ରାକ୍ଷୀ ପୂର୍ଣିମା ପାଇଁ ଆନ୍ଧ୍ର ବ୍ୟାଙ୍କରେ ୩ଟି ସୁରକ୍ଷା ଜମା ଯୋଜନା

ନୂଆଦିଲ୍ଲୀ: ଆନ୍ଧ୍ର ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କ ପାଇଁ ତିନୋଟି ସାମାଜିକ ସୁରକ୍ଷା ଜମା ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନାରେ ୧୮ରୁ ୭୦ବର୍ଷ ବୟସର ଗ୍ରାହକ ମାନେ ଏକକାଳୀନ ୨୦୧ ଟଙ୍କା ସ୍ଥାୟୀ ଜମା କଲେ ୨ ଲକ୍ଷ ଟଙ୍କାର ଜୀବନ ବୀମା ସୁବିଧା ପାଇବେ। ସେହିଭଳି ୧୮ରୁ ୫୦ବର୍ଷ ବୟସର ଗ୍ରାହକ ଜୀବନ ସୁରକ୍ଷା ଜମା ଯୋଜନାରେ ୫୦୦୧ ଟଙ୍କା ଏକକାଳୀନ ସ୍ଥାୟୀ ଜମା କରି ସ୍ୱାଭାବିକ ମୃତ୍ୟୁରେ ୨ଲକ୍ଷ ଓ ଦୁର୍ଘଟଣା ଜନିତ ମୃତ୍ୟୁରେ […]

andhra bank_0_0_0

Rakesh Mallick
  • Published: Saturday, 08 August 2015
  • , Updated: 09 August 2015, 03:38 AM IST

ନୂଆଦିଲ୍ଲୀ: ଆନ୍ଧ୍ର ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କ ପାଇଁ ତିନୋଟି ସାମାଜିକ ସୁରକ୍ଷା ଜମା ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନାରେ ୧୮ରୁ ୭୦ବର୍ଷ ବୟସର ଗ୍ରାହକ ମାନେ ଏକକାଳୀନ ୨୦୧ ଟଙ୍କା ସ୍ଥାୟୀ ଜମା କଲେ ୨ ଲକ୍ଷ ଟଙ୍କାର ଜୀବନ ବୀମା ସୁବିଧା ପାଇବେ। ସେହିଭଳି ୧୮ରୁ ୫୦ବର୍ଷ ବୟସର ଗ୍ରାହକ ଜୀବନ ସୁରକ୍ଷା ଜମା ଯୋଜନାରେ ୫୦୦୧ ଟଙ୍କା ଏକକାଳୀନ ସ୍ଥାୟୀ ଜମା କରି ସ୍ୱାଭାବିକ ମୃତ୍ୟୁରେ ୨ଲକ୍ଷ ଓ ଦୁର୍ଘଟଣା ଜନିତ ମୃତ୍ୟୁରେ ୪ଲକ୍ଷ ଟଙ୍କାର ବୀମା ରାଶି ପାଇବେ। ତା'ସହ ସୁରକ୍ଷା ଜମା ଯୋଜନାର ସୁବିଧା ପାଇବେ ବୋଲି ସୂଚନା ଦେଇଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ। ସେହିପରି ଆସନ୍ତା ରାକ୍ଷୀ ପୂର୍ଣିମା ପାଇଁ ଜୀବନ ସୁରକ୍ଷା ଗିଫ୍ଟ ଚେକ ଯୋଜନାରେ ୩୫୧ ଟଙ୍କାର ଏକ ସ୍ୱତନ୍ତ୍ର ଚେକ୍ ପ୍ରଚଳନ କରାଯାଇଛି। ଯେଉଁଥିରେ ମହିଳାମାନେ ଏହି ଯୋଜନାରେ ସାମିଲ ହୋଇପାରିବେ ବୋଲି ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆନ୍ଧ୍ର ବ୍ୟାଙ୍କ ଭୁବନେଶ୍ୱର ଜୋନର ଡିଜିଏମ୍।

Related story