'ବିମୁଦ୍ରାକରଣ ପରେ ସମବାୟ ବ୍ୟାଙ୍କର କାରବାର କ୍ଷତିଗ୍ରସ୍ତ ହୋଇଛି'

ଭୁବନେଶ୍ୱର: ବିମୁଦ୍ରାକରଣ ପରେ ସମବାୟ ବ୍ୟାଙ୍କର କାରବାର କ୍ଷତିଗ୍ରସ୍ତ ହୋଇଛି ବୋଲି ଆଜି ବିଧାନସଭାରେ ସମବାୟ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି। କଂଗ୍ରେସ ବିଧାୟକ ଚିରଞ୍ଜିବୀ ବିଶ୍ୱାଳଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ସମବାୟ ମନ୍ତ୍ରୀ କହିଥିଲେ,“ବିମୁଦ୍ରାକରଣ ପରେ ଦେଶର ସମବାୟ ବ୍ୟାଙ୍କଗୁଡ଼ିକ କୌଣସି କାରବାର କରି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଗଲା। ଫଳରେ ସାରା ଦେଶ ଭଳି ଆମ ରାଜ୍ୟରେ ଯେତେ ସମବାୟ ସମିତିର ଟଙ୍କା ନେଣଦେଣ ହେଉଥିଲା ତାହା ବନ୍ଦ ହୋଇଗଲା। ଯେଉଁମାନେ […]

dama

dama

Rakesh Mallick
  • Published: Wednesday, 07 December 2016
  • Updated: 07 December 2016, 02:02 PM IST

Sports

Latest News

damaଭୁବନେଶ୍ୱର: ବିମୁଦ୍ରାକରଣ ପରେ ସମବାୟ ବ୍ୟାଙ୍କର କାରବାର କ୍ଷତିଗ୍ରସ୍ତ ହୋଇଛି ବୋଲି ଆଜି ବିଧାନସଭାରେ ସମବାୟ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି।

କଂଗ୍ରେସ ବିଧାୟକ ଚିରଞ୍ଜିବୀ ବିଶ୍ୱାଳଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ସମବାୟ ମନ୍ତ୍ରୀ କହିଥିଲେ,“ବିମୁଦ୍ରାକରଣ ପରେ ଦେଶର ସମବାୟ ବ୍ୟାଙ୍କଗୁଡ଼ିକ କୌଣସି କାରବାର କରି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଗଲା। ଫଳରେ ସାରା ଦେଶ ଭଳି ଆମ ରାଜ୍ୟରେ ଯେତେ ସମବାୟ ସମିତିର ଟଙ୍କା ନେଣଦେଣ ହେଉଥିଲା ତାହା ବନ୍ଦ ହୋଇଗଲା। ଯେଉଁମାନେ ସମବାୟ ବ୍ୟାଙ୍କରେ ଟଙ୍କା ଜମା ରଖୁଥିଲେ ସେମାନେ ମଧ୍ୟ ଟଙ୍କ ଉଠାଇ ପାରିଲେ ନାହିଁ। ତେଣୁ ଘୋର ଅବ୍ୟବସ୍ଥା ସୃଷ୍ଟି ହେଲା। ସେଥିପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ରିଜର୍ଭ ବ୍ୟାଙ୍କକୁ ମଧ୍ୟ ଅନୁରୋଧ କରାଗଲା।

ସେ କହିଥିଲେ,“ଏବେ ରିଜର୍ଭ ବ୍ୟାଙ୍କ ସମବାୟ ବ୍ୟାଙ୍କର କାରବାରରେ କିଛି ପରିମାଣରେ ରିହାତି ବ୍ୟବସ୍ଥା କରିଛନ୍ତି। ତେବେ ଏହା ସତ୍ତ୍ୱେ ସମବାୟ ବ୍ୟାଙ୍କଗୁଡ଼ିକର ଯେତିକି ଟଙ୍କା ଦରକାର ସେତିକି ଟଙ୍କା ପହଞ୍ଚି ପାରୁ ନାହିଁ। ବିମୁଦ୍ରାକରଣ ପରେ ପରେ ସମବାୟ ବ୍ୟାଙ୍କ ଗୁଡ଼ିକ ସଂପୂର୍ଣ୍ଣ ଅଚଳ ହୋଇଯାଇଥିବା ବେଳେ ଏବେ ସେଥିରେ କିଛି ପରିମାଣରେ ସୁଧାର ଆସିଲାଣି।”

ସମବାୟ ମନ୍ତ୍ରୀ କହିଥିଲେ,“ସମବାୟ ବ୍ୟାଙ୍କଗୁଡ଼ିକରେ ନେଣଦେଣରେ ଘୋର ସମସ୍ୟା ସୃଷ୍ଟି ହୋଇଛି। ବିଶେଷ କରି ଚାଷୀମାନେ ହଇରାଣ ହେଉଛନ୍ତି। ଯେଉଁ ଚାଷୀମାନଙ୍କୁ ଋଣ ମଞ୍ଜୁର କରାଯାଇଛି ଯଥେଷ୍ଟ ପରିମାଣରେ ନଗଦ ଅର୍ଥ ନ ଥିବାରୁ ସେମାନଙ୍କୁ ଋଣ ଅର୍ଥ ଦିଆଯାଇ ପାରୁ ନାହିଁ। ଅନ୍ୟପକ୍ଷରେ କଟକଣା ଯୋଗୁଁ ସମବାୟ ବ୍ୟାଙ୍କ ଗୁଡ଼ିକରେ ଟଙ୍କା ଜମା ରଖିଥିବା ଚାଷୀମାନେ ଟଙ୍କା ଉଠାଇ ପାରୁନାହାନ୍ତି। ଏ ଅବସ୍ଥାକୁ ସୁଧାରିବା ପାଇଁ ଆପ୍ରାଣ ଚେଷ୍ଟା କରାଯାଉଛି। ”

ସମବାୟ ବ୍ୟାଙ୍କ ସଂପର୍କରେ ସୂଚନା ଦେଇ ଦାମୋଦର କହିଛନ୍ତି ଯେ ମୋଟ ୪୩୪୫ ସମବାୟ ବ୍ୟାଙ୍କ ମଧ୍ୟରୁ ୨୦୭୬ ବ୍ୟାଙ୍କ କ୍ଷତିରେ ଚାଲୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story