ପୁଣି କମିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ୧୫ ଦିନ ବ୍ୟବଧାନରେ ପୁଣି କମିଛି ପେଟ୍ରୋଲ ଓ ଡିଜେଲ ଦର। ଗୁରୁବାର ପେଟ୍ରୋଲ ଲିଟର ପିଛା ୬୩ ପଇସା ଓ ଡିଜେଲ ଲିଟର ପିଛା ୧ ଟଙ୍କା ୬ ପଇସା କମିଛି। ଆଜି ମଧ୍ୟ ରାତ୍ରରୁ ଏହି ନୂଆ ଦର ଲାଗୁ ହେବ। ଏହାପୂର୍ବରୁ  ଡିସେମ୍ବର ୧୫ ତାରିଖରେ ପେଟ୍ରୋଲ ଲିଟର ପିଛା ୫୦ ପଇସା ଓ ଡିଜେଲ ୪୬ ପଇସା ଶସ୍ତା ହୋଇଥିଲା। ଗତ ନଭେମ୍ବର ୩୦ରେ ସରକାର ପେଟ୍ରୋଲ ୫୮ ପଇସା […]

diesel_petrol

Rakesh Mallick
  • Published: Thursday, 31 December 2015
  • , Updated: 31 December 2015, 03:35 PM IST

ନୂଆଦିଲ୍ଲୀ: ୧୫ ଦିନ ବ୍ୟବଧାନରେ ପୁଣି କମିଛି ପେଟ୍ରୋଲ ଓ ଡିଜେଲ ଦର। ଗୁରୁବାର ପେଟ୍ରୋଲ ଲିଟର ପିଛା ୬୩ ପଇସା ଓ ଡିଜେଲ ଲିଟର ପିଛା ୧ ଟଙ୍କା ୬ ପଇସା କମିଛି। ଆଜି ମଧ୍ୟ ରାତ୍ରରୁ ଏହି ନୂଆ ଦର ଲାଗୁ ହେବ। ଏହାପୂର୍ବରୁ  ଡିସେମ୍ବର ୧୫ ତାରିଖରେ ପେଟ୍ରୋଲ ଲିଟର ପିଛା ୫୦ ପଇସା ଓ ଡିଜେଲ ୪୬ ପଇସା ଶସ୍ତା ହୋଇଥିଲା।

ଗତ ନଭେମ୍ବର ୩୦ରେ ସରକାର ପେଟ୍ରୋଲ ୫୮ ପଇସା ଓ ଡିଜେଲ ୨୫ ପଇସା ଶସ୍ତା ହୋଇଥିଲା।

ନଭେମ୍ବର ୧୫ ତାରିଖରେ ପେଟ୍ରୋଲ ୩୬ ପଇସା ଓ ଡିଜେଲ ୮୭ ପଇସା ବୃଦ୍ଧି ପାଇଥିଲା।

ଅକ୍ଟୋବର ୩୧ ତାରିଖରେ ପେଟ୍ରୋଲ୍ ଦର ୫୦ ପଇସା କମିଥିଲା। ସେପ୍ଟେମ୍ବର ୧ ତାରିଖରେ ପେଟ୍ରୋଲ ଦର ଲିଟର ପିଛା ୨ ଟଙ୍କା ହ୍ରାସ କରାଯାଇଥିଲା।

ସେହିପରି ଅକ୍ଟୋବର ୧୫ ତାରିଖରେ ଡିଜେଲ ଦର ଲିଟର ପିଛା ୯୫ ପଇସା ବୃଦ୍ଧି କରାଯାଇଥିଲା। ଅକ୍ଟୋବର ମାସରେ ଦୁଇଥର ଡିଜେଲ ଦର ବଢିଥିଲା।

Related story