ଭାଟ୍ ବୃଦ୍ଧିର ପ୍ରଭାବ: ଓଡ଼ିଶାରେ ବଢିଲା ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଉପରେ ୩ ପ୍ରତିଶତ ଭାଟ୍ ବା ମୂଲ୍ୟ ଯୁକ୍ତ କର ବଢାଇଛନ୍ତି ରାଜ୍ୟ ସରକାର। ଫଳରେ ଏହା ୨୩ ପ୍ରତିଶତରୁ ୨୬ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ଡିସେମ୍ୱର ୩୧ରେ କ୍ୟାବିନେଟ୍ ବୈଠକରେ ଏ ନେଇ ଆଲୋଚନା ହୋଇଥିଲା। ସରକାର ଭାଟ୍ ବଢାଇବା ପରେ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ପାଇଛି। ପେଟ୍ରୋଲ ଦର ୧ଟଙ୍କା ୩୯ ପଇସା ବୃଦ୍ଧି ପାଇଛି। ସେହିପରି ଡିଜେଲ ଦର ମଧ୍ୟ ୧ ଟଙ୍କା ୧୪ […]

petrol

petrol

Rakesh Mallick
  • Published: Tuesday, 05 January 2016
  • Updated: 05 January 2016, 04:24 PM IST

Sports

Latest News

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଉପରେ ୩ ପ୍ରତିଶତ ଭାଟ୍ ବା ମୂଲ୍ୟ ଯୁକ୍ତ କର ବଢାଇଛନ୍ତି ରାଜ୍ୟ ସରକାର। ଫଳରେ ଏହା ୨୩ ପ୍ରତିଶତରୁ ୨୬ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ଡିସେମ୍ୱର ୩୧ରେ କ୍ୟାବିନେଟ୍ ବୈଠକରେ ଏ ନେଇ ଆଲୋଚନା ହୋଇଥିଲା। ସରକାର ଭାଟ୍ ବଢାଇବା ପରେ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ପାଇଛି। ପେଟ୍ରୋଲ ଦର ୧ଟଙ୍କା ୩୯ ପଇସା ବୃଦ୍ଧି ପାଇଛି। ସେହିପରି ଡିଜେଲ ଦର ମଧ୍ୟ ୧ ଟଙ୍କା ୧୪ ପଇସା ବୃଦ୍ଧି ପାଇଛି।

ଭୁବନେଶ୍ୱରର ପେଟ୍ରୋଲ୍ ଲିଟର ପିଛା ୫୮ଟଙ୍କା ୫୭ ପଇସାରୁ ୫୯ ଟଙ୍କା ୯୬ ପଇସାକୁ ବୃଦ୍ଧି ପାଇଛି। ସେହିପରି ଡିଜେଲ୍ ୪୭ ଟଙ୍କା ୯୪ ପଇସାରୁ ବଢି ୪୯ ଟଙ୍କା ୮ ପଇସା ହୋଇଛି।

୨୦୧୫ ଜୁନ୍ ଓ ୨୦୧୪ ଡିସେମ୍ୱରରେ ପେଟ୍ରୋଲ ଓ ଡିଜେଲ ଉପରେ ସରକାର ଦୁଇ ଥର ଭାଟ୍ ବୃଦ୍ଧି କରିଥିଲେ। ପ୍ରଥମେ ୧୮ରୁ ୨୦ ଓ ପରେ ଏହାକୁ ୨୦ରୁ ୨୩ ପ୍ରତିଶତକୁ ବଢାଇଥିଲେ। ତୈଳ ଦର ବାରମ୍ୱାର କମ୍ ବେଶୀ ହେଉଥିବାରୁ ରାଜସ୍ୱ ବୃଦ୍ଧି ପାଇଁ ସରକାର ଅର୍ଥ ବିଭାଗକୁ କ୍ଷମତା ଦେବାକୁ ନିଷ୍ପତ୍ତି ନେଇଥିଲେ।

