ନୂଆଦିଲ୍ଲୀ: କମିଲା ତୈଳ ଦର। ପେଟ୍ରୋଲ ଲିଟର ପିଛା ୫୦ ପଇସା ଓ ଡିଜେଲ ୪୬ ପଇସା ଶସ୍ତା ହୋଇଛି। ଆଜି ମଧ୍ୟ ରାତିରୁ ନୂଆ ଦର ଲାଗୁ ହେବ । ଗତ ନଭେମ୍ବର ୩୦ରେ ସରକାର ପେଟ୍ରୋଲ ୫୮ ପଇସା ଓ ଡିଜେଲ ୨୫ ପଇସା ଶସ୍ତା ହୋଇଥିଲା।
ନଭେମ୍ବର ୧୫ ତାରିଖରେ ପେଟ୍ରୋଲ ୩୬ ପଇସା ଓ ଡିଜେଲ ୮୭ ପଇସା ବୃଦ୍ଧି ପାଇଥିଲା।
ଅକ୍ଟୋବର ୩୧ ତାରିଖରେ ପେଟ୍ରୋଲ୍ ଦର ୫୦ ପଇସା କମିଥିଲା। ସେପ୍ଟେମ୍ବର ୧ ତାରିଖରେ ପେଟ୍ରୋଲ ଦର ଲିଟର ପିଛା ୨ ଟଙ୍କା ହ୍ରାସ କରାଯାଇଥିଲା।
ସେହିପରି ଅକ୍ଟୋବର ୧୫ ତାରିଖରେ ଡିଜେଲ ଦର ଲିଟର ପିଛା ୯୫ ପଇସା ବୃଦ୍ଧି କରାଯାଇଥିଲା। ଅକ୍ଟୋବର ମାସରେ ଦୁଇଥର ଡିଜେଲ ଦର ବଢିଥିଲା।