ଘରେ ବସି ଦେଖିପାରିବେ ଫିଲ୍ମର ଫାଷ୍ଟ ଡେ’ ଫାଷ୍ଟ ଶୋ’, ରିଲାଏନ୍ସ ଘୋଷଣା କଲା ଏହି ପ୍ଲାନ୍

ନୂଆଦିଲ୍ଲୀ: ଆଗାମୀ ଏକ ବର୍ଷ ମଧ୍ୟରେ ଘରେ ଘରେ ପହଞ୍ଚିବ ରିଲାଏନ୍ସ ଗିଗା ଫାଇବର୍‌। ଏମିତିକି ଗିଗା ଫାଇବର୍‌ ପ୍ୟାକେଜ୍‌ କିଣି ଫିଲ୍ମ ରିଲିଜ୍ ଦିନ ଘରେ ବସି ଦେଖିପାରିବେ ଫାଷ୍ଟ ଡେ’ ଫାଷ୍ଟ ଶୋ’। ରିଲାଏନ୍ସ ଜିଓ ଗିଗାଫାଇବରର ଶୁଭାରମ୍ଭ ବାବଦରେ ସାର୍ବଜନୀନ କରିବା ବେଳେ ଏଭଳି କହିଛନ୍ତି ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ୱାନୀ। ଆଜି ୪୨ ତମ ଆନୁଆଲ୍ ଜେନେରାଲ ମିଟିଂରେ ଏହି ଘୋଷଣା କରିଛନ୍ତି ମୁକେଶ। ଏହି ଗିଗା ଫାଇବର ଯୋଜନା ସେପ୍ଚେମ୍ୱର […]

jio_gigafiber

Subhransu Sekhar
  • Published: Monday, 12 August 2019
  • , Updated: 12 August 2019, 02:57 PM IST

ନୂଆଦିଲ୍ଲୀ: ଆଗାମୀ ଏକ ବର୍ଷ ମଧ୍ୟରେ ଘରେ ଘରେ ପହଞ୍ଚିବ ରିଲାଏନ୍ସ ଗିଗା ଫାଇବର୍‌। ଏମିତିକି ଗିଗା ଫାଇବର୍‌ ପ୍ୟାକେଜ୍‌ କିଣି ଫିଲ୍ମ ରିଲିଜ୍ ଦିନ ଘରେ ବସି ଦେଖିପାରିବେ ଫାଷ୍ଟ ଡେ’ ଫାଷ୍ଟ ଶୋ’। ରିଲାଏନ୍ସ ଜିଓ ଗିଗାଫାଇବରର ଶୁଭାରମ୍ଭ ବାବଦରେ ସାର୍ବଜନୀନ କରିବା ବେଳେ ଏଭଳି କହିଛନ୍ତି ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ୱାନୀ। ଆଜି ୪୨ ତମ ଆନୁଆଲ୍ ଜେନେରାଲ ମିଟିଂରେ ଏହି ଘୋଷଣା କରିଛନ୍ତି ମୁକେଶ।

ଏହି ଗିଗା ଫାଇବର ଯୋଜନା ସେପ୍ଚେମ୍ୱର ୫ରୁ ଆରମ୍ଭ ହେବ। ଏଥିରେ ୭୦୦ ଟଙ୍କାରୁ ଆରମ୍ଭ ହୋଇ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ୟାକେଜ୍ ରହିଛି। ଏହାର ସ୍ପୀଡ୍ ୧୦୦ ଏମ୍‌ବିପିଏସ୍‌ରୁ ଆରମ୍ଭ ହୋଇ ୧ ଜିବିପିଏସ୍‌ ପର୍ଯ୍ୟନ୍ତ ରହିଛି। ଯେଉଁ ଗ୍ରାହକ ମାନେ ଜିଓର ଏହି ପ୍ଲାନ୍ କିଣିବେ ସେମାନେ ଜିଓର ପ୍ରିମିୟମ୍‌ ଗ୍ରାହକ ହେବେ ଏବଂ ଫିଲ୍ମ ରିଲିଜ୍ ଦିନ ଘରେ ବସି ଫିଲ୍ମର ଫାଷ୍ଟ୍‌ ଡେ ଫାଷ୍ଟ୍‌ ଶୋ ଦେଖିପାରିବେ।

ଏଯାଏ ସାରା ଦେଶରେ ୫ କୋଟି ଗ୍ରାହକ ଏହି ସେବା ପାଇଁ ପଞ୍ଜିକରଣ କରିସାରିଛନ୍ତି। ୫୦ ଲକ୍ଷ ଘରେ ଏହି ଯୋଜନା ପହଞ୍ଚି ସାରିଥିବା ବେଳେ ଆଗାମୀ ୧ ବର୍ଷ ମଧ୍ୟରେ ଜିଓ ଗିଗା ଫାଇବର ସାରା ଦେଶରେ ପହଞ୍ଚିବ ବୋଲି ସେ କହିଛନ୍ତି। ଏଥିପାଇଁ ଦେଶର ସମସ୍ତ କେବୁଲ୍‌ ଅପରେଟରଙ୍କ ସହ ମିଶି କମ୍ପାନୀ ଆଗକୁ ବଢ଼ିବ ବୋଲି ସେ କହିଛନ୍ତି। ୨୦୨୦ ସୁଦ୍ଧା ୨୦ ହଜାର କୋଟି ଟଙ୍କାର ବ୍ୟବସାୟ କରିବ ବୋଲି କମ୍ପାନୀ ଆକଳନ କରିଥିବା ସେ କହିଛନ୍ତି। ଯେଉଁମାନେ ଜିଓ ଗିଗା ଫାଇବରର ବାର୍ଷିକ ପ୍ୟାକେଜ୍ ପାଇଁ ପଞ୍ଜିକରଣ କରିବେ ସେମାନେ ଏଚ୍‌ଡି ଏବଂ ୪କେ ଟିଭି ନହେଲେ ସେଟ୍ ଅପ୍ ବକ୍ସ ଫ୍ରୀ ପାଇବେ। ଯାହର ନାମ ରହିଛି ଜିଓ ଓ୍ୱେଲକମ୍ ଅଫର୍।

ଆଗାମୀ ଦିନରେ ଦେଶରେ ଡିଜିଟାଲ୍‌ ଭିତ୍ତିଭୂମି ପାଇଁ ୩.୫ ଲକ୍ଷ କୋଟି ଟଙ୍କା ରିଲାଏନ୍ସ ଖର୍ଚ୍ଚ କରିବ ବୋଲି ମୁକେଶ ଅମ୍ବାନୀ କହିଛନ୍ତି।

 

Related story