SBI
ନୂଆଦିଲ୍ଲୀ: ଦେଶରେ ଅନ୍ ଲାଇନ୍ ଠକେଇ ଏବେ ଚରମ ସୀମାରେ ପହଞ୍ଚିଛି। ବିଭିନ୍ନ ଲୋଭନୀୟ ଅଫର ସହିତ ମୋବାଇଲକୁ ଆସୁଛି ଭଳିକି ଭଳିକି ମେସେଜ। ମୁଖ୍ୟତଃ ଉପହାର, ହଜାର ହଜାର ଟଙ୍କାର କ୍ୟାସବ୍ୟାକ ଅଫର ଏହି ସବୁ ମେସେଜରେ ରହିଛି। ଯଦି କିଛି ନଦେଖି ଏହି ସବୁ ଲୋଭନୀୟ ଅଫରର ଶିକାର ହୋଇ ଲିଙ୍କ୍ ଉପରେ କ୍ଲିକ୍ କରିବେ ତାହେଲେ ଆକାଉଣ୍ଟ ଖାଲି ହୋଇଯିବାର ସମ୍ଭାବନା ରହିଛି। ଏବେ ଏହିପରି ହଜାର ହଜାର ଲୋକ ଠକେଇର ଶିକାର ହେଉଛନ୍ତି। ଏହାକୁ ନଜରରେ ରଖି ଏସବିଆଇ ବ୍ୟାଙ୍କ ନିଜର ୪୦ କୋଟି ଗ୍ରାହକଙ୍କୁ ସତର୍କ ରହିବା ପାଇଁ ମେସେଜ୍ ପଠାଉଛି। ଏଥିସହ ମେସେଜରେ ଆସୁଥିବା ଲିଙ୍କ୍ ଉପରେ ହଠାତ୍ କ୍ଲିକ୍ ନକରିବା ନେଇ ଗ୍ରାହକଙ୍କୁ ମେସେଜ୍ ପଠାଉଛି ଏସବିଆଇ।
ଏସବିଆଇ ଯେଉଁ ମେସେଜ ପଠାଇଛି ସେଥିରେ ଓଟିପି ପିନ୍, ଏଟିଏମ୍ ପଛରେ ଲେଖାହୋଇଥିବା ସିଭିଭି ନମ୍ୱର ବାବଦରେ ବ୍ୟାଙ୍କ କେବେ ପଚାରେ ନାହିଁ ବୋଲି କୁହାଯାଇଛି। ଏବେ ଏହି ସବୁ ନମ୍ୱର ଜାଣିବା ପାଇଁ ଫୋନ୍ କଲ୍ ଆସୁଛି ହେଲେ ଏହି କଲ୍ ଏସବିଆଇ ବ୍ୟାଙ୍କ୍ ତରଫରୁ ଆସେ ନାହିଁ ବୋଲି ବ୍ୟାଙ୍କ ମେସେଜ ଜରିଆରେ କହିଛି।
କିଭଳି ଅନ୍ ଲାଇନ ଠକେଇରୁ ବର୍ତ୍ତିବେ
- କେବେ କାହାରିକୁ ବ୍ୟକ୍ତିଗତ ତଥ୍ୟ ଦିଅନ୍ତୁ ନାହିଁ
- ଡେବିଟ୍ କିମ୍ୱା କ୍ରେଡିଟ୍ କାର୍ଡ଼ର ତଥ୍ୟ ଦିଅନ୍ତୁ ନାହିଁ
- ଏଟିଏମରୁ ପଇସା ଉଠାଇବା ବେଳେ ଯଦି କେହି ପଛରେ ଛିଡ଼ା ହୋଇଛନ୍ତି ତାହେଲେ ସାବଧାନତାର ସହିତ ପାସଓ୍ୱାର୍ଡ ମାରନ୍ତୁ
- ନିଜ କାର୍ଡ଼ ଉପରେ କେବେ ପିନ୍ ଲେଖନ୍ତୁ ନାହିଁ
- ଜନ୍ମଦିନ ତାରିଖ, ମୋବାଇଲ୍ ନମ୍ୱରକୁ ପାସଓ୍ୱାର୍ଡ ଭାବରେ ବ୍ୟବହାର କରନ୍ତୁ ନାହିଁ
- ପ୍ରତି ତିନି ମାସରେ ପାସଓ୍ୱାର୍ଡ ପରିବର୍ତ୍ତନ କରନ୍ତୁ
- ଲୋଭନୀୟ ମେସେଜ କ୍ଲିକ୍ କରିବା ପୂର୍ବରୁ ଭଲ ଭାବରେ ଯାଞ୍ଚ କରନ୍ତୁ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/06/SBI-1.jpg)