପ୍ରସ୍ତୁତ କରିବାକୁ ଯୋଜନା ରଖିଛି। ଦିଲ୍ଳୀ-ଏନସିଆର,ମଧ୍ୟପ୍ରଦେଶ, ମହାରାଷ୍ଟ୍ର,କର୍ଣ୍ଣାଟକ ଓ ଉତ୍ତର ପ୍ରଦେଶରେ ଏହା ଖୋଲାଯିବ। ପତଞ୍ଜଳିରେ ପ୍ରସ୍ତୁତ ନୁଡୁଲସ୍ ଡିସେମ୍ୱର ମଧ୍ୟରେ ପ୍ରାୟ ୧୦ ଲକ୍ଷ ଦୋକାନରେ ଉପଲବ୍ଧ ହେବ ବୋଲି ବାବା ରମଦେବ ସୂଚନା ଦେଇଛନ୍ତି।

Related story