ଆଜିଠୁ ଆରମ୍ଭ ହେଉଛି ସ୍ୟାମସଙ୍ଗ Galaxy A80ର ସେଲ୍

ମୁମ୍ବାଇ:ସ୍ୟାମସଙ୍ଗର ଲେଟେଷ୍ଟ ମଡେଲ୍‌ Galaxy A80 ଆଜିଠୁ ଭାରତୀୟ ବଜାରରେ ଉପଲବ୍ଧ ହେବ। ଗତମାସରେ ଏହି ଫୋନ୍‌ଟିକୁ ଭାରତରେ ଲଞ୍ଚ୍ କରାଯାଇଥିଲା। ପରେ ପରେ ଏହାର ପ୍ରି-ଅର୍ଡର ମଧ୍ୟ ଆରମ୍ଭ ହୋଇଯାଇଥିଲା, ଯାହା ୩୧ଜୁଲାଇରେ ଶେଷ ହୋଇସାରିଛି। ତେବେ କମ୍ପାନୀ ଆଜିଠୁ ନିଜର ଅଫିସିଆଲ ୱେବ୍‌ସାଇଟ୍‌, ଅନ୍‌ଲାଇନ୍‌ ଷ୍ଟୋର୍ସ ଓ କିଛି ଅଫଲାଇନ୍‌ ଷ୍ଟୋର୍ସରେ ଏହାର ବିକ୍ରି ଆରମ୍ଭ କରିଦେଇଛି।  ଏହି ଫୋନ୍‌ଟି କମ୍ପାନୀର A ସିରିଜ୍‌ର ଟପ୍‌-ଏଣ୍ଡ ସ୍ମାର୍ଟଫୋନ୍‌। A80ର ବିଶେଷତ୍ୱ ହେଉଛି ଏହାର ରୋଟେଚିଂ […]

phone

Chinmayee Roy
  • Published: Thursday, 01 August 2019
  • , Updated: 01 August 2019, 03:22 PM IST

ମୁମ୍ବାଇ:ସ୍ୟାମସଙ୍ଗର ଲେଟେଷ୍ଟ ମଡେଲ୍‌ Galaxy A80 ଆଜିଠୁ ଭାରତୀୟ ବଜାରରେ ଉପଲବ୍ଧ ହେବ। ଗତମାସରେ ଏହି ଫୋନ୍‌ଟିକୁ ଭାରତରେ ଲଞ୍ଚ୍ କରାଯାଇଥିଲା। ପରେ ପରେ ଏହାର ପ୍ରି-ଅର୍ଡର ମଧ୍ୟ ଆରମ୍ଭ ହୋଇଯାଇଥିଲା, ଯାହା ୩୧ଜୁଲାଇରେ ଶେଷ ହୋଇସାରିଛି। ତେବେ କମ୍ପାନୀ ଆଜିଠୁ ନିଜର ଅଫିସିଆଲ ୱେବ୍‌ସାଇଟ୍‌, ଅନ୍‌ଲାଇନ୍‌ ଷ୍ଟୋର୍ସ ଓ କିଛି ଅଫଲାଇନ୍‌ ଷ୍ଟୋର୍ସରେ ଏହାର ବିକ୍ରି ଆରମ୍ଭ କରିଦେଇଛି।  ଏହି ଫୋନ୍‌ଟି କମ୍ପାନୀର A ସିରିଜ୍‌ର ଟପ୍‌-ଏଣ୍ଡ ସ୍ମାର୍ଟଫୋନ୍‌। A80ର ବିଶେଷତ୍ୱ ହେଉଛି ଏହାର ରୋଟେଚିଂ କ୍ୟାମେରା ସେଟ୍‌ଅପ୍‌।

ସ୍ୟାମସଙ୍ଗ Galaxy A80ର ମୂଲ୍ୟ ଭାରତରେ ୪୭ ହଜାର ୯୯୦ ଟଙ୍କା ରଖାଯାଇଛି ଯାହାର ରାମ୍ ୮ଜିବି ଓ ଇଣ୍ଟରନାଲ ଷ୍ଟୋରେଜ୍‌ ୧୨୮ ଜିବି ରହିଛି। ଏଥିରେ ୬.୭ ଫୁଲ୍‌ HD+ (1080x2400 ପିକ୍ସେଲ୍) ସୁପର୍ ଆମୋଲେଡ୍ ‘ନ୍ୟୁ ଇନ୍‌ଫିନିଟି ଡିସ୍‌ପ୍ଲେ’ ଦିଆଯାଇଛି। ଏଥିସହ ଇନ୍‌ ଡିସ୍‌ପ୍ଲେ ଫିଙ୍ଗର ପ୍ରିଣ୍ଟ ସେନ୍‌ସର ମଧ୍ୟ ରହିଛି।  ଫଟୋଗ୍ରାଫି ପାଇଁ ଏଥିରେ ରୋଟେଟିଂ କ୍ୟାମେରା ରହିଛି ଯେଉଁଥିରେ ୪୮ ମେଗାପିକ୍ସେଲର ପ୍ରାଇମେରି ଓ ୮ ମେଗାପିକ୍ସେଲର ସେକେଣ୍ଡାରି କ୍ୟାମେରା ଓ IR ସେନ୍‌ସର ସହ ଏକ 3D ଡେପ୍‌ଥ କ୍ୟାମେରା ରହିଛି। ସବୁଠୁ ମଜାଦାର କଥା ହେଉଛି ଏହା ରୋଟେଟ୍‌ ହେଇପାରୁଥିବାରୁ ଆପଣ ଏହାକୁ ସେଲ୍‌ଫି ପାଇଁ ମଧ୍ୟ ବ୍ୟବହାର କରିପାରିବେ। ଏଥିସହ ଏହି ସ୍ମାର୍ଟଫୋନ୍‌ରେ 3,700mAhର ବ୍ୟାଟେରୀ ସହ 25Wର ଫାଷ୍ଟ ଚାର୍ଜିଂ ସପୋର୍ଟ ବି ମିଳିବ।

ଏହି ସ୍ମାର୍ଟଫୋନ୍‌ଟି ଏଞ୍ଜଲ୍ ଗୋଲ୍ଡ, ଗୋଲ୍ଡ ହ୍ୱାଇଟ୍ ଓ ଫ୍ୟାଣ୍ଟମ ବ୍ଲାକ୍‌ କଲର୍‌ ଅପଶନ୍‌ରେ ଉପଲବ୍ଧ। ଫୋନ୍‌ଟି ଗ୍ରାହକଙ୍କୁ ଆମାଜନ୍‌ ଇଣ୍ଡିଆ, ଫ୍ଲିପକାର୍ଟ ଓ ସ୍ୟାମସଙ୍ଗ ଇଣ୍ଡିଆର ଫିସିଆଲ ୱେବସାଇଟ୍‌ ଜରିଆରେ ମିଳିବ।

 

Related story