ପେଟ୍ରୋଲ୍ ୫୮ ପଇସା ଓ ଡିଜେଲ୍ ୨୫ ପଇସା କମିଲା

ନୂଆଦିଲ୍ଲୀ: କମିଲା ତୈଳ ଦର। ପେଟ୍ରୋଲ ଲିଟର ପିଛା ୫୮ ପଇସା ଓ ଡିଜେଲ ୨୫ ପଇସା ଶସ୍ତା ହୋଇଛି।  ଆଜି ମଧ୍ୟ ରାତିରୁ ନୂଆ ଦର ଲାଗୁ ହେବ ।ଗତ ୧୫ ତାରିଖରେ ପେଟ୍ରୋଲ ୩୬ ପଇସା ଓ ଡିଜେଲ ୮୭ ପଇସା ବୃଦ୍ଧି ପାଇଥିଲା। ଏହା ପୂର୍ବରୁ ଅକ୍ଟୋବର ୩୧ ତାରିଖରେ ପେଟ୍ରୋଲ୍ ଦର ୫୦ ପଇସା କମିଥିଲା। ତା’ପୂର୍ବରୁ ସେପ୍ଟେମ୍ବର ୧ ତାରିଖରେ ପେଟ୍ରୋଲ ଦର ଲିଟର ପିଛା ୨ ଟଙ୍କା ହ୍ରାସ […]

petrol

Rakesh Mallick
  • Published: Monday, 30 November 2015
  • , Updated: 30 November 2015, 02:22 PM IST

ନୂଆଦିଲ୍ଲୀ: କମିଲା ତୈଳ ଦର। ପେଟ୍ରୋଲ ଲିଟର ପିଛା ୫୮ ପଇସା ଓ ଡିଜେଲ ୨୫ ପଇସା ଶସ୍ତା ହୋଇଛି।  ଆଜି ମଧ୍ୟ ରାତିରୁ ନୂଆ ଦର ଲାଗୁ ହେବ ।ଗତ ୧୫ ତାରିଖରେ ପେଟ୍ରୋଲ ୩୬ ପଇସା ଓ ଡିଜେଲ ୮୭ ପଇସା ବୃଦ୍ଧି ପାଇଥିଲା।

ଏହା ପୂର୍ବରୁ ଅକ୍ଟୋବର ୩୧ ତାରିଖରେ ପେଟ୍ରୋଲ୍ ଦର ୫୦ ପଇସା କମିଥିଲା। ତା’ପୂର୍ବରୁ ସେପ୍ଟେମ୍ବର ୧ ତାରିଖରେ ପେଟ୍ରୋଲ ଦର ଲିଟର ପିଛା ୨ ଟଙ୍କା ହ୍ରାସ କରାଯାଇଥିଲା।

ସେହିପରି ଅକ୍ଟୋବର ୧୫ ତାରିଖରେ ଡିଜେଲ ଦର ଲିଟର ପିଛା ୯୫ ପଇସା ବୃଦ୍ଧି କରାଯାଇଥିଲା। ଅକ୍ଟୋବର ମାସରେ ଦୁଇଥର ଡିଜେଲ ଦର ବଢିଥିଲା।

Related story