ସାତଦିନ ମଧ୍ୟରେ ବିଦେଶୀ ପାଣ୍ଠି ସମ୍ପର୍କିତ ସୂଚନା ଦେବେ ଏନଜିଓ

ନୂଆଦିଲ୍ଲୀ: ଏଣିକି ବିଦେଶୀ ପାଣ୍ଠି ଗ୍ରହଣ କରୁଥିବା ଏନଜିଓ ଗୁଡିକୁ ସପ୍ତାହକ ମଧ୍ୟରେ ଏସମ୍ପର୍କରେ ସେମାନଙ୍କ ନିଜସ୍ୱ ୱେବସାଇଟରେ ସବିଶେଷ ତଥ୍ୟ ଉଲ୍ଲେଖ କରିବାକୁ ପଡିବ। ସେହିଭଳି ଏନଜିଓ ଗୁଡିକ ଗ୍ରହଣ କରୁଥିବା ବିଦେଶୀ ପାଣ୍ଠି ସମ୍ପର୍କରେ ବ୍ୟାଙ୍କ ଗୁଡିକ ୪୮ ଘଣ୍ଟା ମଧ୍ୟରେ ସରକାରଙ୍କୁ ଅବଗତ କରାଇବେ। ଏନଜିଓ ଗୁଡିକ ଗ୍ରହଣ କରୁଥିବା ବିଦେଶୀ ପାଣ୍ଠି ନିୟମରେ ଏମିତି ପରିବର୍ତ୍ତନ କରିବାରକୁ ପ୍ରସ୍ତାବ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ଏନଜିଓ ମାନଙ୍କର ମନମାନି ଖତମ୍ କରିବାକୁ […]

ngo india

Rakesh Mallick
  • Published: Thursday, 18 June 2015
  • , Updated: 18 June 2015, 03:38 PM IST

ନୂଆଦିଲ୍ଲୀ: ଏଣିକି ବିଦେଶୀ ପାଣ୍ଠି ଗ୍ରହଣ କରୁଥିବା ଏନଜିଓ ଗୁଡିକୁ ସପ୍ତାହକ ମଧ୍ୟରେ ଏସମ୍ପର୍କରେ ସେମାନଙ୍କ ନିଜସ୍ୱ ୱେବସାଇଟରେ ସବିଶେଷ ତଥ୍ୟ ଉଲ୍ଲେଖ କରିବାକୁ ପଡିବ। ସେହିଭଳି ଏନଜିଓ ଗୁଡିକ ଗ୍ରହଣ କରୁଥିବା ବିଦେଶୀ ପାଣ୍ଠି ସମ୍ପର୍କରେ ବ୍ୟାଙ୍କ ଗୁଡିକ ୪୮ ଘଣ୍ଟା ମଧ୍ୟରେ ସରକାରଙ୍କୁ ଅବଗତ କରାଇବେ।

ଏନଜିଓ ଗୁଡିକ ଗ୍ରହଣ କରୁଥିବା ବିଦେଶୀ ପାଣ୍ଠି ନିୟମରେ ଏମିତି ପରିବର୍ତ୍ତନ କରିବାରକୁ ପ୍ରସ୍ତାବ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ଏନଜିଓ ମାନଙ୍କର ମନମାନି ଖତମ୍ କରିବାକୁ କେନ୍ଦ୍ରସରକାର ଏଭଳି କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ବିଚାର କରୁଛନ୍ତି।

ପୂର୍ବରୁ ନିୟମ ରହିଥିଲା ଯେ କୌଣସି ଏନଜିଓ ବିଦେଶୀରୁ ୧ କୋଟିରୁ ଅଧିକ ପାଣ୍ଠି ଗ୍ରହଣ କରୁଥିଲେ ତାହାକୁ ସର୍ବସାଧାରଣକୁ ଗୋଚର କରାଇବେ। ତାହା ପୁଣି ପ୍ରତି ଆର୍ଥିକ ବର୍ଷର ଶେଷରେ। ସେହିପରି ବ୍ୟାଙ୍କଗୁଡିକୁ କୁହାଯାଇଥିଲା ଯେ, କୌଣସି ଏନଜିଓ ୧ କୋଟିରୁ ଅଧିକ ବିଦେଶୀ ପାଣ୍ଠି ଗ୍ରହଣ କରୁଥିଲେ ସେମାନେ ୩୦ ଦିନ ମଧ୍ୟରେ ଏସମ୍ପର୍କରେ ସରକାରଙ୍କୁ ଅବଗତ କରାଇବେ।

ଏନଜିଓଙ୍କ ପାଇଁ ନିୟମ ଗୁଡିକରେ ଆଉ ଏକ ପରିବର୍ତ୍ତନ ଆଣିବାକୁ ପ୍ରସ୍ତାବ ରହିଛି। ଏହି ପ୍ରସ୍ତାବ ଅନୁଯାୟୀ ପଞ୍ଜୀକରଣ ପାଇଁ ଏନିଜିଓ ଗୁଡିକୁ ଅନଲାଇନ କରିବାକୁ ପଡିବ। ସେହିପରି ଲାଇସେନ୍ସ ନବୀକରଣ ପାଇଁ ମଧ୍ୟ ସେମାନଙ୍କୁ ଅନଲାଇନରେ ଆବେଦନ କରିବାକୁ ପଡିବ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଏଣିକି ଏନଜିଓଗୁଡିକୁ ସେମାନଙ୍କ ଦ୍ୱାରା ପରିଚାଳିତ ସୋସିଆଲ ମିଡିଆ ଗୁଡିକ ସମ୍ପର୍କରେ ମଧ୍ୟ ସରକାରଙ୍କୁ ସୂଚନା ଦେବାକୁ ପଡିବ।

ସୂଚନାଯୋଗ୍ୟ, ବିଦେଶୀ ପାଣ୍ଠି ଗ୍ରହଣ କରିବା ନେଇ ରହିଥିବା ନିୟମକୁ ଉଲ୍ଲଙ୍ଘନ ତଥା ଆଉ କିଛି ଅନିୟମିତତା କାରଣରୁ ସରକାର ଇତିମଧ୍ୟରେ ପ୍ରାୟ ୧୨ହଜାର ଏନଜିଓଙ୍କ ଲାଇସେନ୍ସ ରଦ୍ଦ କରିଛନ୍ତି।

Related story