ସଂଜୀବ ମହାନ୍ତି ଜାବୋଙ୍ଗର ନୂଆ ସିଇଓ

ନୂଆଦିଲ୍ଲୀ: ଫ୍ୟାସନ୍ ପୋର୍ଟାଲ୍ ଜାବୋଙ୍ଗର ସିଇଓ ଭାବେ ନିଯୁକ୍ତି ପାଇଛନ୍ତି ଫ୍ୟାସନ ଜଗତରେ ଜଣାଶୁଣା ଓଡ଼ିଆ ସଂଜୀବ ମହାନ୍ତି। ସେ ଚଳିତ ବର୍ଷ ଡିସେମ୍ବର ମାସରୁ ବିଧିବଦ୍ଧ ଭାବେ ଏହି ଦାୟିତ୍ୱ ଗ୍ରହଣ କରିବେ। ସେ ଉଭୟ ସିଇଓ ଓ ପରିଚାଳନା ନିର୍ଦ୍ଦେଶକ (ଏମଡି) ପଦବୀରେ ରହିବେ ବୋଲି କଂପାନୀ ପକ୍ଷରୁ କୁହାଯାଇଛି। ଜାବୋଙ୍ଗର ପ୍ୟାରେଣ୍ଟ୍ କଂପାନୀ ଗ୍ଲୋବାଲ୍ ଫ୍ୟାସନ୍ ଗ୍ରୁପ୍ (ଜିଏଫଜି)ର ମୁଖ୍ୟ କାର୍ଯ୍ୟନିର୍ବାହୀ ରୋମେନ୍ ଭୁଗ୍ କହିଛନ୍ତି ଯେ ଫ୍ୟାସନ୍ ଓ ଭାରତୀୟ ଗ୍ରାହକଙ୍କ […]

SanjeevMohanty

Rakesh Mallick
  • Published: Saturday, 31 October 2015
  • , Updated: 31 October 2015, 01:20 PM IST

ନୂଆଦିଲ୍ଲୀ: ଫ୍ୟାସନ୍ ପୋର୍ଟାଲ୍ ଜାବୋଙ୍ଗର ସିଇଓ ଭାବେ ନିଯୁକ୍ତି ପାଇଛନ୍ତି ଫ୍ୟାସନ ଜଗତରେ ଜଣାଶୁଣା ଓଡ଼ିଆ ସଂଜୀବ ମହାନ୍ତି। ସେ ଚଳିତ ବର୍ଷ ଡିସେମ୍ବର ମାସରୁ ବିଧିବଦ୍ଧ ଭାବେ ଏହି ଦାୟିତ୍ୱ ଗ୍ରହଣ କରିବେ। ସେ ଉଭୟ ସିଇଓ ଓ ପରିଚାଳନା ନିର୍ଦ୍ଦେଶକ (ଏମଡି) ପଦବୀରେ ରହିବେ ବୋଲି କଂପାନୀ ପକ୍ଷରୁ କୁହାଯାଇଛି।

ଜାବୋଙ୍ଗର ପ୍ୟାରେଣ୍ଟ୍ କଂପାନୀ ଗ୍ଲୋବାଲ୍ ଫ୍ୟାସନ୍ ଗ୍ରୁପ୍ (ଜିଏଫଜି)ର ମୁଖ୍ୟ କାର୍ଯ୍ୟନିର୍ବାହୀ ରୋମେନ୍ ଭୁଗ୍ କହିଛନ୍ତି ଯେ ଫ୍ୟାସନ୍ ଓ ଭାରତୀୟ ଗ୍ରାହକଙ୍କ ସଂପର୍କରେ ସଂଜୀବଙ୍କର ଗଭୀର ଜ୍ଞାନ ରହିଛି। ତା’ସହିତ ଜିଏଫଜିର ଏହାର ଅଂଶୀଦାରଙ୍କ ପ୍ରତି ରହିଥିବା ପ୍ରତିବଦ୍ଧତା ପ୍ରତି ମଧ୍ୟ ସେ ପୂରା ପ୍ରତିଶ୍ରୁତିବଦ୍ଧ। ଭାରତେ ଜାବୋଙ୍ଗର ସ୍ଥିତିକୁ ଆହୁରି ଦୃଢ଼ କରିବାରେ ସଂଜୀବ ନିଶ୍ଚିତ ସହାୟକ ହେବେ।

Related story