ପୁରୀ, ପାରାଦ୍ୱୀପ, ଫଲ୍ସ ପଏଣ୍ଟ, ଚନ୍ଦ୍ରଭାଗା ଓ ଗୋପାଳପୁରରେ ନିର୍ମାଣ ହେବ ଆଧୁନିକ ବତୀଘର

ନୂଆଦିଲ୍ଲୀ: ଦେଶର ୬୬ ଟି ସ୍ଥାନରେ ଲାଇଟ୍ ହାଉସ୍ ବା ବତୀଘର ନିମାର୍ଣ କରିବା ପାଇଁ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏହି ଲାଇଟ୍ ହାଉସ୍ ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳ ହେବ ବୋଲି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ ଗଡ଼କରୀ ଲୋକସଭାରେ ସୂଚନା ଦେଇଛନ୍ତି। ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସେ କହିଥିଲେ ଯେ ଲାଇଟ୍ ହାଉସ୍ ପାଇଁ ଚିହ୍ନଟ କରାଯାଇଥିବା ସ୍ଥାନଗୁଡିକ ମଧ୍ୟରୁ ୧୫ଟି ସ୍ଥାନର ବୈଷୟିକ ଓ […]

gadkari2

Rakesh Mallick
  • Published: Wednesday, 05 August 2015
  • , Updated: 05 August 2015, 04:20 PM IST

ନୂଆଦିଲ୍ଲୀ: ଦେଶର ୬୬ ଟି ସ୍ଥାନରେ ଲାଇଟ୍ ହାଉସ୍ ବା ବତୀଘର ନିମାର୍ଣ କରିବା ପାଇଁ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏହି ଲାଇଟ୍ ହାଉସ୍ ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳ ହେବ ବୋଲି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ ଗଡ଼କରୀ ଲୋକସଭାରେ ସୂଚନା ଦେଇଛନ୍ତି। ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସେ କହିଥିଲେ ଯେ ଲାଇଟ୍ ହାଉସ୍ ପାଇଁ ଚିହ୍ନଟ କରାଯାଇଥିବା ସ୍ଥାନଗୁଡିକ ମଧ୍ୟରୁ ୧୫ଟି ସ୍ଥାନର ବୈଷୟିକ ଓ ଅର୍ଥନୈତିକ ସଫଳତା ରିପୋର୍ଟ ମିଳିସାରିଛି। ସେଥିମଧ୍ୟରୁ ୫ଟି ଲାଇଟ ହାଉସ୍ ପିପିପି ଢାଞ୍ଚାରେ କରାଯିବ ବୋଲି ସ୍ଥିର ହୋଇଛି। ଓଡ଼ିଶାର ପୁରୀ, ପାରାଦ୍ୱୀପ, ଫଲ୍ସ ପଏଣ୍ଟ, ଚନ୍ଦ୍ରଭାଗା ଓ ଗୋପାଳପୁର ଆଦି ୬ଟି ସ୍ଥାନରେ ଆଧୁନିକ ଲାଇଟ୍ ହାଉସ ନିର୍ମାଣ କରାଯିବ ବୋଲି ସେ କହିଥିଲେ। ଗଡ଼କରୀ କହିଥିଲେ, କେନ୍ଦ୍ର ସରକାର ରାଜ୍ୟଗୁଡିକରେ ବନ୍ଦର ପ୍ରକଳ୍ପ ପାଇଁ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଏଥିପାଇଁ ଭାରତୀୟ ବନ୍ଦର ରେଳ ନିଗମକୁ ଏସପିଭି ଭାବେ ଗଠନ

କରାଯାଇଛି। ମୁଖ୍ୟ ବନ୍ଦର ଏବଂ ଆରବିଏନଏଲ ଅଂଶୀଦାର ଭାବେ ଏହି କାର୍ଯ୍ୟ କରିବେ। ସେହିପରି ବଡ଼ ବଡ଼ ବନ୍ଦରଗୁଡିକକୁ ବୃକ୍ଷ ରୋପଣ କରିବା ଓ ଅଣ-ପାରମ୍ପରିକ ଶକ୍ତି ବ୍ୟବହାର କରିବା ସହିତ ସବୁଜ ବଳୟ ସୃଷ୍ଟି କରି ସନ୍ତୁଳିତ ପରିବେଶ ସୃଷ୍ଟି କରିବାକୁ କୁହାଯାଇଛି ବୋଲି ଲୋକସଭାରେ ସେ କହିଥିଲେ।

Related story