ରେପୋ ରେଟରେ ୨୫ ବେସିସ ପଏଣ୍ଟ ହ୍ରାସ କଲେ ଆରବିଆଇ

ନୂଆଦିଲ୍ଲୀ: ଶେଷରେ ଅର୍ଥ ମନ୍ତ୍ରଣାଳୟ ଓ ବିଭିନ୍ନ ଉଦ୍ୟୋଗଗୁଡ଼ିକର ଦାବିକୁ ମାନି ନେଇଛନ୍ତି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)। ରେପୋ ରେଟକୁ ହ୍ରାସ କରିଛନ୍ତି। ମଙ୍ଗଳବାର ଆରବିଆଇ ରେପୋ ରେଟରେ ୨୫ ବେସିସ ପଏଣ୍ଟ ହ୍ରାସ କରିଛନ୍ତି। ଫଳରେ ରେପୋ ରେଟ୍ ୭.୨୫ ରେ ପହଞ୍ଚି ଯାଇଛି। ଏହାକୁ ମିଶାଇ ଚଳିତ ବର୍ଷ ଆରବିଆଇ ତିନି ଥର ରେପୋ ରେଟ୍ କମାଇ ସାରିଲେଣି। ଏହା ପୂର୍ବରୁ ଗତ ଜାନୁଆରୀ ଓ ମାର୍ଚ୍ଚ ମାସରେ ମଧ୍ୟ ଆରବିଆଇ […]

raghuramrajan

Rakesh Mallick
  • Published: Tuesday, 02 June 2015
  • , Updated: 02 June 2015, 08:29 AM IST

ନୂଆଦିଲ୍ଲୀ: ଶେଷରେ ଅର୍ଥ ମନ୍ତ୍ରଣାଳୟ ଓ ବିଭିନ୍ନ ଉଦ୍ୟୋଗଗୁଡ଼ିକର ଦାବିକୁ ମାନି ନେଇଛନ୍ତି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)। ରେପୋ ରେଟକୁ ହ୍ରାସ କରିଛନ୍ତି। ମଙ୍ଗଳବାର ଆରବିଆଇ ରେପୋ ରେଟରେ ୨୫ ବେସିସ ପଏଣ୍ଟ ହ୍ରାସ କରିଛନ୍ତି। ଫଳରେ ରେପୋ ରେଟ୍ ୭.୨୫ ରେ ପହଞ୍ଚି ଯାଇଛି। ଏହାକୁ ମିଶାଇ ଚଳିତ ବର୍ଷ ଆରବିଆଇ ତିନି ଥର ରେପୋ ରେଟ୍ କମାଇ ସାରିଲେଣି। ଏହା ପୂର୍ବରୁ ଗତ ଜାନୁଆରୀ ଓ ମାର୍ଚ୍ଚ ମାସରେ ମଧ୍ୟ ଆରବିଆଇ ରେପୋ ରେଟରେ ୨୫ ବେସିସ ପଏଣ୍ଟ ହ୍ରାସ କରିଥିଲେ।

ରେପୋ ରେଟ୍ ହ୍ରାସ କଥା ଘୋଷଣା କରି ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନ କହିଥିଲେ ଯେ ଏଥର ଆଶା ଠାରୁ ଅଧିକ ଭଲ ମୌସୁମୀ ବର୍ଷା ହେଲେ ରେପୋ ରେଟରେ ପୁଣି ଥରେ ହ୍ରାସ କରାଯିବା ନେଇ ସବୁ ପ୍ରକାର ସମ୍ଭାବନା ରହିଛି।

ଆଜି ପୁଣି ଥରେ ରେପୋ ରେଟ୍ ହ୍ରାସ କରାଯାଇଥିବା ଯୋଗୁ ଇଏମଆଇରେ କିଛି ହ୍ରାସ ହେବ ବୋଲି ଆଶା ସଞ୍ଚାର ହୋଇଛି। ଏପରି ହେଲେ ଗୃହ ଋଣ ଓ ଅଟୋ ଋଣ ସୁଧହାର କମି ଯିବ।

ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନ ରେପୋ ରେଟରେ ୨୫ ବେସିସ ପଏଣ୍ଟ ହ୍ରାସ କରିଥିଲେ ହେଁ କ୍ୟାସ୍ ରିଜର୍ଭ ରେସିଓ (ସିଆରଆର) ଓ ଷ୍ଟେଚ୍ୟୁଟରୀ ଲିକ୍ୟୁଡିଟି ରେସିଓ (ଏସଏଲଆର)ରେ କୌଣସି ପରିବର୍ତ୍ତନ କରି ନାହାନ୍ତି। ବ୍ୟାଙ୍କଗୁଡ଼ିକ ଉପରେ ଲାଗୁ ହୋଇଥିବା ସିଆରଆର ୪% ଓ ଏସଏଲଆର ୨୧.୫% ରେ ଅପରିବର୍ତ୍ତିତ ରହିଛି।

ଜାନୁଆରୀ ଓ ମାର୍ଚ୍ଚରେ ରେପୋ ରେଟ୍ ହ୍ରାସ କରାଯିବା ସତ୍ତ୍ୱେ ବ୍ୟାଙ୍କ ଗୁଡ଼ିକ ଏହାର ଫାଇଦା ଗ୍ରାହକମାନଙ୍କୁ ଦେଇ ନଥିଲେ। ଫଳରେ ଖୋଦ ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନ ଏହାକୁ ସମାଲୋଚନା କରିଥିଲେ। ତା’ପରେ ଏସବିଆଇ, ଏଚଡିଏଫସି, ଆଇସିଆଇସିଆଇ ଓ ଏକ୍ସିସ ବ୍ୟାଙ୍କ ଗୁଡ଼ିକ ଋଣ ସୁଧହାରକୁ ଶସ୍ତା କରିଥିଲେ। ଆଜି ମଧ୍ୟ ରେପୋ ରେଟ୍ ହ୍ରାସ ଘୋଷଣା କଲା ବେଳେ ରାଜନ ବ୍ୟାଙ୍କଗୁଡ଼ିକୁ ଋଣ ସୁଧହାର କମାଇବାକୁ ପରାମର୍ଶ ଦେଇଛନ୍ତି।

Related story