ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶନିବାର ପେଟ୍ରୋଲ୍ ଓ ଡିଜେଲର ଉତ୍ପାଦନ ଶୁଳ୍କକୁ ବୃଦ୍ଧି କରିଛନ୍ତି। ପେଟ୍ରୋଲର ଉତ୍ପାଦନ ଶୁଳ୍କ ୩୭ ପଇସା ବଢ଼ା ଯାଇଥିବା ବେଳେ ଡିଜେଲର ଉତ୍ପାଦର ଶୁଳ୍କକୁ ୨ ଟଙ୍କା ବଢ଼ାଇ ଦିଆଯାଇଛି। ଫଳରେ ଅଣ-ବ୍ରାଣ୍ଡେଡ୍ ବା ସାମାନ୍ୟ ପେଟ୍ରୋଲ ଉପରେ ଏବେ ଲିଟର ପିଛା ଉତ୍ପାଦନ ଶୁଳ୍କ ୧୯.୭୩ ଟଙ୍କା ହୋଇଯାଇଛି। ସେହିପରି ଡିଜେଲର ଲିଟର ପିଛା ଉତ୍ପାଦନ ଶୁଳ୍କ ୧୩.୮୩ ଟଙ୍କା ହୋଇଛି। ଏଥିଯୋଗୁଁ ସରକାର ଅଧିକ ୪,୪୦୦ କୋଟି ଟଙ୍କା ରାଜସ୍ୱ ପାଇବେ।
ଏହା ପୂର୍ବରୁ ଡିସେମ୍ବର ମାସରେ ଉଭୟ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦନ ଶୁଳ୍କ ବୃଦ୍ଧି କରାଯାଇଥିଲା। ପେଟ୍ରୋଲ୍ ଉପରେ ଲିଟର ପିଛା ୧.୧୭ ଟଙ୍କା ଉତ୍ପାଦନ ଶୁଳ୍କ ବଢ଼ା ଯାଇଥିଲା। ସେହିପରି ଡିଜେଲ୍ ଉପରେ ଉତ୍ପାଦନ ଶୁଳ୍କକୁ ୩୦ ପଇସା ବଢ଼ା ଯାଇଥିଲା। ତା’ ପୂର୍ବରୁ ନଭେମ୍ବର ମାସରେ ପେଟ୍ରୋଲ୍ ଓ ଡିଜେଲର ଉତ୍ପାଦନ ଶୁଳ୍କ ବୃଦ୍ଧି କରାଯାଇଥିଲା।
ଚଳିତ ଆର୍ଥିକ ବର୍ଷରେ ପେଟ୍ରୋଲ୍ ଓ ଡିଜେଲର ଉତ୍ପାଦନ ଶୁଳ୍କ ତିନି ଥର ବଢ଼ା ଗଲାଣି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଆମେରିକା ଏଜେନ୍ସିର ଅଭିଯୋଗ, ୨୦୨୧ରେ ଜଗନ ରେଡ୍ଡୀଙ୍କୁ ଲାଞ୍ଚ ପ୍ରତିଶ୍ରୁତି ଦେଇଥିଲେ ଆଦାନୀ
ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) ଏହି ଅଭିଯୋଗ ଆଣିଛି।
Business
ଦୋହଲିଲା ଆଦାନୀ ସାମ୍ରାଜ୍ୟ; ଶେଆର ବଜାରରେ ଦିନକରେ ୫ ଲକ୍ଷ ୩୫ ହଜାର କୋଟି ବୁଡ଼ିଲା
ଏହି ଘଟଣା ଆଦାନୀଙ୍କ ବ୍ୟବସାୟ ସାମ୍ରାଜ୍ୟକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଥିବା ବେଳେ ଭାରତୀୟ ଶେଆର ବଜାରରେ ହୋଇଛି ପ୍ରଚଣ୍ଡ ବିସ୍ଫୋରଣ।
Business
ଆଦାନୀ ଲାଞ୍ଚ ମାମଲା: ଆମେରିକା ଅଭିଯୋଗ ତାଲିକାରେ ଅଛି ଓଡ଼ିଶା
ଗୌତମ ଆଦାନୀଙ୍କ ସମେତ ଭାରତର ଚାରିଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଆମେରିକା କୋର୍ଟଙ୍କ ଅଭିଯୋଗ ତାଲିକାରେ ଅଛି।
Business
ଆମେରିକା କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ପ୍ରତିକ୍ରିୟା ରଖିଲା ଆଦାନୀ ଗ୍ରୁପ୍
ଆମେରିକା କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ଆଦାନୀ ଗ୍ରୁପର ଷ୍ଟକ୍ ମୂଲ୍ୟ ହ୍ରାସ ପାଇଛି।
Business
ଇଣ୍ଡିଆ ଫୋର୍ବସ ତାଲିକାରେ ସ୍ଥାନ ପାଇଥିବା OTVକୁ ମିଳିଲା ସମ୍ମାନ
ଆଗାମୀ ଦିନରେ ବି ଏମିତି ଉପରେ ରହିବୁ ବୋଲି ଆଶା ଥିବା କହିଛନ୍ତି ଓଟିଭି ନେଟୱର୍କର ଏମ୍ଡି ଜଗି ମଙ୍ଗତ ପଣ୍ଡା।