ପିଆଜ, ତେଲ ଓ ଡାଲି ରପ୍ତାନୀ ଉପରେ କଟକଣା; ପନିପରିବା ଉପରୁ ଲେଭି ଏବଂ ମାର୍କେଟ ଫି’ ଛାଡ଼

ନୂଆଦିଲ୍ଲୀ: ଦେଶରେ କେତେକ ଅତ୍ୟାବଶ୍ୟକ ସାମଗ୍ରୀ ଅଭାବକୁ ଲକ୍ଷ୍ୟ କରି ସେଗୁଡ଼ିକର ରପ୍ତାନୀ ଉପରେ ସରକାର ଏକ ପ୍ରକାର କଟକଣା ଜାରି କରିଛନ୍ତି। ପୂର୍ବରୁ ପିଆଜ ମେଟ୍ରିକ ଟନ୍ ପ୍ରତି ରପ୍ତାନୀ ମୂଲ୍ୟ ୨୫୦ ଆମେରିକୀୟ ଡଲାର ଥିଲାବେଳେ ଏବେ ତାହା ୪୨୫ ଆମେରିକୀୟ ଡଲାରକୁ ବୃଦ୍ଧି କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଅନୁଯାୟୀ ଏହି ଦର ଜୁଲାଇ ୨୦୧୬ ପର୍ଯ୍ୟନ୍ତ ରହିବ। କାବୁଲି ଚଣାକୁ ଛାଡିଦେଲେ ଅନ୍ୟାନ୍ୟ ଡାଲି ଜାତୀୟ ଶସ୍ୟ ରପ୍ତାନୀ ଉପରେ ନିଶେଧାଦେଶ ଜାରି […]

onoin

Rakesh Mallick
  • Published: Friday, 24 July 2015
  • , Updated: 24 July 2015, 03:42 PM IST

ନୂଆଦିଲ୍ଲୀ: ଦେଶରେ କେତେକ ଅତ୍ୟାବଶ୍ୟକ ସାମଗ୍ରୀ ଅଭାବକୁ ଲକ୍ଷ୍ୟ କରି ସେଗୁଡ଼ିକର ରପ୍ତାନୀ ଉପରେ ସରକାର ଏକ ପ୍ରକାର କଟକଣା ଜାରି କରିଛନ୍ତି। ପୂର୍ବରୁ ପିଆଜ ମେଟ୍ରିକ ଟନ୍ ପ୍ରତି ରପ୍ତାନୀ ମୂଲ୍ୟ ୨୫୦ ଆମେରିକୀୟ ଡଲାର ଥିଲାବେଳେ ଏବେ ତାହା ୪୨୫ ଆମେରିକୀୟ ଡଲାରକୁ ବୃଦ୍ଧି କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଅନୁଯାୟୀ ଏହି ଦର ଜୁଲାଇ ୨୦୧୬ ପର୍ଯ୍ୟନ୍ତ ରହିବ। କାବୁଲି ଚଣାକୁ ଛାଡିଦେଲେ ଅନ୍ୟାନ୍ୟ ଡାଲି ଜାତୀୟ ଶସ୍ୟ ରପ୍ତାନୀ ଉପରେ ନିଶେଧାଦେଶ ଜାରି କରାଯାଇଛି। ସେହିପରି ବିଦେଶରୁ ଆମଦାନୀ କରାଯାଉଥିବା ଖାଦ୍ୟ ସାମଗ୍ରୀ ଉପରେ ଚଳିତ ବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ କୌଣସି ଆମଦାନୀ ଶୁଳ୍କ ଲାଗିବ ନାହିଁ ବୋଲି ସରକାର ନିଷ୍ପତି ନେଇଛନ୍ତି। ଖାଇବା ତେଲ ରପ୍ତାନୀକୁ ନିଷେଧ କରାଯାଇଛି। ନଡିଆ ତେଲ ଏବଂ ଅନ୍ୟ ଖାଇବା ତେଲ ୫ କେଜି ପ୍ୟାକ୍ ପର୍ଯ୍ୟନ୍ତ ରପ୍ତାନୀ କରିହେବ ଯାହାର ମେଟ୍ରିକ ଟନ୍ ପ୍ରତି ମୂଲ୍ୟ ୯୦୦ ଡଲାର ରହିଛି। ରାଜ୍ୟଗୁଡିକ ମଧ୍ୟରେ ଫଳ ଓ ପନିପରିବା ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଇପାରିବ, ସେଥିପାଇଁ ଫଳ ଏବଂ ପରିବା ଏପିଏମସି ଆଇନରୁ ବାଦ୍ ଦିଆଯାଇଛି। ଦେଶରେ ଦରଦାମ ସ୍ଥିର ରଖିବା ପାଇଁ ୫୦୦ କୋଟି ଟଙ୍କାର ଏକ କର୍ପସ ଫଣ୍ଡ୍ ମଧ୍ୟ ଗଠନ କରାଯାଇଛି। ଏହାଫଳରେ ଦରଦାମକୁ ନିୟନ୍ତ୍ରଣ, ବିଶେଷକରି କୃଷିଜାତ ଦ୍ରବ୍ୟ ଓ ଉଦ୍ୟାନ କୃଷିରୁ ଉତ୍ପାଦିତ ଫଳ ଏବଂ ପନିପରିବା ଦରକୁ ନିୟବଣ କରିବାରେ ସାହାଯ୍ୟ କରିବ। ୫ ହଜାର ମେଟ୍ରିକ ଟନ୍ ହରଡ଼ ଡାଲି ବିଦେଶରୁ ଆମଦାନୀ କରିବା ପାଇଁ ଯୋଜନା କରାଯାଇଛି।

