ସେୟାର ବଜାର ସ୍ଥିତିରେ ସାମାନ୍ୟ ସୁଧାର, ଦୂର ହୋଇନି ଅନିଶ୍ଚିତତା

ମୁମ୍ବାଇ: କଳା ସୋମବାର ପରେ ଭାରତୀୟ ଅର୍ଥ ବଜାରର ସ୍ଥିତିରେ ଆସିଛି ସୁଧାର। ତେବେ ଅନିଶ୍ଚିତତା ଦୂର ହୋଇନାହିଁ। ଆଜି କାରବାର ଆରମ୍ଭରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ (ବିଏସଇ) ସୂଚକାଙ୍କ ୩୮୦ ପଏଣ୍ଟ ବୃଦ୍ଧି ପାଇଥିଲା। ତେବେ ଚୀନ ସେୟାର ବଜାରରେ ଲଗାତର ହ୍ରାସ ନେଇ ନିବେଶକ ଦ୍ୱନ୍ଦ୍ୱ ରେ ରହିଥିଲେ। ଏକ ସମୟରେ ସୂଚକାଙ୍କ ୪୫୦ରୁ ଅଧିକ ପଏଣ୍ଟ ଖସି ଯାଇଥିଲା। ତେବେ ୟୁରୋପୀୟ ବଜାରରେ ଭଲ କାରବାର ହେବା ଫଳରେ ଅପରାହ୍ନରେ ବଜାର ସ୍ଥିତି […]

sharemarket

Rakesh Mallick
  • Published: Tuesday, 25 August 2015
  • , Updated: 25 August 2015, 04:49 PM IST

ମୁମ୍ବାଇ: କଳା ସୋମବାର ପରେ ଭାରତୀୟ ଅର୍ଥ ବଜାରର ସ୍ଥିତିରେ ଆସିଛି ସୁଧାର। ତେବେ ଅନିଶ୍ଚିତତା ଦୂର ହୋଇନାହିଁ। ଆଜି କାରବାର ଆରମ୍ଭରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ (ବିଏସଇ) ସୂଚକାଙ୍କ ୩୮୦ ପଏଣ୍ଟ ବୃଦ୍ଧି ପାଇଥିଲା। ତେବେ ଚୀନ ସେୟାର ବଜାରରେ ଲଗାତର ହ୍ରାସ ନେଇ ନିବେଶକ ଦ୍ୱନ୍ଦ୍ୱ ରେ ରହିଥିଲେ। ଏକ ସମୟରେ ସୂଚକାଙ୍କ ୪୫୦ରୁ ଅଧିକ ପଏଣ୍ଟ ଖସି ଯାଇଥିଲା। ତେବେ ୟୁରୋପୀୟ ବଜାରରେ ଭଲ କାରବାର ହେବା ଫଳରେ ଅପରାହ୍ନରେ ବଜାର ସ୍ଥିତି ସୁଧୁରିଥିଲା। କାରବାର ଶେଷ ବେଳକୁ ବିଏସଇ ସୂଚକାଙ୍କ ୨୯୦ ପଏଣ୍ଟ ଓ ନିଫଟି ୭୧ ପଏଣ୍ଟ ଉପରେ ବନ୍ଦ ହୋଇଛି। ଅନ୍ୟ ଏସୀୟ ଦେଶ ତୁଳନାରେ ଭାରତୀୟ ବଜାର ଏବେ ମଜଭୁତ୍ ସ୍ଥିତିରେ ଥିବା ବିଶେଷଜ୍ଞ କହିଛନ୍ତି।

Related story