ପେଟ୍ରୋଲ ଦର ୫୦ ପଇସା କମିଲା

ନୂଆଦିଲ୍ଲୀ: କମିଲା ପେଟ୍ରୋଲ ଦର। ପେଟ୍ରୋଲ ଲିଟର ପିଛା ୫୦ ପଇସା ହ୍ରାସ କରିଛନ୍ତି ସରକାର। ଆଜି ମଧ୍ୟରାତ୍ରିରୁ ଏହି ଦର ଲାଗୁ ହେବ। ଏହା ପୂର୍ବରୁ ସେପ୍ଟେମ୍ବର ୧ ତାରିଖରେ ପେଟ୍ରୋଲ ଦର ଲିଟର ପିଛା ୨ ଟଙ୍କା ହ୍ରାସ କରାଯାଇଥିଲା। ଅନ୍ୟପକ୍ଷରେ ଡିଜେଲ ଦର ଅପରିବର୍ତ୍ତିତ ରହିଛି। ଶେଷ ଥର ପାଇଁ ଅକ୍ଟୋବର ୧୫ ତାରିଖରେ ଡିଜେଲ ଦର ଲିଟର ପିଛା ୯୫ ପଇସା ବୃଦ୍ଧି କରାଯାଇଥିଲା। ଅକ୍ଟୋବର ମାସରେ ଦୁଇଥର ଡିଜେଲ ଦର […]

petrol

Rakesh Mallick
  • Published: Saturday, 31 October 2015
  • , Updated: 31 October 2015, 12:44 PM IST

ନୂଆଦିଲ୍ଲୀ: କମିଲା ପେଟ୍ରୋଲ ଦର। ପେଟ୍ରୋଲ ଲିଟର ପିଛା ୫୦ ପଇସା ହ୍ରାସ କରିଛନ୍ତି ସରକାର। ଆଜି ମଧ୍ୟରାତ୍ରିରୁ ଏହି ଦର ଲାଗୁ ହେବ। ଏହା ପୂର୍ବରୁ ସେପ୍ଟେମ୍ବର ୧ ତାରିଖରେ ପେଟ୍ରୋଲ ଦର ଲିଟର ପିଛା ୨ ଟଙ୍କା ହ୍ରାସ କରାଯାଇଥିଲା।

ଅନ୍ୟପକ୍ଷରେ ଡିଜେଲ ଦର ଅପରିବର୍ତ୍ତିତ ରହିଛି। ଶେଷ ଥର ପାଇଁ ଅକ୍ଟୋବର ୧୫ ତାରିଖରେ ଡିଜେଲ ଦର ଲିଟର ପିଛା ୯୫ ପଇସା ବୃଦ୍ଧି କରାଯାଇଥିଲା। ଅକ୍ଟୋବର ମାସରେ ଦୁଇଥର ଡିଜେଲ ଦର ବଢିଛି। ଅକ୍ଟୋବର ୧ ତାରିଖରେ ଡିଜେଲ ଦର ୫୦ ପଇସା ବଢିଥିଲା।

Related story