ଦରଦାମକୁ ଆଖିରେ ରଖି ଫଳ ଏବଂ ପନିପରିବା ଉପରୁ ଲେଭି ଏବଂ ମାର୍କେଟ ଫି ଛାଡ କରିବା ପାଇଁ କେନ୍ଦ୍ର ସରକାର ନିଦ୍ଦେର୍ଶ ଦେଇଛନ୍ତି। ବିଭିନ୍ନ ସ୍ଥାନରେ କିଷାନ ମଣ୍ଡି କିମ୍ବା କୃଷକ ବଜାର ଖୋଲିବା ପାଇଁ ବ୍ୟବସ୍ଥା କରାଯାଇଛି। ଉଦ୍ୟାନକୃଷି ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ବିଭିନ୍ନ କେନ୍ଦ୍ରୀୟ ଯୋଜନା ପ୍ରଚଳନ କରାଯାଇଛି। ଅତ୍ୟାବଶ୍ୟକ ଜିନିଷପତ୍ର, କୃଷିଜାତ ଦ୍ରବ୍ୟ ଓ ଡାଲି ଓ ତେଲ ଜାତୀୟ ଖାଦ୍ୟ ଗଚ୍ଛିତ କରି ରଖିବା କିମ୍ବା କଳା ବଜାରରେ ବିକୁଥିବା ବ୍ୟବସାୟୀଙ୍କ ବିରୁଦ୍ଧରେ ଏସେନସିଆଲ କମୋଡିଟି ଆକ୍ଟ ୧୯୫୫ ଏବଂ କଳାବଜାରୀଙ୍କ ବିରୁଦ୍ଧରେ ଏମଏସଇସି ଆଇନ-୧୯୮୦ ଅନୁସାରେ କଠୋର କାଯ୍ର୍ୟାନୁଷ୍ଠାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ରୀୟ ଗୋଦାମରୁ ଧାନ ଏବଂ ଗହମ ଖୋଲା ବଜାରକୁ ଛଡ଼ାଯାଇଛି। କେନ୍ଦ୍ର ଖାଉଟି କଲ୍ୟାଣ ଏବଂ ଖାଦ୍ୟ, ସାଧାରଣ ବଂଟନ ମନ୍ତ୍ରୀ ରାମବିଳାସ ପାଶ୍ୱାନ ଏକ ଲିଖିତ ଉତ୍ତରରେ କହିଛନ୍ତି।

Related story