ସଂସଦ ଅଧିବେଶନ ସରିବାକୁ ଆଉ ୩ଦିନ ବାକି: ଜିଏସଟି ବିଲ୍ ପାରିତ ହେବାକୁ ନେଇ ଅର୍ଥମନ୍ତ୍ରୀଙ୍କ ଆଶଙ୍କା

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନରେ ଜିଏସଟି ବିଲ୍ ପାରିତ ହେବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ। ଅନ୍ୟ କିଛି କାରଣ ପାଇଁ ଏହି ବିଲ୍ ପାରିତ କରାଇବାରେ ବିଳମ୍ବ କରାଯାଉଛି। ଫିକ୍କିର ୮୮ତମ ବୈଠକକୁ ସମ୍ୱୋଧିତ କରିବା ବେଳେ ଅର୍ଥମନ୍ତ୍ରୀ ଏହା କହିଥିଲେ। ଜେଟଲୀ କୌଣସି ଦଳର ନାଁ ନ ନେଇ କହିଛନ୍ତି, ଆମେ ଏହି ବିଲ୍ ପାରିତ କରିପାରି ନାହୁଁ ମାନେ ଆଉ କାହାରିଙ୍କୁ ଏହା କରାଇବାକୁ ଦେବୁ ନାହିଁ ଭାବି […]

arun

Rakesh Mallick
  • Published: Saturday, 19 December 2015
  • , Updated: 19 December 2015, 10:31 AM IST

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନରେ ଜିଏସଟି ବିଲ୍ ପାରିତ ହେବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ। ଅନ୍ୟ କିଛି କାରଣ ପାଇଁ ଏହି ବିଲ୍ ପାରିତ କରାଇବାରେ ବିଳମ୍ବ କରାଯାଉଛି। ଫିକ୍କିର ୮୮ତମ ବୈଠକକୁ ସମ୍ୱୋଧିତ କରିବା ବେଳେ ଅର୍ଥମନ୍ତ୍ରୀ ଏହା କହିଥିଲେ। ଜେଟଲୀ କୌଣସି ଦଳର ନାଁ ନ ନେଇ କହିଛନ୍ତି, ଆମେ ଏହି ବିଲ୍ ପାରିତ କରିପାରି ନାହୁଁ ମାନେ ଆଉ କାହାରିଙ୍କୁ ଏହା କରାଇବାକୁ ଦେବୁ ନାହିଁ ଭାବି ଏହାକୁ ଜାଣିଶୁଣି ବିଳମ୍ବ କରାଯାଉଛି।

ଶୀତ ଅଧିବେଶନ ଆସନ୍ତା ବୁଧବାର ଶେଷ ହେଉଛି। ଏହି ୩ଦିନ ମଧ୍ୟରେ ରାଜ୍ୟସଭାରେ ସୁଧାର ସମ୍ପର୍କିତ ବିଲ୍ ଆଗତ କରାଯିବ। ଏହାସହ ସଂସଦରେ ମଧ୍ୟସ୍ଥତା ଓ ଆପୋସୀ ସହମତି ଅଧିନିୟମ ସଂଶୋଧନ ବିଧେୟକ ଅଣାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ସେ କହିଛନ୍ତି।

Related story