ରାଜ୍ୟରେ ୨ଟି ଲୁହାପଥର ଖଣି ଖୋଲିବାକୁ ଅନୁମତି

ଭୁବନେଶ୍ୱର: ରାଜ୍ୟରେ ବନ୍ଦ ପଡିଥିବା ଦୁଇଟି ଲୁହାପଥର ଖଣି ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ମୋଟ ୯ଟି ଖଣି ଖୋଲିବା ପ୍ରସ୍ତାବ ମଧ୍ୟରୁ ଇଣ୍ଟର ଡିପାର୍ଟମେଣ୍ଟାଲ କମିଟି ଦୁଇଟି ଖୋଲିବାକୁ କମିଟି ଅନୁମୋଦନ ଦେଇଛି। ସେହିପରି ଦୁଇଟି ଲାଇମ ଷ୍ଟୋନ ଖଣିର ନିଲାମୀ ନେଇ ଆସନ୍ତା ଜାନୁୟାରୀ ପ୍ରଥମ ସପ୍ତାହରେ ଖଣି ବିଭାଗ ବିଜ୍ଞପ୍ତି ପ୍ରକାଶ କରିବ ବୋଲି ଜଣାପଡିଛି। ଆଇନଗତ ସମସ୍ୟା, ଖଣି ଉତ୍ତୋଳନରେ ଅନିୟମିତତା, ପୁଣି ଶାହା କମିଶନଙ୍କ ତଦନ୍ତ ପରେ ରାଜ୍ୟରେ […]

khani

Rakesh Mallick
  • Published: Saturday, 26 December 2015
  • , Updated: 26 December 2015, 03:06 PM IST

ଭୁବନେଶ୍ୱର: ରାଜ୍ୟରେ ବନ୍ଦ ପଡିଥିବା ଦୁଇଟି ଲୁହାପଥର ଖଣି ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ମୋଟ ୯ଟି ଖଣି ଖୋଲିବା ପ୍ରସ୍ତାବ ମଧ୍ୟରୁ ଇଣ୍ଟର ଡିପାର୍ଟମେଣ୍ଟାଲ କମିଟି ଦୁଇଟି ଖୋଲିବାକୁ କମିଟି ଅନୁମୋଦନ ଦେଇଛି। ସେହିପରି ଦୁଇଟି ଲାଇମ ଷ୍ଟୋନ ଖଣିର ନିଲାମୀ ନେଇ ଆସନ୍ତା ଜାନୁୟାରୀ ପ୍ରଥମ ସପ୍ତାହରେ ଖଣି ବିଭାଗ ବିଜ୍ଞପ୍ତି ପ୍ରକାଶ କରିବ ବୋଲି ଜଣାପଡିଛି।

ଆଇନଗତ ସମସ୍ୟା, ଖଣି ଉତ୍ତୋଳନରେ ଅନିୟମିତତା, ପୁଣି ଶାହା କମିଶନଙ୍କ ତଦନ୍ତ ପରେ ରାଜ୍ୟରେ ୧୨୬ଟି ଖଣି ବନ୍ଦ ହୋଇପଡିଛି। ତେବେ ଏହା ଭିତରୁ କିଛି ଖଣିର ଲିଜ୍ ଅବଧି ବୃଦ୍ଧି ପାଇଁ ବାଟ ଫିଟିଛି। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ୨ଟି ଲୁହାପଥର ଖଣିର ଲିଜ୍ ଅବଧି ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛି। ଏ ନେଇ ରାଜ୍ୟ ସରକାରଙ୍କୁ କମିଟି ସୁପାରିସ ମଧ୍ୟ କରିଛି। ଏଥିପାଇଁ ଲିଜଧାରୀଙ୍କ ସହ ସପ୍ଲିମେଣ୍ଟାରୀ ଲିଜ୍ ଡିଡ୍ ବା ଅତିରିକ୍ତ ଲିଜ୍ ଚୁକ୍ତି ରାଜ୍ୟ ସରକାର କରିବେ। ଏହି ଦୁଇଟି ଲୁହାପଥର ଖଣି ନନକାପଟିଭ ହୋଇଥିବାରୁ ସଂଶୋଧିତ ଏମଏମଡିଆର ଆକ୍ଟ ଅନୁସାରେ ୨୦୨୦ ମସିହା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଲିଜ ଅବଧି ବଢାଯିବ। ଖଣି ଖୋଲିଲେ ଲିଜଧାରୀ ରାଜ୍ୟ ସରକାରଙ୍କ ପାଖରେ ଷ୍ଟାମ୍ପ ଡ୍ୟୁଟି ଓ ରେଜିଷ୍ଟ୍ରେସନ ବାବଦକୁ ଟଙ୍କା ଜମା କରିବେ। ବିଶେଷ କରି ଲିଜ୍ ବୃଦ୍ଧି ପାଇଁ ଆଇନ ଅନୁସାରେ ରାଜ୍ୟ ସରକାର କରିଥିବା କିଛି ଚୁକ୍ତି ମଧ୍ୟ ଲିଜଧାରୀ ମାନିବାକୁ ବାଧ୍ୟ ବୋଲି କୁହାଯାଇଛି। ସେହିପରି ଅନ୍ୟ ୫ଟି ଖଣିର ଲିଜ୍ ଅବିଧି ବୃଦ୍ଧି ନେଇ କିଛି ଆଇନଗତ ସମସ୍ୟା ରହିଛି କି ନାହିଁ, ସେ ନେଇ ରାଜ୍ୟ ଜଙ୍ଗଲ ଓ ପରିବେଶ ଏବଂ ଆଇନ ବିଭାଗର ମତାମତ ମାଗିଛି କମିଟି। ବାକି ୨ ଖଣିର ଲିଜ ଅବଧି ବୃଦ୍ଧି ଉପରେ କମିଟି ରୋକ ଲଗାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ୫୪ ଖଣିର ଲିଜ୍ ଅବଧି ବୃଦ୍ଧି କରିଛନ୍ତି।

ପୂର୍ବରୁ ସୁନ୍ଦରଗଡ ଜିଲ୍ଲାର ଗୋଟିଏ ଲୁହାପଥର ଖଣି ନିଲାମୀ ନେଇ ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ଆସନ୍ତା ଜାନୁୟାରୀ ପ୍ରଥମ ସପ୍ତାହରେ ଦୁଇଟି ଲାଇମ ଷ୍ଟୋନ ଖଣି ନିଲାମୀ ନେଇ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିବେ। ଏଥିପାଇଁ ଏମଏସଟିସି ଓ ଏସବିଆଇ କ୍ୟାପ୍ସ ମଧ୍ୟରେ ଶୀଘ୍ର ଚୁକ୍ତି ସ୍ୱାକ୍ଷରିତ ହେବ। ସେହିପରି ଜାନୁୟାରୀରେ ମାଲାକାନାଗିରି ଜିଲ୍ଲାର ୨ଟି ଲାଇମ ଷ୍ଟୋନ ଖଣିର ଜିପିଏସ୍ ସର୍ଭେ ଆରମ୍ୱ ହେବ ବୋଲି ଖଣି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Related story