ଭ୍ୟାଟ ବୃଦ୍ଧି ଫଳରେ ବର୍ଷକୁ ୩୬୧ କୋଟି ଟଙ୍କା ରାଜସ୍ୱ ଆଦାୟ ହେବ ବୋଲି ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି। ସେହିପରି ଚଳିତ ଆର୍ଥିକବର୍ଷର ବାକି ୩ ମାସରେ ୯୦ କୋଟି ଟଙ୍କା ଆଦାୟ ହେବ ବୋଲି ସେ ସୂଚନା ଦେଇଛନ୍ତି।

ରାଜ୍ୟ ସରକାରଙ୍କ ଭାଟ୍ ବୃଦ୍ଧିକୁ ବିରୋଧୀ କଂଗ୍ରେସ ଓ ବିଜେପି ସାଧାରଣ ଲୋକଙ୍କ ଉପରେ ବୋଝ ବୋଲି କହିଛନ୍ତି। ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍ ବୃଦ୍ଧି ଯୋଗୁଁ ଏବେ ସବୁ ସମଗ୍ରୀର ଦୂର ବୃଦ୍ଧି ଘଟାଇବ ଯାହା ସାଧାରଣ, ଗରିବଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିବ।

ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, ରାଜ୍ୟ ସରକାର ତୁରନ୍ତ ଭାଟ୍ ବୃଦ୍ଧିକୁ ପ୍ରତ୍ୟାହର କରନ୍ତୁ। ମହଙ୍ଗା ବଜାରରେ ସାଧାରଣ ଖାଉଟି ହନ୍ତସନ୍ତ ହେଉଥିବା ବେଳେ ଏବେ ଦର ବୃଦ୍ଧି ବୋଝ ଉପରେ ଲଳିତା ବିଡା ସଦୃଶ୍ୟ ହୋଇଛି। ନୂଆବର୍ଷ ପୂର୍ବଦିନ ମନ୍ତ୍ରମଣ୍ଡଳ ବୈଠକ ବସି ଭାଟ୍ ୧ ପ୍ରତିଶତ ବୃଦ୍ଧି କରାଯାଇଥିଲା। ଏବେ ପେଟ୍ରୋଲ ଓ ଡିଜେଲ ଉପରେ ୩ ପ୍ରତିଶତ ବୃଦ୍ଧି କରାଗଲା। ଏହା ବୃଦ୍ଧି କରାଯିବ ବୋଲି ଆଗରୁ ନିଷ୍ପତ୍ତି ହୋଇସାରିଥିଲା। ଏପରି ହୋଇ ନ ଥିଲେ ବିଜ୍ଞପ୍ତି ପ୍ରକାଶ କରାଯାଇ ନ ଥାନ୍ତା।

ବିଜେପି ବିଧାୟକ ଦଳ ସଭାପତି ବସନ୍ତ ପଣ୍ଡା କହିଛନ୍ତି, ବିଜେପି ଏପରି ଭାଟ୍ ବୃଦ୍ଧିକୁ ବିରୋଧ କରୁଛନ୍ତି। ରାଜ୍ୟ ସରକାର ଏପରି ପଦକ୍ଷେପ ନେବା ପୂର୍ବରୁ ଚିନ୍ତା କରିବାର ଥିଲା। ଦର ବୃଦ୍ଧି ନେଇ ବିଭିନ୍ନ ସମୟରେ ରାଜ୍ୟ ସରକାର କେନ୍ଦ୍ରକୁ ଦୋଷ ଦେଉଛନ୍ତି। ଗତବର୍ଷ ରାଜ୍ୟ ସରକାର ଭାଟ ବୃଦ୍ଧି କରିଥିଲେ। ଚଳିତବର୍ଷ ମଧ୍ୟ କରିଦେଲେ ଏହା ରାଜ୍ୟବାସୀଙ୍କ ଉପରେ ବୋଝ ଲଦିବା ଛଡା ଆଉ କିଛି ନୁହେଁ। ତୁରନ୍ତ ଏହାକୁ ସରକାର ପ୍ରତ୍ୟାହାର କରନ୍ତୁ ବୋଲି ସେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos