ମୁମ୍ବାଇ: ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ହ୍ରାସ କରିଛନ୍ତି । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ରଘୁରାମ ରାଜନ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ରେପୋ ରେଟକୁ ୫୦ ବେସିସ୍ ପଏଣ୍ଟ ହ୍ରାସ କରିଛନ୍ତି। ପୂର୍ବରୁ ରେପୋ ରେଟ୍ ୨୫ ପଏଣ୍ଟ ହ୍ରାସ ପାଇପାରେ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଥିଲେ। ଚଳିତ ବର୍ଷ ୪ର୍ଥ ଥର ଲାଗି ରେପୋ ରେଟ୍ ହ୍ରାସ ପାଇଛି। ଗତବର୍ଷ ୪ ବର୍ଷ ମଧ୍ୟରେ ଏହା ସବୁଠାରୁ ନିମ୍ନତମ ବୋଲି କୁହାଯାଉଛି। ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ ହ୍ରାସ ଦ୍ୱାରା ଆର୍ଥିକ କ୍ଷେତ୍ର ଉତ୍ସାହିତ ହେବେ ବୋଲି ଆଶା କରାଯାଉଛି। ବ୍ୟାଙ୍କଗୁଡିକ ମଧ୍ୟ ଋଣ ହାର ହ୍ରାସ କରିବେ ବୋଲି ଗଭର୍ଣ୍ଣର ରାଜନ୍ ଆଶା ପ୍ରକାଶ କରିଛନ୍ତି। ରେପୋ ରେଟ୍ କମିବା ଯୋଗୁଁ ଗୃହ ଓ ଅନ୍ୟ ଋଣ ନେଇଥିବା ଉପଭୋକ୍ତାଙ୍କୁ ଫ।ଇଦା ମିଳିବ।