ମୁମ୍ବାଇ:ଚୀନ ବଜାରରେ ମାନ୍ଦାବସ୍ଥାର ପ୍ରଭାବରୁ ସେନସେକ୍ସ ୧୦୦୦ ପଏଣ୍ଟ ହ୍ରାସ ପାଇଛି। ଏବେ ସେନ୍ସସେକ୍ସ ୨୬,୫୩୪.୫୩ ପଏଣ୍ଟ ରହିଛି। ସୋମବାର ସକାଳୁ କାରବାର ଆରମ୍ଭ ହେବା ମାତ୍ରେ ନିଫଟିରେ ମଧ୍ୟ ୨୦୦ ପଏଣ୍ଟ ତଳକୁ ହ୍ରାସ ପାଇ ୮,୦୪୩.୩୫ ପଏଣ୍ଟ ରହିଛି। ଏହସହ ଡଲାର ତୁଳନାରେ ମଧ୍ୟ ଟଙ୍କ।ର ମୂଲ୍ୟ ସମାନ୍ୟ ହ୍ରାସ ପାଇ ୬୬.୫୦ ଟଙ୍କ।ରେ ପହଞ୍ଚିଛି। ଅନ୍ୟପକ୍ଷରେ ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କାରବାରରେ ହ୍ରାସ ନେଇ ବିଚଳିତ ହେବା ଅନୁଚିତ। ଚୀନ ବଜାରରେ ମନ୍ଦାବସ୍ଥା ପାଇଁ ଏପରି ହୋଇଛି। ଦେଶର ଅର୍ଥନୀତି ମଜବୁତ ରହିଛି ଓ ଏଥିରେ ଖୁବ ଶୀଘ୍ର ସୁଧାର ଆସିବ ବୋଲି ମତ ଦେଇଛନ୍ତି।