ରାଜ୍ୟର ୧୬ଟି ଅଞ୍ଚଳରେ ଖଣିଜ ପଦାର୍ଥ ସନ୍ଧାନ କରିବାକୁ କେନ୍ଦ୍ରକୁ ପ୍ରସ୍ତାବ

ଭୁବନେଶ୍ୱର: ରାଜ୍ୟରେ ୬ଟି ନୂଆ ଅଞ୍ଚଳକୁ ମିଶାଇ ମୋଟ ୧୬ଟି ଅଞ୍ଚଳରେ ଖଣିଜ ପଦାର୍ଥ ଗଚ୍ଛିତ ଥିବାର ଅନୁମାନ କରାଯାଉଛି। ଏସବୁ ଅଞ୍ଚଳରେ ଖଣିଜର ସଂଧାନ ଲାଗି କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ରାଜ୍ୟ ଖଣି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଦେଶରେ ଗଚ୍ଛିତ ଖଣିଜ୍ ପଦାର୍ଥର ସନ୍ଧାନ ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର। ଏନେଇ ନୂଆ ଏମ୍ଏମଡିଆର୍ ଆଇନ୍ ଅନ୍ତର୍ଗତ ନ୍ୟାସନାଲ ମିନେରାଲ ଏକ୍ସପ୍ଲୋରେସନ୍ ଟ୍ରଷ୍ଟ ଗଠନ କରାଯାଇଛି। ଗତକାଲି ନୂଆଦିଲ୍ଲୀରେ ଏହି ଟ୍ରଷ୍ଟର […]

mines

Rakesh Mallick
  • Published: Friday, 09 October 2015
  • , Updated: 09 October 2015, 05:51 PM IST

ଭୁବନେଶ୍ୱର: ରାଜ୍ୟରେ ୬ଟି ନୂଆ ଅଞ୍ଚଳକୁ ମିଶାଇ ମୋଟ ୧୬ଟି ଅଞ୍ଚଳରେ ଖଣିଜ ପଦାର୍ଥ ଗଚ୍ଛିତ ଥିବାର ଅନୁମାନ କରାଯାଉଛି। ଏସବୁ ଅଞ୍ଚଳରେ ଖଣିଜର ସଂଧାନ ଲାଗି କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ରାଜ୍ୟ ଖଣି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ଦେଶରେ ଗଚ୍ଛିତ ଖଣିଜ୍ ପଦାର୍ଥର ସନ୍ଧାନ ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର। ଏନେଇ ନୂଆ ଏମ୍ଏମଡିଆର୍ ଆଇନ୍ ଅନ୍ତର୍ଗତ ନ୍ୟାସନାଲ ମିନେରାଲ ଏକ୍ସପ୍ଲୋରେସନ୍ ଟ୍ରଷ୍ଟ ଗଠନ କରାଯାଇଛି। ଗତକାଲି ନୂଆଦିଲ୍ଲୀରେ ଏହି ଟ୍ରଷ୍ଟର ଏକ୍ଜିକ୍ୟୁଟିଭ୍ ବଡ଼ି ବୈଠକ ବସିଥିଲା। ଏଥିରେ ଦେଶବ୍ୟାପୀ ଖଣିଜ ସଂଧାନ ନେଇ ଆଲୋଚନା କରାଯାଇଛି। ସେପଟେ ପ୍ରତି ଖଣି ଲିଜଧାରୀ ଦେଉଥିବା ରୟାଲଟିର ୨ ପ୍ରତିଶତ ମିନେରାଲ ଏକ୍ସପ୍ଲୋରେସନ୍ ଟ୍ରଷ୍ଟକୁ ଦେବେ। ଟ୍ରଷ୍ଟର ବାର୍ଷିକ ଆୟକୁ ଭୂତାତ୍ତ୍ୱିକ ସର୍ଭେ ପାଇଁ ଖର୍ଚ୍ଚ କରାଯିବ। ତେବେ ଏହି ଅର୍ଥ କେମିତି ଖର୍ଚ୍ଚ ହେବ ସେନେଇ ଆକ୍ସନପ୍ଲାନ ପ୍ରସ୍ତୁତ ଲାଗି ଖୁବ୍ ଶୀଘ୍ର ଟ୍ରଷ୍ଟର ଗଭର୍ଣ୍ଣିବଡ଼ି ବୈଠକ ହେବ। ଏଥିରେ ରାଜ୍ୟ ଖଣିମନ୍ତ୍ରୀ ମାନେ ମଧ୍ୟ ଯୋଗ ଦେବେ। ଅନ୍ୟପକ୍ଷରେ ରାଜ୍ୟର ୬ଟି ଫ୍ରିହୋଲଡ୍ ଅଞ୍ଚଳ ଓ ୧୦ଟି ଲିଜ୍ ଲାପ୍ସ ଅଞ୍ଚଳକୁ ମିଶାଇ ମୋଟ୍ ୧୬ଟି ଅଞ୍ଚଳର ସର୍ଭେକ୍ଷଣ ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଥିବା ବୈଠକରେ ଯୋଗ ଦେଇଥିବା ରାଜ୍ୟ ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତି ସୂଚନା ଦେଇଛନ୍ତି।

Related story