ଆଜି ଲଞ୍ଚ୍‌ ହେବ ଭାରତର ସବୁଠୁ ଶସ୍ତା ୪ଟି କ୍ୟାମେରା ଯୁକ୍ତ ଫୋନ୍

ନୂଆଦିଲ୍ଲୀ: ପ୍ରତି ବର୍ଷ ଅଗଷ୍ଟ ମାସରେ ଟେକ୍ନୋଲୋଜି ଓ ସ୍ମାର୍ଟଫୋନ୍‌ ପାଇଁ ବେଶ ଖାସ୍‌ ହୋଇଥାଏ। କାରଣ ଏହି ମାସରେ ହିଁ ପ୍ରାୟ ସବୁ ମୋବାଇଲ କମ୍ପାନୀ ନୂଆ ନୂଆ ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରନ୍ତି।  ଚଳିତ ବର୍ଷ ମଧ୍ୟ ଏପରି ହେଉଛି।  କିଛିଦିନ ତଳେ ସାମସଙ୍ଗ ନିଜର ଫ୍ଲାଗଶିପ୍‌ ଗ୍ୟାଲାକ୍ସି ନୋଟ୍‌ ୧୦ ଓ ନୋଟ୍‌ ୧୦ ପ୍ଲସ୍‌କୁ ବଜାରକୁ ଆଣିସାରିଛଛି, ଯାହା ଭାରତରେ ଅଗଷ୍ଟ ୨୦ ଅର୍ଥାତ ଆଜି ଲଞ୍ଚ୍‌ ହେବ। ସେହିପରି ଭାରତରେ ଆଉ […]

phone

Chinmayee Roy
  • Published: Tuesday, 20 August 2019
  • , Updated: 20 August 2019, 03:33 PM IST

ନୂଆଦିଲ୍ଲୀ: ପ୍ରତି ବର୍ଷ ଅଗଷ୍ଟ ମାସରେ ଟେକ୍ନୋଲୋଜି ଓ ସ୍ମାର୍ଟଫୋନ୍‌ ପାଇଁ ବେଶ ଖାସ୍‌ ହୋଇଥାଏ। କାରଣ ଏହି ମାସରେ ହିଁ ପ୍ରାୟ ସବୁ ମୋବାଇଲ କମ୍ପାନୀ ନୂଆ ନୂଆ ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରନ୍ତି।  ଚଳିତ ବର୍ଷ ମଧ୍ୟ ଏପରି ହେଉଛି।  କିଛିଦିନ ତଳେ ସାମସଙ୍ଗ ନିଜର ଫ୍ଲାଗଶିପ୍‌ ଗ୍ୟାଲାକ୍ସି ନୋଟ୍‌ ୧୦ ଓ ନୋଟ୍‌ ୧୦ ପ୍ଲସ୍‌କୁ ବଜାରକୁ ଆଣିସାରିଛଛି, ଯାହା ଭାରତରେ ଅଗଷ୍ଟ ୨୦ ଅର୍ଥାତ ଆଜି ଲଞ୍ଚ୍‌ ହେବ। ସେହିପରି ଭାରତରେ ଆଉ ଏକ ଦମ୍‌ଦାର୍‌ ସ୍ମାର୍ଟଫୋନ୍‌ ଆସିବାକୁ ଯାଉଛି, ଯେଉଁଥିରେ ୪ଟି କ୍ୟାମେରା ରହିଛି। ଆଉ ଏହି ଫୋନ୍‌ର ମୂଲ୍ୟ ମାତ୍ର ୧୦ ହଜାର ଟଙ୍କା।

Oppoର ସବ୍‌ ବ୍ରାଣ୍ଡ Realme ଆଜି ଭାରତୀୟ ବଜାରରେ ୨ଟି ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିବାକୁ ଯାଉଛି। ଏହି ଦୁଇଟି ହେଉଛି, Realme 5 ଓ Realme 5 Pro। ଏହି ଫୋନ୍‌ଟି ଏକ ବଜେଟ୍‌ ଫୋନ୍‌। ଏହା ଭାରତର ପ୍ରଥମ ଏପରି ସ୍ମାର୍ଟଫୋନ୍‌ ହେବ ଯେଉଁଥିରେ ମାତ୍ର ୧୦ ହଜାର ଟଙ୍କା ମୂଲ୍ୟରେ ୪ଟି କ୍ୟାମେରା ଯୁକ୍ତ ଫୋନ ମିଳିବ।

Realme 5ର ସ୍ପେଶିଫିକେଶନ କଥା କହିଲେ, ଏହା କ୍ୱାଲକମ୍‌ ସ୍ନାପଡ୍ରାଗନ ୬୬୫ ପ୍ରୋସେସରରେ ଚାଲିବ। ଏହି ପ୍ରୋସେସର ସହ ଭାରତରେ ଏଯାଏ କୌଣସି ସ୍ମାର୍ଟଫୋନ୍‌ ଲଞ୍ଚ୍‌ ହୋଇନାହିଁ। ଏଥିରେ 5000mAhର ବ୍ୟାଟେରୀ ଦିଆଯାଇଛି।

Realme 5 Proରେ ସ୍ନାପଡ୍ରାଗନ ୭୧୨ ପ୍ରୋସେସର ମିଳିବ। ଏଥିରେ IMX586 48MP ସେନ୍‌ସର୍‌ ଦିଆଯାଇଛି। ଏଥିସହ ଫୋନ୍‌ରେ ୧୧୯ ଡିଗ୍ରୀ ୱାଇଡ-ଆଙ୍ଗଲ ଲେନ୍ସ ବି ମିଳିବ। ଏଥିସହ ଏହି ଫୋନ୍‌ରେ 5000mAhର ବ୍ୟାଟେରୀ ସହ VOOC 3.0 ଫାଷ୍ଟ ଚାର୍ଜିଂ ମଧ୍ୟ ମିଳିବ। ଏହି ୨ଟି ଯାକ ସ୍ମାର୍ଟଫୋନ୍‌ ଗ୍ରାହକ 'ଫ୍ଲିପକାର୍ଟ'ରୁ କିଣିପାରିବେ।

Related story