ଭୁବନେଶ୍ୱର: ଗତକାଲିଠାରୁ ସେୟାର ମାର୍କେଟର କମ୍ପନ ପରେ ଆଜି ମଧ୍ୟ ଉତଥାନ ପତ୍ତନ ଜାରି ରହିଛି। ଆଜି ସକାଳେ କାରବାର ଆରମ୍ଭରୁ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲା। ମୁମ୍ୱାଇ ଷ୍ଟକ ସୂଚାକଙ୍କ ସେନସେକ୍ସ ମଙ୍ଗଳବାର ୩୮୦ ପଏଣ୍ଟ ବଢିଥିଲା। ହେଲେ ପରେ ଏହା ପ୍ରାୟ ୪୦୦ ପଏଣ୍ଟ ହ୍ରାସ ପାଇଥିଲା। ତେବେ ପରେ ଅପରାହ୍ନରେ ପୁଣି ସ୍ଥିତିରେ ସୁଧାର ଆସିଛି। ସେହିପରି ନିଫଟି ମଧ୍ୟ ୧୧୬ ପଏଣ୍ଟ ବୃଦ୍ଧି ପାଇଥିଲା। କିନ୍ତୁ ପରେ ଏହା ୧୩୦ ପଏଣ୍ଟ ଖସି ଯାଇଥିଲା। ଚୀନ ଅର୍ଥନୀତିରେ ମାନ୍ଦାବସ୍ଥା ଯୋଗୁଁ ଏହି ପ୍ରଭାବ ଦେଖିବାକୁ ମିଳିଥିଲା।