ରିଲାଏନ୍ସ ଜିଓର ଖାସ୍ ଅଫର, ଦୁଇଟି ରିଚାର୍ଜ ପ୍ଲାନରେ ୫୦ ଟଙ୍କା ପର୍ଯ୍ୟନ୍ତ ଛାଡ଼

ନୂଆଦିଲ୍ଲୀ: ଅନ୍ୟ ନେଟଓ୍ୱର୍କକୁ କଲ୍ ପାଇଁ ଆଇୟୁସି ଚାର୍ଜ ଲଗାଇ ନିଜ ଗ୍ରାହକଙ୍କ ଅସନ୍ତୋଷର ଶିକାର ହୋଇଥିବା ରିଲାଏନ୍ସ ଜିଓ ଏବେ ତାର ଦୁଇଟି ପ୍ରିପେଡ ରିଚାର୍ଜ ପ୍ଲାନରେ ଅଫର ଘୋଷଣା କରିଛି। ଏହି ଅଫର ନଭେମ୍ୱର ୧ରୁ ଲାଗୁ ହୋଇଛି। ଏଥିପାଇଁ କିନ୍ତୁ ପେଟିଏମ୍ ମାଧ୍ୟମରେ ରିଚାର୍ଜ କରିବାକୁ ପଡ଼ିବ। ଜିଓର ପ୍ରିପେଡ ପ୍ଲାନ୍ ୪୪୪ ଓ ୫୫୫ ରିଚାର୍ଜ କଲେ ୪୪ ଓ ୫୫ ଟଙ୍କା ଛାଡ଼ ମିଳିବ। ଏଥିପାଇଁ ରିଚାର୍ଜ ବେଳେ SHUBH୪୪ […]

jio

Subhransu Sekhar
  • Published: Saturday, 02 November 2019
  • , Updated: 02 November 2019, 01:03 PM IST

ନୂଆଦିଲ୍ଲୀ: ଅନ୍ୟ ନେଟଓ୍ୱର୍କକୁ କଲ୍ ପାଇଁ ଆଇୟୁସି ଚାର୍ଜ ଲଗାଇ ନିଜ ଗ୍ରାହକଙ୍କ ଅସନ୍ତୋଷର ଶିକାର ହୋଇଥିବା ରିଲାଏନ୍ସ ଜିଓ ଏବେ ତାର ଦୁଇଟି ପ୍ରିପେଡ ରିଚାର୍ଜ ପ୍ଲାନରେ ଅଫର ଘୋଷଣା କରିଛି। ଏହି ଅଫର ନଭେମ୍ୱର ୧ରୁ ଲାଗୁ ହୋଇଛି। ଏଥିପାଇଁ କିନ୍ତୁ ପେଟିଏମ୍ ମାଧ୍ୟମରେ ରିଚାର୍ଜ କରିବାକୁ ପଡ଼ିବ।

ଜିଓର ପ୍ରିପେଡ ପ୍ଲାନ୍ ୪୪୪ ଓ ୫୫୫ ରିଚାର୍ଜ କଲେ ୪୪ ଓ ୫୫ ଟଙ୍କା ଛାଡ଼ ମିଳିବ। ଏଥିପାଇଁ ରିଚାର୍ଜ ବେଳେ SHUBH୪୪ (ପ୍ଲାନ୍ ୪୪୪) ଏବଂ SHUBH୫୦ (ପ୍ଲାନ୍ ୫୫୫) ରିଚାର୍ଜ ବେଳେ ପ୍ରୋମୋ କୋଡ ଦେବାକୁ ହେବ। ଏହି ଅଫର ୧୫ ଦିନ ପାଇଁ ଜିଓ ଘୋଷଣା କରିଛି। ଏହି ପ୍ଲାନର ସମସ୍ତ ସୁବିଧା ପୂର୍ବଭଳି ରଖିଛି ଜିଓ।

Related story