କମିଲା ରେପୋ ରେଟ୍,ଋଣ ଉପରେ କମିବ ସୁଧ ହାର

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଚତୁର୍ଥ ଥର ପାଇଁ ଆଜି ରେପୋ ରେଟ୍ କମାଇଛି। ମୁଦ୍ରା ନୀତି ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୩୫ ବେସିସ୍ ପଏଣ୍ଟ ହ୍ରାସ ହେବା ପରେ ବର୍ତ୍ତମାନ ରେପୋ ରେଟ୍ ୫.୪୦ ପ୍ରତିଶତ ହୋଇଛି। ସେହିପରି ରିଭର୍ସ ରେପୋ ରେଟ୍ ୫.୧୫ ପ୍ରତିଶତ ରହିଛି। ଆରବିଆଇ ପୂର୍ବରୁ ଜିଡିପି ଅଭିବୃଦ୍ଧି ହାର ୭ ପ୍ରତିଶତ ରହିବ ବୋଲି ଆକଳନ କରିଥିବା ବେଳେ ଏବେ ଏହା ୬.୯ରେ ସୀମିତ ରଖିଛି ଆରବିଆଇ। ଆରବିଆଇର […]

rbi-edit

Subhransu Sekhar
  • Published: Wednesday, 07 August 2019
  • , Updated: 07 August 2019, 01:54 PM IST
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଚତୁର୍ଥ ଥର ପାଇଁ ଆଜି ରେପୋ ରେଟ୍ କମାଇଛି। ମୁଦ୍ରା ନୀତି ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୩୫ ବେସିସ୍ ପଏଣ୍ଟ ହ୍ରାସ ହେବା ପରେ ବର୍ତ୍ତମାନ ରେପୋ ରେଟ୍ ୫.୪୦ ପ୍ରତିଶତ ହୋଇଛି। ସେହିପରି ରିଭର୍ସ ରେପୋ ରେଟ୍ ୫.୧୫ ପ୍ରତିଶତ ରହିଛି।
ଆରବିଆଇ ପୂର୍ବରୁ ଜିଡିପି ଅଭିବୃଦ୍ଧି ହାର ୭ ପ୍ରତିଶତ ରହିବ ବୋଲି ଆକଳନ କରିଥିବା ବେଳେ ଏବେ ଏହା ୬.୯ରେ ସୀମିତ ରଖିଛି ଆରବିଆଇ। ଆରବିଆଇର ଏହି ବୈଠକ ୫ ଅଗଷ୍ଟରୁ ଆରମ୍ଭ ହୋଇଥିଲା। ଆଜି ଥିଲା ଏହି ବୈଠକର ଅନ୍ତିମ ଦିନ। ୬ସଦସ୍ୟ ବିଶିଷ୍ଟ ଏହି ବୈଠକର ଅଧ୍ୟକ୍ଷତା କରୁଥିଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ।
ସୂଚନାଯୋଗ୍ୟ, ରେପୋ ରେଟ୍ ହ୍ରାସ ପାଇବା ପରେ ବ୍ୟାଙ୍କରୁ ଋଣ ନେଇଥିବା ଗ୍ରାହକଙ୍କ ଋଣ ଉପରେ ସୁଧ ହାର କମିବ। ଏହା ଋଣ ଗ୍ରହୀତାଙ୍କୁ ସାମାନ୍ୟ ଆଶ୍ୱସ୍ତି ଆଣିଦେବ ବୋଲି କୁହାଯାଉଛି।

Related story