Advertisment

ପାର୍ବଣ ଋତୁ ପୂର୍ବରୁ ସାଧରଣ ଲୋକଙ୍କୁ ଝଟକା, ସେପ୍ଟେମ୍ୱରରେ ବଢ଼ିଛି ଖାଦ୍ୟ ସାମଗ୍ରୀର ଦାମ୍

ନୂଆଦିଲ୍ଲୀ: ଆଗକୁ ପାର୍ବଣ ଋତୁ ଆସୁଛି। ଏହା ପୂର୍ବରୁ ସାଧାରଣ ଲୋକଙ୍କୁ ଝଟକା ଲାଗିଛି। କାରଣ ଡାଲି ସମେତ ପନିପରିବା, ମାଂସ, ମାଛ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଛି। ସେପ୍ଟେମ୍ବରରେ ଖାଦ୍ୟ ପଦାର୍ଥ ମୂଲ୍ୟ ବୃଦ୍ଧି ସମ୍ ଖୁଚୁରା ମୁଦ୍ରାସ୍ଫୀତି ୭.୩୪ ପ୍ରତିଶତକୁ ବୃଦ୍ଧି ପାଇଛି। ଗ୍ରାହକ ମୂଲ୍ୟ ସୂଚକାଙ୍କ (ସିପିଆଇ) ଅନୁଯାୟୀ ମୁଦ୍ରାସ୍ଫୀତି ଅଗଷ୍ଟରେ ମୁଦ୍ରାସ୍ପୀତି ୬.୬୯ ପ୍ରତିଶତ ଥିଲା। ଏବେ ଏହା ୭.୩୪ ହୋଇଛି। ସେପ୍ଟେମ୍ବର ୨୦୧୯ରେ ଏହା ୩.୯୯ […]

ଅଦ୍ୟତନ ହୋଇଛି
ପାର୍ବଣ ଋତୁ ପୂର୍ବରୁ ସାଧରଣ ଲୋକଙ୍କୁ ଝଟକା, ସେପ୍ଟେମ୍ୱରରେ ବଢ଼ିଛି ଖାଦ୍ୟ ସାମଗ୍ରୀର ଦାମ୍

Fruits-and-Vegetables

Advertisment

ନୂଆଦିଲ୍ଲୀ: ଆଗକୁ ପାର୍ବଣ ଋତୁ ଆସୁଛି। ଏହା ପୂର୍ବରୁ ସାଧାରଣ ଲୋକଙ୍କୁ ଝଟକା ଲାଗିଛି। କାରଣ ଡାଲି ସମେତ ପନିପରିବା, ମାଂସ, ମାଛ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଛି। ସେପ୍ଟେମ୍ବରରେ ଖାଦ୍ୟ ପଦାର୍ଥ ମୂଲ୍ୟ ବୃଦ୍ଧି ସମ୍ ଖୁଚୁରା ମୁଦ୍ରାସ୍ଫୀତି ୭.୩୪ ପ୍ରତିଶତକୁ ବୃଦ୍ଧି ପାଇଛି। ଗ୍ରାହକ ମୂଲ୍ୟ ସୂଚକାଙ୍କ (ସିପିଆଇ) ଅନୁଯାୟୀ ମୁଦ୍ରାସ୍ଫୀତି ଅଗଷ୍ଟରେ ମୁଦ୍ରାସ୍ପୀତି ୬.୬୯ ପ୍ରତିଶତ ଥିଲା। ଏବେ ଏହା ୭.୩୪ ହୋଇଛି। ସେପ୍ଟେମ୍ବର ୨୦୧୯ରେ ଏହା ୩.୯୯ ପ୍ରତିଶତ ଥିଲା।

Advertisment

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ଦ୍ୱାରା ସୋମବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଖାଦ୍ୟ ସାମଗ୍ରୀର ମୁଦ୍ରାସ୍ଫୀତି ସେପ୍ଟେମ୍ବରରେ ୧୦.୬୮ ପ୍ରତିଶତ ଥିଲା, ଅଗଷ୍ଟରେ ଏହା ୯.୦୫ ପ୍ରତିଶତ ଥିଲା। ଖୁଚୁରା ଦରକୁ ସାଧାରଣତଃ ବିଚାର କରି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୁଦ୍ରାସ୍ଫୀତିକୁ ହାର ସ୍ଥିର କରିଥାଏ।  ଜାନୁଆରୀ ୨୦୨୦ ଠାରୁ ଏହା ହେଉଛି ସର୍ବୋଚ୍ଚ ମୁଦ୍ରାସ୍ଫୀତି। ତଥ୍ୟ ଅନୁଯାୟୀ ଖାଦ୍ୟ ସାମଗ୍ରୀର ମୂଲ୍ୟ ଏକ ବଡ଼ ଧରଣର ବୃଦ୍ଧି ପାଇଛି। ପରିସଂଖ୍ୟାନରୁ ଜଣାପଡିଛି ଯେ ଖାଦ୍ୟ ମୁଦ୍ରାସ୍ଫୀତି ହାର ସେପ୍ଟେମ୍ବରରେ ୧୦.୬୮ ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ଅଗଷ୍ଟ ମାସରେ ଏହା ୯.୦୫ ରେ ଥିଲା।

ସୂଚନାଯୋଗ୍ୟ, ଅକ୍ଟୋବର ୯ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ବିବୃତ୍ତି ଜରିଆରେ ଦର୍ଶାଇଛି ଯେ ସେପ୍ଟେମ୍ବରରେ ଖାଦ୍ୟ ସାମଗ୍ରୀର ଦରଦାମ ବୃଦ୍ଧି ହେବାରୁ ମୁଦ୍ରାସ୍ଫୀତି ବୃଦ୍ଧି ହୋଇଛି। ଆର୍ଥିକ ବର୍ଷର ତୃତୀୟ (ଅକ୍ଟୋବରରୁ ଡିସେମ୍ବର) ଏବଂ ଚତୁର୍ଥ ତ୍ରୟମାସରେ (ଜାନୁଆରୀରୁ ମାର୍ଚ୍ଚ ୨୦୨୧) ମଧ୍ୟରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe