ନୂଆଦିଲ୍ଲୀ : ଦେଶର ସାଧାରଣ ଲୋକଙ୍କ ଉପରେ ପୁଣି ପଡିଛି ମହଙ୍ଗା ଛାଟ। ସୋମବାର ଠାରୁ ବଢ଼ିଯାଇଛି ଏଲପିଜି ଦର । ସିଲିଣ୍ଡର ପିଛା ଦର ୧୦ ଟଙ୍କା ୫୦ପଇସା ବଢ଼ିଛି । ଏହା ହେଉଛି ଆଜିଠାରୁ ଲାଗୁ ହୋଇଥିବା ବର୍ଦ୍ଧିତ ସେବାକରର ପରିଣାମ। ସେବାକରକୁ ସରକାର ୧୨.୩୬%ରୁ ୧୪%କୁ ବଢ଼ାଇ ଦେଇଛନ୍ତି। ଆଗକୁ ସରକାର ଜିଏସିଟି ଲାଗୁ କରିବାକୁ ଯାଉଥିବାରୁ ତା ପୂର୍ବରୁ ସେବାକରକୁ ଧୀରେ ଧୀରେ ବଢ଼ାଇବାକୁ ଚାହୁଁଛନ୍ତି । ଏହି ବର୍ଦ୍ଧିତ ସେବାକରକୁ ନେଇ ସାଧାରଣ ଲୋକେ କ୍ଷୁବ୍ଧ ହୋଇଥିବାବେଳେ ଅର୍ଥନୈତିକ ମାନେ କିନ୍ତୁ କହୁଛନ୍ତି ଲମ୍ୱା ସମୟରେ ଏହା ବେଶ ଲାଭଦାୟକ ହେବ।